News18 Odia Digital
ଭଲ ଖବର! ପ୍ରାଇଭେଟ ବ୍ୟାଙ୍କ ଆଇସିଆଇସିଆଇ (ICICI Bank) ଓ ଫ୍ଲିପକାର୍ଟ (Flipkart) ଆଜି ନିଜ କର୍ମଚାରୀଙ୍କ ପାଇଁ ଏକ ଭଲ ଖବର ଘୋଷଣା କରିଛନ୍ତି । ଏହି କମ୍ପାନୀମାନେ କହିଛନ୍ତି ଯେ ସେମାନେ ନିଜ ତରଫରୁ କୋଭିଡ-୧୯ ଟିକାକୁ ଏହାର କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଦେବେ । ଏପର୍ଯ୍ୟନ୍ତ ଅନେକ କମ୍ପାନୀ ଏହି ନିଷ୍ପତ୍ତି ନେଇ ସାରିଛନ୍ତି । ଯେଉଁ ତାଲିକାର ନୂଆ ନାମ ଭାବେ ଫ୍ଲିପକାର୍ଟ ଓ ଆଇସିଆଇସିଆଇ ବ୍ୟାଙ୍କ ସାମିଲ ହୋଇଛନ୍ତି । କମ୍ପାନୀ କହିଛି ଯେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଆମେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ ।
ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏହାର କର୍ମଚାରୀ ଓ ସେମାନଙ୍କ ନିର୍ଭରଶୀଳ ପରିବାର ସଦସ୍ୟଙ୍କ ଜୀବନକୁ କୋଭିଡ -୧୯ ମହାମାରୀରୁ ରକ୍ଷା କରିବା । ଏହି ଉପାୟରେ ବ୍ୟାଙ୍କ ମଧ୍ୟ ଏହାର କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇବାକୁ ଇଚ୍ଛା କରିଛି । ଯେଉଁମାନେ ମହାମାରୀ ସମୟରେ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ନିରବଚ୍ଛିନ୍ନ ସେବା ସୁନିଶ୍ଚିତ କରିବା ପାଇଁ ଉତ୍ସର୍ଗୀକୃତ ଓ ଉତ୍ସାହ ସହିତ ନିରନ୍ତର କାର୍ଯ୍ୟ କରିଥିଲେ ।
ଫ୍ଲିପକାର୍ଟ ଆହୁରି ମଧ୍ୟ କହିଛି ଯେ, ଫ୍ଲିପକାର୍ଟ ଓ ମାଇଣ୍ଟ୍ରା କର୍ମଚାରୀଙ୍କ ପାଇଁ ଶତପ୍ରତିଶତ ଟୀକାକରଣର ମୂଲ୍ୟ ବହନ କରିବାକୁ କମ୍ପାନୀ ପ୍ରସ୍ତୁତ ବୋଲି ନିଷ୍ପତ୍ତି ନେଇଛି । ଯେକୌଣସି କର୍ମଚାରୀ ଟୀକାକରଣର ଦାମ୍ ଫେରସ୍ତ ପାଇପାରିବେ କିମ୍ବା କୌଣସି ଅଂଶୀଦାର ହସ୍ପିଟାଲକୁ ଯାଇ ଟୀକାକରଣ ମାଗଣାରେ କରିପାରିବେ । ଏଥି ସହିତ ଯକୌଣସି କର୍ମଚାରୀ କ୍ୟାମ୍ପସ ଓ ପ୍ରମୁଖ ସ୍ଥାନରେ ଟୀକାକରଣ ଡ୍ରାଇଭରେ ଅଂଶଗ୍ରହଣ କରିପାରିବେ ।
ଆଇସିଆଇସିଆଇ ବ୍ୟାଙ୍କ ଅଧିକାରୀ ସୂଚନା ଦେଇଛନ୍ତିବ୍ୟାଙ୍କର ପଦକ୍ଷେପ ବିଷୟରେ ସୂଚନା ଦେଇ ଆଇସିଆଇସିଆଇ ବ୍ୟାଙ୍କ ଗ୍ରୁପ୍ ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଟି.କେ ଶ୍ରୀରଙ୍ଗ କହିଛନ୍ତି ଯେ ମହାମାରୀ ସମୟରେ ଆଇସିସିଆଇ ବ୍ୟାଙ୍କ ଏହାର ସମସ୍ତ କର୍ମଚାରୀଙ୍କ ଉଦ୍ୟମକୁ ପ୍ରଶଂସା କରେ ଓ ଏହାକୁ ସ୍ୱୀକାର କରେ ।
