'ମୋତେ କ୍ୟାନସର, ଆଉ ୫ ବର୍ଷ ବଞ୍ଚିବି'; ଭିଡିଓ କରି ୪୯୩ ଜଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଲେ ଯୁବତୀ

ଜଣେ ଝିଅ କ୍ୟାନସର ନାଁରେ ୪୦୦ ରୁ ଅଧିକ ଲୋକଙ୍କଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଠକିଛି । ଝିଅଟି ଭିଡିଓରେ କହିଛି ଯେ, କର୍କଟ କାରଣରୁ ତାଙ୍କୁ କେମୋଥେରାପି କରିବାକୁ ପଡିବ ।

'ମୋତେ କ୍ୟାନସର, ଆଉ ୫ ବର୍ଷ ବଞ୍ଚିବି'; ଭିଡିଓ କରି ଲକ୍ଷ ଲକ୍ଷ ଟଙ୍କା ଠକିଲେ ଯୁବତୀ

'ମୋତେ କ୍ୟାନସର, ଆଉ ୫ ବର୍ଷ ବଞ୍ଚିବି'; ଭିଡିଓ କରି ଲକ୍ଷ ଲକ୍ଷ ଟଙ୍କା ଠକିଲେ ଯୁବତୀ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଜଣେ ଝିଅ କ୍ୟାନସର (Cancer) ନାଁରେ ୪୦୦ ରୁ ଅଧିକ ଲୋକଙ୍କଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଠକିଛି । ଝିଅଟି ଭିଡିଓରେ କହିଛି ଯେ, କର୍କଟ କାରଣରୁ ତାଙ୍କୁ କେମୋଥେରାପି (Chemotherapy) କରିବାକୁ ପଡିବ, ଡାକ୍ତରମାନେ ତାଙ୍କୁ ୫ ବର୍ଷ ସମୟ ( 5 Year Time) ଦେଇଛନ୍ତି। କିନ୍ତୁ ତାଙ୍କର ସମସ୍ତ କଥା ମିଛ ବୋଲି ଜଣାପଡିଛି। ଏହି ସୂଚନା ପୋଲିସ (Police) ପାଖରେ ପହଞ୍ଚିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ଡେଲି ମେଲ ଅନୁଯାୟୀ - କିଛି ଡାକ୍ତର (Doctor) ମ୍ୟାଡିସନ ମାରି ରୁସୋଙ୍କ ବିଷୟରେ ଅଭିଯୋଗ କରିଥିଲେ ଯେ, ସେ କର୍କଟରେ ପୀଡିତ ଥିବା କହି ଭିଡିଓ ଅପଲୋଡ୍ (Video upload) କରୁଛନ୍ତି। ଏହି ଡାକ୍ତରମାନେ ପୋଲିସ ସାମ୍ନାରେ କହିଥିଲେ ଯେ, ସେ କର୍କଟ ରୋଗରେ ଆକ୍ରାନ୍ତ ବୋଲି ମିଥ୍ୟା ଦାବି କରୁଛନ୍ତି। ଏହା ପରେ ପୋଲିସ ମ୍ୟାଡିସନଙ୍କ ଘରେ ଖୋଜାଖୋଜି କରିଥିଲା। ଯାଞ୍ଚ ବେଳେ ପୋଲିସ ତାଙ୍କ ଘରୁ ଅନେକ ଚିକିତ୍ସା ଉପକରଣ ପାଇଥିଲା। ତାଙ୍କ କାର (Car) ଜବତ କରାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ, ଯଦି ମ୍ୟାଡିସନ ମାରିଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୁଏ ତେବେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ (Punishment) ମିଳିବ। ବର୍ତ୍ତମାନ ତାଙ୍କୁ ୮ ଲକ୍ଷ ଟଙ୍କା ବଣ୍ଡରେ ମୁକ୍ତ କରାଯାଇଛି। ମାର୍ଚ୍ଚ ୨ ରେ ସେ ପୁଣି କୋର୍ଟରେ (Court) ହାଜର ହେବେ।

ଏପରି ଖୋଲିଥିଲା ମହିଳାଙ୍କ ପୋଲ ... ବାସ୍ତବରେ, କିଛି ଡାକ୍ତର ପୋଲିସକୁ କହିଥିଲେ ଯେ ଜୀବନ ରକ୍ଷାକାରୀ ଉପକରଣ ପିନ୍ଧି ଭିଡିଓ ସେୟାର କରୁଥିବା ମ୍ୟାଡିସନ ମାରିଙ୍କର ଅନେକ ତ୍ରୁଟି ରହିଛି। ସେ ଆମେରିକାର ଆଇୱାସ୍ଥିତ ଆପାର୍ଟମେଣ୍ଟକୁ ଏକ ନକଲି ଡାକ୍ତରଖାନାରେ ପରିଣତ କରିଥିଲେ। ପୋଲିସ ଝିଅଟିର ଘରେ ପହଞ୍ଚିବା ପରେ ଏଭଳି ଅନେକ ଚିକିତ୍ସା ଉପକରଣ ପାଇଥିଲା। ଏହିଥିରୁ ସେ ଠକେଇ କରିଥିବା ନେଇ ଜଣାପଡିଥିଲା । ପୋଲିସ କହିଛି ଯେ, ମ୍ୟାଡିସନ ମାରି ଅନେକ କର୍କଟ ରୋଗୀଙ୍କ ଫଟୋ ଚୋରି କରି ଏହାକୁ ନିଜର ବୋଲି କହି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ଖବର ପଢ଼ନ୍ତୁ- http://ସାମ୍ନାକୁ ଆସିଲା ନୂଆ ଟୁଇଷ୍ଟ୍; ଅଭିଯୁକ୍ତ ଗୋପାଳଙ୍କ ଭାଇ ସକାଳୁ ବନ୍ଦ କରିଥିଲେ ହୋଟେଲ
Published by:Soubhagya Mishra
First published: