ICC Test Rankings: ବ୍ରିସବେନ ଟେଷ୍ଟ ଜିତାଇବା ସତ୍ତ୍ୱେ ବି ଋଷଭ ପନ୍ତଙ୍କ ର଼୍ୟାଙ୍କିଙ୍ଗ ଅପରିବର୍ତ୍ତିତ
ଶନିବାର ଦିନ ଜାରି ହୋଇଥିବା ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନ ବ୍ୟାଟିଂ ମାନ୍ୟତାର ଶୀର୍ଷରେ ରହିଛନ୍ତି । ଏହା ପରେ ଅଷ୍ଟ୍ରେଲିଆର ଯୋଡି ଷ୍ଟିଭ ସ୍ମିଥ ଓ ମାର୍ନୁସ ଲାବୁଚେନ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତ ଅଧିନାୟକ ବିରାଟ କୋହଲି ଚତୁର୍ଥ ସ୍ଥାନରେ ରହିଛନ୍ତି ।

ବ୍ରିସବେନ ଟେଷ୍ଟ ଜିତାଇବା ସତ୍ତ୍ୱେ ବି ଋଷଭ ପନ୍ତଙ୍କ ର଼୍ୟାଙ୍କିଙ୍ଗ ଅପରିବର୍ତ୍ତିତ
- News18 Odia
- Last Updated: January 30, 2021, 5:38 PM IST
ନୂଆ ଦିଲ୍ଲୀ: ଶନିବାର ଦିନ ଜାରି ହୋଇଥିବା ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ୱିଲିୟମସନ(Kane Williamson) ନମ୍ବର ୱାନରେ ଅପରିବର୍ତ୍ତିତ ରହିଛନ୍ତି । ବିରାଟ କୋହଲି ମଧ୍ୟ ଚତୁର୍ଥ ସ୍ଥାନରେ ଅଛନ୍ତି ଓ ଷ୍ଟିଭ୍ ସ୍ମିଥ୍ ଓ ମାର୍ନସ୍ ଲାବୁସେନ୍ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ଚେତେଶ୍ୱର ପୂଜାରା ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ହାସଲ କରି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । କୋହଲି (୮୬୨ ପଏଣ୍ଟ) ଓ ପୂଜାରା (୭୬୦ ପଏଣ୍ଟ) ବ୍ୟତୀତ ଟେଷ୍ଟ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଷ୍ଟମ ସ୍ଥାନ ସହ ଶୀର୍ଷ ୧୦ରେ ସ୍ଥାନ ପାଇଛନ୍ତି । ପୂଜାରା ଗୋଟିଏ ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନ ହାସଲ କରିଥିବାବେଳେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ୧୩ ତମ ସ୍ଥାନରେ ଅଛନ୍ତି ଓ ରୋହିତ ଶର୍ମା ୧୮ ନମ୍ବରରେ ଅଛନ୍ତି । ଋଷଭ ପନ୍ତ ଅଷ୍ଟ୍ରେଲିଆ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଥିଲେ କିନ୍ତୁ ଏହା ସତ୍ତ୍ୱେ ତାଙ୍କ ର଼୍ୟାଙ୍କିଙ୍ଗରେ କୌଣସି ଉନ୍ନତି ହୋଇନଥିଲା ।
କେନ୍ ୱିଲିୟମ୍ସନ୍ No.୧ ସ୍ଥାନରେ ନମ୍ବର ରହିଛନ୍ତି
ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନ (୯୧୯ ପଏଣ୍ଟ) ବ୍ୟାଟିଂ ମାନ୍ୟତାର ଶୀର୍ଷରେ ରହିଛନ୍ତି । ଏହା ପରେ ଅଷ୍ଟ୍ରେଲିଆର ଯୋଡି ଷ୍ଟିଭ ସ୍ମିଥ (୮୯୧ ପଏଣ୍ଟ) ଓ ମାର୍ନୁସ ଲାବୁଚେନ (୮୭୮ ପଏଣ୍ଟ) ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ୮୧୩ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।
ବୋଲରଙ୍କ ମଧ୍ୟରେ ଭାରତର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ (୭୬୦ ପଏଣ୍ଟ) ଓ ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା (୭୫୭ ପଏଣ୍ଟ) ଅଷ୍ଟମ ଓ ନବମ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ (୯୦୮ ପଏଣ୍ଟ) ମାନ୍ୟତାର ଶୀର୍ଷରେ ଥିବାବେଳେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ (୮୩୯ ପଏଣ୍ଟ) ଓ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ନିଲ ୱେଗ୍ନର (୮୩୫ ପଏଣ୍ଟ) ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ଅଲରାଉଣ୍ଡର ତାଲିକାରେ ରବିନ୍ଦ୍ର ଜାଡେଜା (୪୧୯ ପଏଣ୍ଟ) ଓ ଅଶ୍ୱିନ (୨୮୧ ପଏଣ୍ଟ) ତୃତୀୟ ଓ ଷଷ୍ଠ ସ୍ଥାନରେ ରହିଛନ୍ତି । ଅଲରାଉଣ୍ଡର ତାଲିକାରେ ଇଂଲଣ୍ଡର ବେନ୍ ଷ୍ଟୋକ୍ସ (୪୨୭ ପଏଣ୍ଟ) ଶୀର୍ଷରେ ରହିଛନ୍ତି ।