News18 Odia Digital
ନୂଆ ଦିଲ୍ଲୀ: ଡିଜିଟାଲ୍ ଯୁଗରେ ଇଣ୍ଟରନେଟ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଭାବରେ ଉଭା ହୋଇଛି।।ଯଦିଓ ଟେଲିକମ୍ କମ୍ପାନୀଗୁଡିକ ଶସ୍ତା ମୂଲ୍ୟରେ ପ୍ରିପେଡ୍ ଯୋଜନା ପ୍ରଦାନ କରୁଛନ୍ତି, କିନ୍ତୁ ସେଠାରେ ଏକ ସମସ୍ୟା ଅଛି ଯାହା ବହୁ ସଂଖ୍ୟକ ଗ୍ରାହକ ଅଭିଯୋଗ କରୁଛନ୍ତି। କଂଗ୍ରେସ ସାଂସଦ ଜଶବୀର ସିଂ ଗିଲ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେ ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ।
କଂଗ୍ରେସ ସାଂସଦ ଜଶବୀର ସିଂ ଗିଲ କହିଛନ୍ତି ଯେ ଆଜି ଜିଓ ଓ ଏୟାରଟେଲ ସାଧାରଣ ଗ୍ରାହକଙ୍କୁ ଖୋଲାଖୋଲି ଭାବେ ଲୁଟୁଛନ୍ତି। ସେ କହିଛନ୍ତି, 'ମୁଁ ମୋ ଫୋନ୍ ବନ୍ଦ କରି ଶୋଇଯାଏ ଓ ଯେତେବେଳେ ମୁଁ ସକାଳୁ ଉଠେ, ମୋର ଡାଟା ଶେଷ ହୋଇଯାଇଥାଏ। କଣ ଭୂତ ଏହି ଡାଟା ବ୍ୟବହାର କରୁଛି କି?
ପ୍ରକୃତରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସଏନଏଲର ପୁନଃ ସ୍ଥାପନ ବିଷୟରେ କହୁଥିଲେ। ଏହି ସମୟରେ ସେ ପୂର୍ବ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ସେହି ଦିନ ଗଲାଣି ଯେତେବେଳେ ବିଏସଏନଏଲ କିଛି ମନ୍ତ୍ରୀଙ୍କ ପାଇଁ କ୍ଷୀର ଦେଉଥିବା ଗାଈ ପରି ଥିଲା। ମନ୍ତ୍ରୀଙ୍କ ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
କଂଗ୍ରେସ ସାଂସଦଙ୍କ ପ୍ରଶ୍ନର ଉତ୍ତରରେ ଆଇଟି ମନ୍ତ୍ରୀ କୌଣସି ପ୍ରତ୍ୟକ୍ଷ ଉତ୍ତର ଦେଇନାହାଁନ୍ତି, ବରଂ ଶସ୍ତା ମୂଲ୍ୟରେ ଡାଟା ପାଇବା କଥା କହିବା ଆରମ୍ଭ କଲେ। ସେ କହିଛନ୍ତି, 'ଯେତେବେଳେ କଂଗ୍ରେସ ସରକାର କ୍ଷମତାରେ ଥିଲେ, ଡାଟା ପାଇଁ କେତେ ଟଙ୍କା ଦେବାକୁ ପଡୁଥିଲା? ଆପଣ ସେହି ଭୂତମାନଙ୍କ ବିଷୟରେ କହୁଛନ୍ତି, ଯେଉଁ ଭୂତମାନେ ୧ GB ଡାଟା ପାଇଁ ୨୦୦ ଟଙ୍କା ନେଉଥିଲେ। ଆଜି ୨୦ ରୁ କମ୍ ମୂଲ୍ୟରେ ୧ଜିବି ଡାଟା ଉପଲବ୍ଧ। ବିଏସଏନଏଲ ପାଇଁ ଖୁବ୍ ଶୀଘ୍ର ଭଲ ଦିନ ଆସିବ ବୋଲି ମନ୍ତ୍ରୀ ଦାବି କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।