ଦିନ ଦ୍ୱିପ୍ରହରେ 'ହାର୍ଟ' ଚୋରି କରିନେଲେ ଦୁର୍ବୃତ୍ତ; ଖୋଜୁଛି ପୋଲିସ

ହାର୍ଟ ଚୋରି କରିନେଲେ ଦୁର୍ବୃତ୍ତ । ଦିଲ ସହ ଯୁବକଙ୍କୁ ଖୋଜୁଛି ପୋଲିସ ।

ଖୋଜୁଛି ପୋଲିସ

ଖୋଜୁଛି ପୋଲିସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଗାଜିପୁର: ହାର୍ଟ ଚୋରି କରିନେଲେ ଦୁର୍ବୃତ୍ତ । ଆମେ ଆପଣଙ୍କୁ ମଣିଷ ହାର୍ଟ କଥା କହୁନାହୁଁ । ସେଲ୍ଫି ପଏଣ୍ଟରୁ ଉପାଡି ନେଲେ ଦିଲ। ଯାହାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ଗାଜିପୁରର କୋଟୱାଲୀରେ ଘଟିଛି ଏଭଳି ଘଟଣା।

ସେଲଫି ପଏଣ୍ଟ 'I LOVE GHAZIPUR' ଦୁଇ ମାସ ପୂର୍ବରୁ ୟୁପିର ଗାଜିପୁର ସହରରେ ସ୍ଥାପିତ ହୋଇଥିଲା, ଯାହା ଲୋକଙ୍କୁ ଆକର୍ଷିତ କରୁଥିଲା। କିନ୍ତୁ ଏହା ସହ ଜଡ଼ିତ ଏକ ଖବର ସାମ୍ନାକୁ ଆସୁଛି। ହୋଲି ଦିନ ଚାରିଜଣ ଯୁବକ ସେଲଫି ପଏଣ୍ଟର 'ଲଭ୍'କୁ ଉପାଡି ନେଇଛନ୍ତି। ସେମାନଙ୍କ ମଧ୍ଯରୁ ତିନି ଜଣଙ୍କୁ ପୋଲିସ ଗିରଫ କରିଛି।

ଲଙ୍କା ମଇଦାନ ନିକଟ ମୁଖ୍ୟ ରାସ୍ତା ପାର୍ଶ୍ୱରେ ମ୍ୟୁନିସିପାଲିଟି ପରିଷଦ ଦ୍ୱାରା ଏକ ସେଲଫି ପଏଣ୍ଟ 'I LOVE GHAZIPUR' ପ୍ରସ୍ତୁତ କରାଯାଇଥିଲା। ହୋଲି ଦିନ ବାଇକରେ ଆସି କିଛି ଯୁବକ 'LOVE' କୁ ଉପାଡି ନେଇଯାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା।

ଏ ବାବଦରେ ଜାଣିବା ପରେ ପୋଲିସ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ​​ଓ ବାଇକକୁ ମଧ୍ୟ ଜବତ କରିଥିଲା। ଏହି ମାମଲାରେ ଏସପି ଓମବୀର ସିଂ କହିଛନ୍ତି ଯେ ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା।

OSCARS 2023: ଭାରତକୁ ଦ୍ୱିତୀୟ ଓସ୍କାର; 'ନାଟୁ ନାଟୁ' କୁ ମିଳିଲା ଆୱାର୍ଡ଼

ଏହା ପରେ ପୋଲିସ ଫୁଲନପୁରର ଆଶିଷ ଯାଦବ, ଅଭିଜିତ କୁମାର ଏବଂ ସୁମିତ ପାଣ୍ଡେଙ୍କୁ ଗିରଫ କରିଥିଲା। ତେବେ ଚତୁର୍ଥ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ଏହି ପ୍ରସଙ୍ଗରେ ମ୍ୟୁନିସିପାଲିଟି ପରିଷଦ ଦେଇଥିବା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Published by:Soumya Das
First published: