News 18 Odia Digital
ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଗାୟିକା ଶିଳ୍ପା ରାଓ (shilpa rao) ନେଟୱାର୍କ18ର ଲିଡରସିପ୍ କନକ୍ଲେଭ ରାଇଜିଂ ଇଣ୍ଡିଆ (Rising india) ସମ୍ମିଳନୀ ୨୦୨୩ ରେ ଅଂଶଗ୍ରହଣ କରିଥିଲେ । ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଶାହରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର (film) 'ପଠାନ'ର ବେସରମ ଗୀତ (song) ପାଇଁ ସ୍ୱର ଦେଇଥିଲେ। ସେ କହିଛନ୍ତି ଯେ ଫିଲ୍ମ ୧ହଜାର କୋଟି ଟଙ୍କା ଯାଏଁ ଚାଲିବ, ଏହା ଆମେ କେବେ ବି ଚିନ୍ତାକରିନଥିଲୁ। ଲୋକଙ୍କ ମୁହଁରେ ହସ ଓ ଖୁସି ଦେଖିବାକୁ ଗୀତ ଗାଇଥିଲି । ଯଦି ଦର୍ଶକଙ୍କ ମୁହଁରେ ଖୁସି ନାହିଁ, ସେଠାରେ ୧ ହଜାର କୋଟି ମୂଲ୍ୟ ମୂଲ୍ୟହୀନ।
ଅଭିନେତ୍ରୀ ଶ୍ରୀନାଲ ଠାକୁର ମଧ୍ୟ ନ୍ୟୁଜ୍ 18 ର ରାଇଜିଂ ଇଣ୍ଡିଆ ସମ୍ମିଳନୀରେ ଭାଗ ନେଇଥିଲେ । ସେ କହିଛନ୍ତି, 'ମୁଁ ଖୁସି ଯେ ମୁଁ ସେହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରୁଛି, ଯେଉଁ ସମୟରେ ଏହା ବହୁତ ଡାଇନେମିକ । ବର୍ତ୍ତମାନ ବହୁତ କିଛି ବଦଳିଯାଇଛି । ବର୍ତ୍ତମାନ ଏଠାରେ କେହି ଟିଭି ଅଭିନେତ୍ରୀ କିମ୍ବା ଚଳଚ୍ଚିତ୍ର ଅଭିନେତ୍ରୀ ନୁହଁନ୍ତି, ବରଂ ସମସ୍ତେ ଭାରତୀୟ ଅଭିନେତ୍ରୀ ।
'ଏହା ହେଉଛି ଭାରତୀୟ ସିନେମାର ଯୁଗ'ସୁପର ହିଟ୍ ଚଳଚ୍ଚିତ୍ର ସୀତା-ରାମ ତାରକା ଶ୍ରୀନାଲ ଠାକୁର ନ୍ୟୁଜ୍18 ର ରାଇଜିଂ ଇଣ୍ଡିଆ ସମ୍ମିଳନୀ ମଞ୍ଚରେ ଯୋଗ ଦେଇ କହିଛନ୍ତି, ଏହା ହେଉଛି ଭାରତୀୟ ସିନେମାର ଯୁଗ। ନିକଟରେ ଦେଶରେ ଦୁଇଟି ଓସ୍କାର (Oscar) ମଧ୍ୟ ଆସିଛି। ମୁଁ ନିଜକୁ ଭାଗ୍ୟବାନ ମନେ କରେ ଯେ, ମୁଁ ଏପରି ସମୟରେ କାମ କରିଛି, ଯେତେବେଳେ ମୁଁ ମରାଠୀ, ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟାଲମ୍, କନ୍ନଡ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଛି । ବର୍ତ୍ତମାନ ସିନେମା ପ୍ୟାନ ଇଣ୍ଡିଆ (pan india) ହୋଇ ସାରିଛି, ଭାଷାର ସୀମାକୁ ପାର କରି ଲୋକମାନେ ଚଳଚ୍ଚିତ୍ର ଦେଖୁଛନ୍ତି ଓ ପସନ୍ଦ ବି କରୁଛନ୍ତି ।
ଶ୍ରୀନାଲ ଠାକୁର କହିଛନ୍ତି, ଆରମ୍ଭରେ ମୋର ପିତାମାତା ମଧ୍ୟ ଭୟ କରୁଥିଲେ ଯେ, ସିନେମା ଓ ଟିଭିରେ ଭଲ କ୍ୟାରିୟର (career) ହେବ କି ନାହିଁ, ଭଲ ଭୂମିକା ମିଳିବ କି ନାହିଁ। ମୁଁ ୧୦ବର୍ଷ ଟିଭିରେ କାମ କଲି, ତା’ପରେ ମୋତେ 'ଲଭ୍ ସୋନିଆ' ମିଳିଥିଲା । ଏହି ଚଳଚ୍ଚିତ୍ରଟି ମୋ କ୍ୟାରିୟରରେ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହା ବହୁତ କିଛି ବଦଳାଇ ଦେଇଛି । କାରଣ, ଏହା ପରଠାରୁ ମୋ ପାଖକୁ ଚଳଚ୍ଚିତ୍ର ଅଫର୍ ଅସିବା ଆରମ୍ଭ ହେଲା । ମରାଠୀ, ହିନ୍ଦୀ, ମାଲାୟାଲମ୍, ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ କାମ କରିବାର ସୁଯୋଗ ପାଇଛି । ମୁଁ ବର୍ତ୍ତମାନ ଭଲ କାମ କରିବାକୁ ଚାହୁଁଛି ।
ଏହି ଖବର ପଢ଼ନ୍ତୁ-
ଆଖି ପଲକରେ ମାଡିଆସିଲା ବଡ଼ ବିପଦ: ହାତଧରି ଉଦ୍ଧାର କଲା ବନ୍ଧୁ.. ଦେଖନ୍ତୁ ଭିଡିଓନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।