ସବୁଦିନ ପାଇଁ ସଭ୍ୟପଦ ରଦ୍ଦ ହେଲେ ବି ମୁଁ ସତ କହିବା ବନ୍ଦ କରିବିନି- ରାହୁଲ୍

ରାହୁଲ୍ କହିଛନ୍ତି ଯେ, ସଂସଦରେ କହିବାକୁ ମୁଁ ବାରମ୍ବାର ବାଚସ୍ପତିଙ୍କୁ ଅନୁମତି ମାଗିଥିଲି, ‘ସଂସଦରେ ମୋତେ କହିବାକୁ ସୁଯୋଗ ଦିଆଗଲାନି’ ।

ସବୁଦିନ ପାଇଁ ସଭ୍ୟପଦ ରଦ୍ଦ ହେଲେ ବି ମୁଁ ସତ କହିବା ବନ୍ଦ କରିବିନି- ରାହୁଲ୍

ସବୁଦିନ ପାଇଁ ସଭ୍ୟପଦ ରଦ୍ଦ ହେଲେ ବି ମୁଁ ସତ କହିବା ବନ୍ଦ କରିବିନି- ରାହୁଲ୍

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ସଭ୍ୟପଦ ଯିବା ପରେ ସାମନାକୁ ଆସିଲେ ରାହୁଲ ଗାନ୍ଧି (rahul gandhi) । କହିଲେ ଦେଶର ଗଣତନ୍ତ୍ର ଉପରେ ଆକ୍ରମଣ (attack) । ଡରରେ ଆକ୍ସନ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସବୁଦିନ ପାଇଁ ସଭ୍ୟପଦ ରଦ୍ଦ ହେଲେ ମଧ୍ୟ ସେ ସତ କହିବା ବନ୍ଦ କରିବେ ନାହିଁ କି ଡରିଯିବେ ନାହିଁ । ସତ କହିବା ତାଙ୍କ ତପସ୍ୟା ।

ରାହୁଲ୍ କହିଛନ୍ତି ଯେ, ସଂସଦରେ କହିବାକୁ ମୁଁ ବାରମ୍ବାର ବାଚସ୍ପତିଙ୍କୁ ଅନୁମତି ମାଗିଥିଲି, ‘ସଂସଦରେ ମୋତେ କହିବାକୁ ସୁଯୋଗ ଦିଆଗଲାନି’ । ‘ସଂସଦରେ ମୁଁ ଯାହା କହିଛି ତଥ୍ୟ ପ୍ରମାଣ ସହିତ କହିଛି’ । ‘ସଂସଦ ଭିତରେ କି ବାହାରେ ରହିଲେ କିଛି ଫରକ୍‌ ପଡ଼ିବନି’ । ଏ ଦେଶ ତାଙ୍କୁ ଶ୍ରଦ୍ଧା, ସମ୍ମାନ ସବୁକିଛି ଦେଇଛି । ଦେଶର ସ୍ବାର୍ଥ ପାଇଁ ସେ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ରାହୁଲ । ‘ମୋଦି ଯେଉଁ କାର୍ଯ୍ୟାନୁଷ୍ଠାନ ନେଲେ ବିରୋଧୀଙ୍କୁ ଫାଇଦା ହେବ । ଅଦାନୀ ମାମଲାରେ ପୁଣି ଘେରିଛନ୍ତି ପୂର୍ବତନ କଂଗ୍ରେସ ସାଂସଦ । କହିଛନ୍ତି, ଅଦାନୀ ଓ ମୋଦିଙ୍କ ସଂପର୍କ ବହୁ ପୁରୁଣା । ଅଦାନୀ କମ୍ପାନି (adani company) ରେ ଲାଗିଥିବା ୨୦ ହଜାର କୋଟି ଟଙ୍କା କାହାର ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ଅଦାନୀ ମାମଲାରେ କାହିଁକି ପ୍ରତିରକ୍ଷା ମନ୍ତ୍ରାଳୟ ଚୁପ୍ ରହିଛି । ୨୦ ହଜାର କୋଟି ଟଙ୍କାର କାହିଁକି ଖୋଳତାଡ଼ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ସଦସ୍ୟତା ରଦ୍ଦ ଭଳି କାର୍ଯ୍ୟାନୁଷ୍ଠାନକୁ ସେ ଡରିଯିବେ ନାହିଁ’ । ‘ଗଣତାନ୍ତ୍ରିକ ଅଧିକାରରେ ସ୍ବାଧୀନ ମତବ୍ୟକ୍ତ ଜାରି ରହିବ ବୋଲି ରାହୁଲ କହିଛନ୍ତି ।

ରାହୁଲଙ୍କ ପିସି ପରେ ସାମ୍ବାଦିକ ସମ୍ମିଳନୀ କରି କଡ଼ା ଜବାବ ରଖିଛି ବିଜେପି (bjp) । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ (rabisankar prasad) କହିଛନ୍ତି, ରାହୁଲ ଜାଣିଶୁଣି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । କୋର୍ଟ କ୍ଷମା ମାଗିବାକୁ କହିଥିଲେ, ହେଲେ ମନା କରିଥିଲେ ରାହୁଲ । ଆଉ ଏବେ ବାରମ୍ବାର ମିଛ କହି ଚାଲିଛନ୍ତି ରାହୁଲ । କେବଳ ରାହୁଲ ନୁହଁନ୍ତି, ଆଇନ ଭଙ୍ଗ ଅଭିୟୋଗରେ ୩୨ଜଣଙ୍କ ସଭ୍ୟପଦ ରଦ୍ଦ ହୋଇଛି । ରାହୁଲଙ୍କ ବିରୋଧରେ କଂଗ୍ରେସ (congress) ଷଡ଼ଯନ୍ତ୍ର କରିଛି । ରାହୁଲଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ (protest) ହେବ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ ।

ଏହି ଖବର ପଢ଼ନ୍ତୁ -  କମାଲ୍ ବ୍ୟାଟିଂ କରି ସଭିଙ୍କ ମନ କିଣୁଛନ୍ତି ୮ବର୍ଷର ବାଳକ: ଦେଖନ୍ତୁ ଝଲକ୍ 

https://www.youtube.com/watch?v=2QR3YT6nbA4
Published by:Soubhagya Mishra
First published: