WTC Final: ନିଲ୍ ୱାଗନର୍ଙ୍କୁ ମୁକାବିଲା କରିବା ପାଇଁ ଟିମ୍ ଇଣ୍ଡିଆରେ ଯୋଗ ଦେଲା 'ସ୍ପେଶାଲ ବୋଲର'

ଭାରତକୁ ନ୍ୟୁଜିଲ୍ୟାଣ୍ଡ (IND VS NZ) ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିବାକୁ ପଡିବ । ଏହି ମ୍ୟାଚ ସାଉଥମ୍ପଟନରେ ହେବ । ନ୍ୟୁଜିଲ୍ୟାଣ୍ଡ ସହ ମୁକାବିଲା କରିବା ପାଇଁ ଟିମ୍ ଇଣ୍ଡିଆ ଏକ ସ୍ପେଶାଲ ବୋଲରଙ୍କୁ ସ୍ଥାନ ଦେଇଛି । ଯାହା ବିରାଟ-ରୋହିତଙ୍କ ପରି ଭେଟେରାନମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇପାରେ ।

WTC Final: ନିଲ୍ ୱାଗନର୍ଙ୍କୁ ମୁକାବିଲା କରିବା ପାଇଁ ଟିମ୍ ଇଣ୍ଡିଆରେ ଯୋଗ ଦେଲା 'ସ୍ପେଶାଲ ବୋଲର'
ନିଲ୍ ୱାଗନର୍ଙ୍କୁ ମୁକାବିଲା କରିବା ପାଇଁ ଟିମ୍ ଇଣ୍ଡିଆରେ ଯୋଗ ଦେଲା 'ସ୍ପେଶାଲ ବୋଲର'
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପର (WTC Final) ଫାଇନାଲକୁ ଆଉ ମାତ୍ର ଗୋଟିଏ ମାସ ବାକି ଅଛି । ୧୮ ଜୁନରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଦଳ (India vs New Zealand) ସାଉଥମ୍ପଟନ୍ ଗ୍ରାଉଣ୍ଡରେ ଲଢ଼େଇ କରିବ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହି ମ୍ୟାଚ୍ ଏତେ ସହଜ ହେବ ନାହିଁ କାରଣ କିୱି ବୋଲରମାନେ ଇଂଲଣ୍ଡ ପିଚ୍‌ରେ ଅଧିକ ମାରାତ୍ମକ ପ୍ରମାଣ ହୋଇପାରନ୍ତି । ବିଶେଷକରି ବାମହାତୀ ଦ୍ରୁତ ବୋଲର ନିଲ୍ ୱାଗନର୍, ଯିଏ ନିଜର ଗତି ତଥା ଜବରଦସ୍ତ ସଠିକ୍ ବାଉନ୍ସର୍ ପାଇଁ ଜଣାଶୁଣା । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଷ୍ଟିଭ୍ ସ୍ମିଥଙ୍କ ପରି ଜଣେ ଭେଟେରାନ୍ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଥିବା ୱାଗନର୍ ମଧ୍ୟ ବିରାଟ-ରୋହିତଙ୍କୁ ଅସୁବିଧାରେ ପକାଇ ପାରନ୍ତି । ତେବେ ୱାଗନର୍ ସହିତ ମୁକାବିଲା କରିବାକୁ ଟିମ୍ ଇଣ୍ଡିଆ ଏକ ବୋଲର ଚୟନ କରିଛି ଯିଏ ସେମାନଙ୍କୁ ନେଟରେ ବିଶେଷ ଅଭ୍ୟାସ ଦେଇପାରନ୍ତି ।

ଗୁଜୁରାଟର ବାମହାତୀ ଦ୍ରୁତ ବୋଲର ଅର୍ଜନ ନାଗସ୍ୱାଲାଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ସହିତ ଯିବାକୁ ପଡିବ ବୋଲି ଆଲୋଚନା ହେଉଛି । ଅରଜନଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବରେ ମନୋନୀତ କରାଯାଇଛି ଓ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଟରେ ବୋଲିଂ କରି କଷ୍ଟସାଧ୍ୟ କରିବାକୁ ଚେଷ୍ଟା କରିବେ ଯାହା ଦ୍ୱାରା ସେମାନେ କିୱି ବୋଲରଙ୍କ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିବେ ।