ଏହା ସହିତ ଟିମ୍ ଆଇସିଆଇସିଆଇ ପୁଣି ଥରେ ପ୍ରମାଣିତ କରିଛି ଯେ ସମୟର ଆବଶ୍ୟକତା ଅନୁଯାୟୀ, ଦେଶକୁ ଏକ ଅତ୍ୟାବଶ୍ୟକ ସେବା ଭାବରେ ସେବା କରିବା ଏହାର କର୍ତ୍ତବ୍ୟକୁ ଭଲ ଭାବରେ ପୂରଣ କରିଛି । ସେବା ପ୍ରତି ସେମାନଙ୍କର ଆଗ୍ରହ ସହିତ ଦଳ ସମ୍ପ୍ରତି ମହାମାରୀର କଠିନ ସମୟରେ ଏକ ପ୍ରେରଣାଦାୟକ ଭୂମିକା ଗ୍ରହଣ କରିଛି ।
କମ୍ପାନୀ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛିସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟାଙ୍କ ପାଇଁ ନିଜର କର୍ମଚାରୀ ଓ ତାଙ୍କ ପରିବାରର କଲ୍ୟାଣ ତଥା ଉନ୍ନତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଦର୍ଶନ ଅନୁଯାୟୀ ବ୍ୟାଙ୍କ ଏହାର ପ୍ରତ୍ୟେକ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ -୧୯ ମହାମାରୀରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନେଇଛି । ପୁଣିଥରେ ଆମେ ଆମର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଉଛୁ, ଯେଉଁମାନେ ମହାମାରୀ ସମୟରେ ମଧ୍ୟ ସମସ୍ତ ଚ୍ୟାଲେଞ୍ଜ ସତ୍ତ୍ୱେ ସେମାନଙ୍କର କର୍ତ୍ତବ୍ୟ ପୂରଣ କରିଛନ୍ତି ।
ଆଇସିଆଇସିଆଇ ବ୍ୟାଙ୍କ ଏହାର କର୍ମଚାରୀ ଓ ତାଙ୍କ ନିର୍ଭରଶୀଳ ପରିବାର ସଦସ୍ୟଙ୍କ ପାଇଁ ଦୁଇଟି ବାଧ୍ୟତାମୂଳକ ଟିକା ଡୋଜ ପାଇଁ ଖର୍ଚ୍ଚ ଫେରସ୍ତ କରିବ ।
ଏହି କମ୍ପାନୀଗୁଡିକ ନିଜ କର୍ମଚାରୀମାନଙ୍କୁ ମଧ୍ୟ ସମାନ ସୁବିଧା ପ୍ରଦାନ କରିଛନ୍ତିଅନେକ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କ ପାଇଁ ମାଗଣା ଟୀକାକରଣର ସୁବିଧା ଦେଇଛନ୍ତି । ଏହି ତାଲିକାରେ Infosys, Accenture, Capgemini, Reliance Industries, TVS Motor ଓ ReNew Power ସାମିଲ ଅଛନ୍ତି । ଇନଫୋସିସ୍ ସହ-ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ଓ କ୍ରିସ୍ ଗୋପାଳକୃଷ୍ଣନ୍ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ଉଦୟ କୋଟାକ୍ ସେହି ବ୍ୟବସାୟୀ ନେତା ମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ବର୍ତ୍ତମାନ ସୁଧା ଟୀକାକରଣ କରି ସାରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।