ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର ଖସି ପଡ଼ିବା ଘଟଣାର ଯାଞ୍ଚ କରୁଛନ୍ତି ଏୟାର ଭାଇସ ମାର୍ଶଲ

ହୋମ ବେସରେ କମାଣ୍ଡ ଏୟାର ଷ୍ଟାଫ୍ ଇନ୍ସପେକ୍ଟନ୍ (CSAI) ସମୟରେ ଏହି କ୍ଷେପଣାସ୍ତ୍ରଟି ହଠାତ୍ ଗୁଳି ଚଳାଇଥିବା ବେଳେ ଏହି ଅଧିକାରୀ ମିସାଇଲ୍ ସିଷ୍ଟମର ମୋବାଇଲ୍ କମାଣ୍ଡର ଦାୟିତ୍ୱରେ ଥିଲେ।

ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର ଖସି ପଡ଼ିବା ଘଟଣାର ଯାଞ୍ଚ କରୁଛନ୍ତି ଏୟାର ଭାଇସ ମାର୍ଶଲ

ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର ଖସି ପଡ଼ିବା ଘଟଣାର ଯାଞ୍ଚ କରୁଛନ୍ତି ଏୟାର ଭାଇସ ମାର୍ଶଲ

  • Share this:
News18 Odia Digital

ନୂଆ ଦିଲ୍ଲୀ: ବାୟୁସେନା ମୁଖ୍ୟାଳୟର ଏୟାର ଭାଇସ ମାର୍ଶଲମାନେ ମାର୍ଚ୍ଚ ୯ରେ ପାକିସ୍ତାନରେ ଭାରତର ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରାହ୍ମୋସ୍ କିପରି ଖସି ପଡ଼ିଥିଲା ତାହାର ଅନୁସନ୍ଧାନ କରୁଛନ୍ତି। ନ୍ୟୁଜ୍ ଏଜେନ୍ସି ANIକୁ ସୂତ୍ରରୁ ପ୍ରକାଶ ଯେ ଏହି ଘଟଣାର ବାୟୁସେନା ଅଧିକାରୀ ଅନୁସନ୍ଧାନ କରୁଛନ୍ତି କିନ୍ତୁ ପ୍ରିମା ଫେସ୍ ଏହା ଏକ ଗ୍ରୁପ୍ କ୍ୟାପଟେନ ରାଙ୍କ ଅଫିସରଙ୍କ ଭୁଲ ବୋଲି ଜଣାପଡ଼ିଛି।

ହୋମ ବେସରେ କମାଣ୍ଡ ଏୟାର ଷ୍ଟାଫ୍ ଇନ୍ସପେକ୍ଟନ୍ (CSAI) ସମୟରେ ଏହି କ୍ଷେପଣାସ୍ତ୍ରଟି ହଠାତ୍ ଗୁଳି ଚଳାଇଥିବା ବେଳେ ଏହି ଅଧିକାରୀ ମିସାଇଲ୍ ସିଷ୍ଟମର ମୋବାଇଲ୍ କମାଣ୍ଡର ଦାୟିତ୍ୱରେ ଥିଲେ।

ତେବେ ସୂତ୍ର ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତଦନ୍ତ ଶେଷ ହେବ ଓ କେବଳ ସେତେବେଳେ ବାକି ତଥ୍ୟ ଜଣା ପଡ଼ିବ। ସୂତ୍ରରୁ ପ୍ରକାଶ ଯେ ଏହି ଘଟଣାର ଅନୁସନ୍ଧାନ କରୁଥିବା ଏୟାର ଭାଇସ ମାର୍ଶଲ ଅତ୍ୟନ୍ତ ଅଭିଜ୍ଞ ଓ ବାୟୁସେନା ମୁଖ୍ୟାଳୟରେ କାର୍ଯ୍ୟ ଦାୟିତ୍ବରେ ଅଛନ୍ତି।

ମାର୍ଚ୍ଚ ୧୫ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେ ରାଜ୍ୟସଭାରେ କହିଥିଲେ, ‘‘ଦୁର୍ଭାଗ୍ୟବଶତ ମାର୍ଚ୍ଚ ୯ରେ ହଠାତ୍ ଏକ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା। ନିୟମିତ ଯାଞ୍ଚ ସମୟରେ ଏହି ଦୁର୍ଘଟଣା ଘଟିଛ। ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି କ୍ଷେପଣାସ୍ତ୍ର ପାକିସ୍ତାନରେ ପଡ଼ିଛି।’’

ସେ କହିଥିଲେ ଯେ ଭାରତୀୟ କ୍ଷେପଣାସ୍ତ୍ର ପ୍ରଣାଳୀ ଅତ୍ୟନ୍ତ ନିର୍ଭରଯୋଗ୍ୟ ଓ ନିରାପଦ। ଭାରତୀୟ ସୁରକ୍ଷା ବାହିନୀ ଏଭଳି ବ୍ୟବସ୍ଥା ପରିଚାଳନାରେ ଅଭିଜ୍ଞ। ଆନ୍ତର୍ଜାତୀୟ ସ୍ତରରେ ହଠାତ୍ ମିସ୍ ହୋଇଥିବା ଏହି କ୍ଷେପଣାସ୍ତ୍ରକୁ ପାକିସ୍ତାନ ଉଠାଇବାକୁ ଚେଷ୍ଟା କରୁଥିଲା, ବ୍ରାହ୍ମୋସ୍ ଏକ କୌଶଳ ପ୍ରଣାଳୀ ଓ ଦୁର୍ଘଟଣା ସମୟରେ ଏଥିରେ ଗୁଳିଗୋଳା ବର୍ଷଣ ନଥିଲା।
Published by:Lipina Das
First published: