ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କିଏ ଏହି ‘ବକବାସ୍-ଚଳିବନି’ ଖ୍ୟାତିର IAS ଅଫିସର୍ ଯିଏ PM ମୋଦିଙ୍କ ପରାମର୍ଶଦାତା ହେଲେ

କିଏ ଏହି ‘ବକବାସ୍-ଚଳିବନି’ ଖ୍ୟାତିର IAS ଅଫିସର୍ ଯିଏ PM ମୋଦିଙ୍କ ପରାମର୍ଶଦାତା ହେଲେ

IAS officer Amit Khare, who unravelled Bihar fodder scam, appointed as PM Modi’s advisor | ଏହି IAS ଅଧିକାରୀଙ୍କ ତୀକ୍ଷ୍ଣ ଦୃଷ୍ଟି ଓ ନେତୃତ୍ୱ ଯୋଗୁଁ ବିହାରର ୧,୦୦୦ କୋଟି ଟଙ୍କାର ଚାରା ଘୋଟାଲାର ବିଭିନ୍ନ ମାମଲା ସାମ୍ନାକୁ ଆସିଥିଲା ଓ ଶେଷରେ ସେହି ମାମଲାଗୁଡ଼ିକ ଯୋଗୁଁ ଲାଲୁ ପ୍ରସାଦ ଯାଦବଙ୍କୁ ବିହାର ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

କିଏ ଏହି ‘ବକବାସ୍-ଚଳିବନି’ ଖ୍ୟାତିର IAS ଅଫିସର୍ ଯିଏ PM ମୋଦିଙ୍କ ପରାମର୍ଶଦାତା ହେଲେ
ଅବସରପ୍ରାପ୍ତ ଆଇ.ଏ.ଏସ୍. ଅଧିକାରୀ ଅମିତ ଖରେ
  • News18 Odia
  • Last Updated: October 14, 2021, 12:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ଅବସରପ୍ରାପ୍ତ ଆଇ.ଏ.ଏସ୍. ଅଧିକାରୀ ଅମିତ ଖରେଙ୍କୁ (Amit Khare) ନିଯୁକ୍ତି ଦିଆଯାଇଛି । ଝାଡ଼ଖଣ୍ଡ କ୍ୟାଡରର ୧୯୮୫ ମସିହାର ଆଇ.ଏ.ଏସ୍‌. ଅଧିକାରୀ ଅମିତ ଖରେ ଆସନ୍ତା ଦୁଇ ବର୍ଷ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ (Narendra Modi) ପରାମର୍ଶଦାତା ରହିବେ ।

ସେପ୍ଟେମ୍ବର ୩୦ ତାରିଖରେ ଅବସର ନେଇଥିବା ଆଇ.ଏ.ଏସ୍. ଅଧିକାରୀ ଅମିତ ଖରେ ଏହା ପୂର୍ବରୁ ଦେଶର ଉଚ୍ଚ ଶିକ୍ଷା ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ବିଶେଷ କଥା ହେଉଛି ଯେ ସେ ୧୯୯୦ ଦଶକରେ ବିହାରରେ କାର୍ଯ୍ୟ କରୁଥିବା ବେଳେ ସେଠାକାର ବିରାଟ ଗୋଖାଦ୍ୟ ଯୋଗାଣ ଦୁର୍ନୀତିକୁ ବା ଚାରା ଘୋଟାଲାକୁ (fodder scam of Bihar) ସାମନାକୁ ଆଣିଥିଲେ । କରିଥିବା ଅଧିକାରୀ ଭାବରେ ଅମିତ ଖେରଙ୍କ ନାମ ନିଆଯାଇଛି।

ଏହା ବି ପଢ଼ନ୍ତୁ | ‘‘ମୋପୁଅକୁ ତାସାଙ୍ଗମାନେ ହତ୍ୟା କରିଛନ୍ତି,’’ କହିଲେ ବରିଷ୍ଠ ସାମ୍ବାଦିକ ନବୀନ ଦାସ; ମୃତ ଦେହରେ କ୍ଷତ ଚିହ୍ନ ନାହିଁ

ଜଣେ ‘‘ବିନା-ବକବାସ୍‌’’ (no-nonsense) ଆଇ.ଏ.ଏସ୍‌. ଅଫିସର୍‌ ଭାବେ ଜଣାଶୁଣା ଅମିତ ଖରେଙ୍କ ତୀକ୍ଷ୍ଣ ଦୃଷ୍ଟି ଓ ନେତୃତ୍ୱ ଯୋଗୁଁ ବିହାରର ୧,୦୦୦ କୋଟି ଟଙ୍କାର ଚାରା ଘୋଟାଲାର ବିଭିନ୍ନ ଦୁର୍ନୀତି ସାମନାକୁ ଆସିଥିଲା ଓ ଶେଷରେ ସେହି ମାମଲା ଯୋଗୁଁ ତତ୍କାଳୀନ ବିହାର ମୁଖ୍ୟ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ (Lalu Prasad Yadav) ଇସ୍ତଫା ଦେବାକୁ ପଡ଼ିଥିଲା । ଲାଲୁ ନିଜ ପତ୍ନୀ ରାବଡ଼ି ଦେବୀଙ୍କୁ (Rabri Devi) ମୁଖ୍ୟ ମନ୍ତ୍ରୀ ଗାଦିରେ ବସାଇ ଜେଲ୍‌ ଯାଇଥିଲେ । ପରେ ସେହି ମାମଲାର ଅନେକ କେସରେ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଦଣ୍ଡ ପାଇଛନ୍ତି ।

ଲାଲୁ ପ୍ରସାଦ ଯାଦବ


ଏହା ବି ପଢ଼ନ୍ତୁ | OAS Results: ପ୍ରକାଶ ପାଇଲା ୨୦୧୯ର ଓଡ଼ିଶା ସିଭିଲ୍ ସର୍ଭିସେଜ୍ପରୀକ୍ଷା ଫଳ; ୧୫୩ ଜଣ କୃତକାର୍ଯ୍ୟ

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ କ୍ୟାବିନେଟର ନିଯୁକ୍ତି କମିଟି ଅମିତ ଖରେଙ୍କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା (Amit Khare PM’s advisor) ଭାବେ ନିଯୁକ୍ତିକୁ ଅନୁମୋଦନ କରିଛି । ଖରେ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ (ପି.ଏମ୍‌.ଓ.) ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ । ସରକାର ଦେଇଥିବା ସୂଚନା ଅନୁଯାୟୀ ଅମିତ ଖରେଙ୍କ ପୋଷ୍ଟ୍‌ ଓ ପେ’ ସ୍କେଲ୍‌ ଭାରତ ସରକାରଙ୍କ ଅନ୍ୟ ଯେକୌଣସି ସଚିବଙ୍କ ସହ ସମାନ ହେବ ।

ଏହା ବି ପଢ଼ନ୍ତୁ | BJP ନେତା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଚିଲିକାର BJD ବିଧାୟକ ଗିରଫ ହୋଇ ଜେଲ୍ ଗଲେ

ଖରେଙ୍କ ଏହି ନିଯୁକ୍ତି ଚୁକ୍ତିଭିତ୍ତିକ ନିଯୁକ୍ତି ସର୍ତ୍ତାବଳୀ ଅନୁସାରେ କରାଯାଇଛି । ପୁନଃନିଯୁକ୍ତି ଉପରେ ଥିବା ସରକାରଙ୍କ ସବୁ ନିୟମାବଳୀ ତାଙ୍କ ଉପରେ ଲାଗୁ ହେବ । ସୂଚନା ଅନୁଯାୟୀ ତାଙ୍କର ଏହି ନିଯୁକ୍ତି ଦୁଇ ବର୍ଷ ପାଇଁ ବା ଆଗାମୀ ଆଦେଶ ପର୍ଯ୍ୟନ୍ତ ହୋଇଛି ଏବଂ ଏହାକୁ ସରକାର ଚାହିଁଲେ ଦୁଇ ବର୍ଷରୁ ଅଧିକକୁ ବିସ୍ତାର କରିପାରିବେ ।
Published by: Anand S.T. Das
First published: October 12, 2021, 6:14 PM IST