ନାଗସ୍ୱାଲା ବିରାଟ-ରୋହିତଙ୍କୁ କିପରି ପ୍ରସ୍ତୁତ କରାଇବେ?
ନାଗସ୍ୱାଲା ମଧ୍ୟ ନିଲ ୱାଗନରଙ୍କ ପରି ବାମହାତୀ ଦ୍ରୁତ ବୋଲର ଓ ସେ ବାଉନ୍ସର୍ ଫିଙ୍ଗିବାରେ ମଧ୍ୟ ପାରଦର୍ଶୀ । ଯଦି ଅରଜନ ନାଗୱାସ୍ବାଲା ନେଟରେ ୱାଗନର୍ଙ୍କ ଲାଇନ୍ ଲେନ୍ଥରୁ ବିରାଟ-ରୋହିତଙ୍କ ସମେତ ଅନ୍ୟ ଭାରତୀୟମାନଙ୍କୁ ଅଭ୍ୟାସ କରାଇପାରନ୍ତି । ତେବେ ସେ ନିଶ୍ଚିତ ଭାବରେ ଭାରତୀୟ ବ୍ୟାଟ୍ସମ୍ୟାନ ଉପକୃତ ହେବେ । ଅର୍ଜନ ନିଜେ ଏହା କହିଛନ୍ତି । ଇନସାଇଡ୍ ସ୍ପୋର୍ଟ ସହିତ କଥାବାର୍ତ୍ତା କରି ସେ କହିଛନ୍ତି, 'ମୁଁ ଏକ ପ୍ଲାନିଂ ଅଧୀନରେ ବୋଲିଂ କରିବାକୁ ପସନ୍ଦ କରେ ଯେଉଁଥିରେ ବ୍ୟାଟ୍ସମ୍ୟାନମାନେ ଫାଶରେ ପଡ଼ନ୍ତି । ମୁଁ ନେଟରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନଙ୍କ ସହ ସମାନ କାର୍ଯ୍ୟ କରିବି । ମୁଁ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବି ଯାହା ଦ୍ୱାରା ସେମାନେ ମ୍ୟାଚ୍ ପାଇଁ ପ୍ରସ୍ତୁତ ହୋଇପାରିବେ ।

ନିଲ ୱାଗନର୍ କାହିଁକି ଭାରତ ପାଇଁ ବିପଦ?
ଗତ ୨-୩ ବର୍ଷରେ ନିଲ ୱାଗନର୍ ନିଜ ପ୍ରଦର୍ଶନକୁ ବହୁତ ଉନ୍ନତ କରିଛନ୍ତି । ନିଜର ଆକ୍ରମଣାତ୍ମକ ବୋଲିଂ ଆଧାରରେ ସେ ଅନେକ ଭେଟେରାନ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଛନ୍ତି । ୩୫ ବର୍ଷୀୟ ଦ୍ରୁତ ବୋଲର ୫୧ ଟି ଟେଷ୍ଟରେ ୨୧୯ ୱିକେଟ୍ ନେଇଛନ୍ତି । ପ୍ରତ୍ୟେକ ଶକ୍ତିଶାଳୀ ଦଳ ବିରୋଧରେ ୱାଗନର୍ଙ୍କ ରେକର୍ଡ ଅତୁଳନୀୟ । ସେ ଅଷ୍ଟ୍ରେଲିଆ ବିପକ୍ଷ ୪ ଟି ମ୍ୟାଚରେ ୨୪ ୱିକେଟ୍ ନେଇଛନ୍ତି । ଇଂଲଣ୍ଡ ବିପକ୍ଷ ୯ ଟି ମ୍ୟାଚରେ ୱାଗନର୍ ୩୭ ୱିକେଟ୍ ନେଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୬ ଟି ମ୍ୟାଚରେ ୱାଗନର୍ ୨୨ ୱିକେଟ୍ ନେଇଛନ୍ତି । ୱାଗନର୍ ଭାରତ ବିପକ୍ଷ ୫ ଟି ମ୍ୟାଚରେ ୧୮ ଟି ୱିକେଟ୍ ନେଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଏହି କିୱି ବୋଲର ଭାରତ ପାଇଁ ସବୁଠାରୁ ବଡ ବିପଦ ।
Published by: Jagdish Barik
First published: May 18, 2021, 4:55 PM IST