ଗୋରା ହେବା ପାପ; ଏହି ସ୍ଥାନରେ ଶିଶୁ ଗୋରା ହୋଇ ଜନ୍ମ ହେଲେ ତୁରନ୍ତ ହତ୍ୟା କରାଯାଏ

ଯଦି ଜଣେ ମହିଳା ଗୋରା ସନ୍ତାନକୁ ଜନ୍ମ ଦିଅନ୍ତି, ତେବେ ଖୋଦ ଶିଶୁର ବାପା ଓ ଜନଜାତିର ଅନ୍ୟ ଲୋକମାନେ ମିଶି ତାକୁ ହତ୍ୟା କରିଦିଅନ୍ତି ।

ଗୋରା ହେବା ପାପ; ଏହି ସ୍ଥାନରେ ଶିଶୁ ଗୋରା ହୋଇ ଜନ୍ମ ହେଲେ ତୁରନ୍ତ ହତ୍ୟା କରାଯାଏ

ଗୋରା ହେବା ପାପ; ଏହି ସ୍ଥାନରେ ଶିଶୁ ଗୋରା ହୋଇ ଜନ୍ମ ହେଲେ ତୁରନ୍ତ ହତ୍ୟା କରାଯାଏ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଭାରତର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ରହୁଥିବା ଜାରୱା ଜନଜାତିର ଲୋକମାନେ ସେମାନଙ୍କର ସ୍ୱତନ୍ତ୍ର ଜୀବନଶୈଳୀ ହେତୁ ଚର୍ଚ୍ଚାରେ ରୁହନ୍ତି । ଜାରୱା ଜନଜାତିରେ ଯଦି କୌଣସି ଶିଶୁ ଗୋରା କିମ୍ବା ସୁନ୍ଦର ହୋଇ ଜନ୍ମ ହୁଏ, ତେବେ ଜନ୍ମ ପରେ ତାକୁ ତୁରନ୍ତ ହତ୍ୟା କରିଦିଆଯାଏ । ଏହି ଜନଜାତିର ଲୋକଙ୍କ ଶରୀରର ରଙ୍ଗ କଳା ଥାଏ ।
ଏପରି ସ୍ଥିତିରେ ଯଦି ଜଣେ ମହିଳା ଗୋରା ସନ୍ତାନକୁ ଜନ୍ମ ଦିଅନ୍ତି, ତେବେ ଖୋଦ ଶିଶୁର ବାପା ଓ ଜନଜାତିର ଅନ୍ୟ ଲୋକମାନେ ମିଶି ତାକୁ ହତ୍ୟା କରିଦିଅନ୍ତି ।

ଏହି ସମ୍ପ୍ରଦାୟର ଲୋକଙ୍କ କହିବାନୁସାରେ, ସୁନ୍ଦର ସନ୍ତାନ ସେମାନଙ୍କର ନୁହେଁ ବରଂ ଅନ୍ୟ କୌଣସି ଜନଜାତିର । ତେଣୁ ସେହି ଶିଶୁକୁ ସେମାନଙ୍କ ସହ ରହିବାର କୌଣସି ଅଧିକାର ନାହିଁ । ଏହା ବ୍ୟତୀତ, ଯେତେବେଳେ ବି ଏହି ସମ୍ପ୍ରଦାୟରେ ଶିଶୁଟିଏ ଜନ୍ମ ହୁଏ, ଏହାକୁ ପରିବାରର ସମସ୍ତ ମହିଳା ସ୍ତନ୍ୟପାନ କରାନ୍ତି । ଜାରୱା ଜନଜାତିରେ କଳା ସନ୍ତାନ ଜନ୍ମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଗର୍ଭବତୀଙ୍କୁ ପଶୁ ରକ୍ତ ଦିଆଯାଏ । ବିଶ୍ୱାସ କରାଯାଏ ଯେ, ଯଦି ଜଣେ ଗର୍ଭବତୀ ପଶୁ ରକ୍ତ ପିଅନ୍ତି, ତେବେ ମା' ପେଟରୁ ହିଁ ଶିଶୁର ରଙ୍ଗ କଳା ହୋଇଯିବ ।

ଏହା ବ୍ୟତୀତ, ଯେତେବେଳେ ଜଣେ ମହିଳା ବିଧବା ହୁଅନ୍ତି ସେତେବେଳେ ମଧ୍ୟ ତାଙ୍କ ପିଲାକୁ ହତ୍ୟା କରିଦିଆଯାଏ । ତେବେ ସେଠାକୁ ଯାଉଥିବା ପର୍ଯ୍ୟଟକଙ୍କ ସହ ମଧ୍ୟ ଏହି ଜନଜାତିର ଲୋକ ମିଶନ୍ତି ନାହିଁ । ଏପରିକି ସେମାନଙ୍କର ଫଟୋ ଉଠାଇବା, କିମ୍ବା ଅନଲାଇନରେ ଭିଡିଓ ପୋଷ୍ଟ କରିବା ବେଆଇନ୍ ବୋଲି ବିବେଚନା କରାଯାଏ ।
Published by:Soubhagya Mishra
First published: