ICC ODI rankings: ବିରାଟ କୋହଲି ପ୍ରଥମ ସ୍ଥାନ ବଜାୟ ରଖିଲେ; ରୋହିତ ତିନି ନମ୍ବରରେ, ବୁମ୍ରାଙ୍କୁ କ୍ଷତି
ICC ODI rankings: ଭାରତୀୟ ସୀମିତ ଓଭର ଉପ-ଅଧିନାୟକ ରୋହିତ ଶର୍ମା ଏହି ର଼୍ୟାଙ୍କିଙ୍ଗରେ ପାକିସ୍ତାନର ବାବର ଆଜାମଙ୍କ ପଛରେ ଅର୍ଥାତ ତୃତୀୟ ସ୍ଥାନରେ ରହିଛନ୍ତି । ଲୋକେଶ ରାହୁଲ ୩୧ ନମ୍ବରରୁ ୨୭ ନମ୍ବରକୁ ଉନ୍ନୀତ ହୋଇଛନ୍ତି ।

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ
- News18 Odia
- Last Updated: March 31, 2021, 5:56 PM IST
ନୂଆ ଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ବୁଧବାର ଦିନ ପ୍ରକାଶିତ ଆଇସିସି (ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍) ଦିନିକିଆ ବ୍ୟାଟିଂ ମାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ବୋଲର ତାଲିକାରେ ଗୋଟିଏ ସ୍ଥାନ ତଳକୁ ଅର୍ଥାତ ଚତୁର୍ଥ ସ୍ଥାନକୁ ଖସି ଯାଇଛନ୍ତି । କୋହଲି ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୫୬ ଓ ୬୬ ରନ ଖେଳି ଇନିଂସ ଖେଳିଥିଲେ । ଯାହା ଦ୍ୱାରା ସେ ୮୭୦ ପଏଣ୍ଟ ପାଇଥିଲେ । ଇଂଲଣ୍ଡ ବିପକ୍ଷରେ ସୀମିତ ଓଭର ସିରିଜରେ ବୁମ୍ରା ଖେଳି ନଥିଲେ । ଯାହା ତାଙ୍କୁ ୬୯୦ ପଏଣ୍ଟ ସହ ଗୋଟେ ସ୍ଥାନ ଛାଡି ବୋଲର ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚାଇ ଥିଲା । ଭାରତୀୟ ସୀମିତ ଓଭର ଉପ-ଅଧିନାୟକ ରୋହିତ ଶର୍ମା ଏହି ର଼୍ୟାଙ୍କିଙ୍ଗରେ ପାକିସ୍ତାନର ବାବର ଆଜାମଙ୍କ ପଛରେ ଅର୍ଥାତ ତୃତୀୟ ସ୍ଥାନରେ ରହିଛନ୍ତି । ଲୋକେଶ ରାହୁଲ ୩୧ ନମ୍ବରରୁ ୨୭ ନମ୍ବରକୁ ଉନ୍ନୀତ ହୋଇଛନ୍ତି ।
ଇଂଲଣ୍ଡ ପାଇଁ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ୪ ପଏଣ୍ଟ ଲାଭ ହୋଇଥିଲା ଯାହା ତାଙ୍କୁ ୨୪ ତମ ସ୍ଥାନରେ ପହଞ୍ଚାଇଛି । ସେ ଦ୍ୱିତୀୟ ଦିନିକିଆରେ ୫୨ଟି ବଲରୁ ୯୯ ସ୍କୋର କରି ଅଲରାଉଣ୍ଡରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଜନି ବେୟାରଷ୍ଟୋ କରିୟରର ଶ୍ରେଷ୍ଠ ୭୯୬ ପଏଣ୍ଟ ସହ ସପ୍ତମ ସ୍ଥାନ ବଜାୟ ରଖିଛନ୍ତି । ବୋଲିଂ ତାଲିକାରେ ନଅଟି ସ୍ଥାନ ହାସଲ କରି ମୋଇନ୍ ଅଲି ୪୬ ତମ ସ୍ଥାନରେ ପହଞ୍ଚିଛନ୍ତି ।
ସର୍ବଶେଷ ଟି -୨୦ ଆନ୍ତର୍ଜାତୀୟ ମାନ୍ୟତାର ବ୍ୟାଟିଂ ତାଲିକାରେ ଉଭୟ ରାହୁଲ ଓ କୋହଲି ଗୋଟିଏ ସ୍ଥାନ ହରାଇ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । କୌଣସି ଭାରତୀୟ ବୋଲର ଓ ଅଲରାଉଣ୍ଡର ଶ୍ରେଷ୍ଠ ୧୦ ତାଲିକାରେ ସାମିଲ ନାହଁନ୍ତି । ଟେଷ୍ଟ ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସଙ୍କ ପରେ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଅଲରାଉଣ୍ଡର ତାଲିକାରେ ରବିନ୍ଦ୍ର ଜାଡେଜା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଓ ଅଶ୍ୱିନ ଚତୁର୍ଥ ସ୍ଥାନରେ ରହିଛନ୍ତି ।