ଇଶାରା ମିଳିଥିଲା; କେନ୍ଦ୍ର ବିରୋଧରେ କହିବା ବନ୍ଦ କଲେ କରିଦେବୁ ଉପରାଷ୍ଟ୍ରପତି: ମେଘାଳୟ ରାଜ୍ୟପାଳ

ଯଦି ମୁଁ କେନ୍ଦ୍ର ସରକାରଙ୍କ ବିରୋଧରେ କହିବା ବନ୍ଦ କରେ, ମୋତେ ଉପରାଷ୍ଟ୍ରପତି କରାଯିବ ନେଇ ସୂଚିତ କରାଯାଇଥିଲା: ମେଘାଳୟ ରାଜ୍ୟପାଳ

ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ

ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ

  • News18 Odia
  • Last Updated :
  • Share this:
News18 Odia Digital

ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ କେନ୍ଦ୍ର ସରକାରଙ୍କ ବିରୋଧରେ କହିବା ବନ୍ଦ କରନ୍ତି, ତେବେ ତାଙ୍କୁ ଉପରାଷ୍ଟ୍ରପତି କରାଯିବ ନେଇ ସୂଚିତ କରାଯାଇଥିଲା। ଶନିବାର ରାଜସ୍ଥାନର ଝୁଞ୍ଜୁନୁ ସହରରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ସେ ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧିଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେ ଭଲ କାମ କରୁଛନ୍ତି ବୋଲି କହିଥିଲେ।

ଏହି ବିଷୟରେ ମୋର କହିବା ଠିକ ନୁହେଁ ବୋଲି କହିଛନ୍ତି ମେଘାଳୟର ରାଜ୍ୟପାଳ। ସେ କହିଛନ୍ତି ମୋତେ ଆଗୁଆ ସୂଚନା ଥିଲା ଯେ ଯଦି ତୁମେ ବିରୋଧରେ କିଛି ନ କୁହ, ତେବେ ତୁମକୁ ଉପରାଷ୍ଟ୍ରପତି କରାଯିବ। କିନ୍ତୁ ମୁଁ ଏହା କରିପାରିବି ନାହିଁ। ମୁଁ ଯାହା ଅନୁଭବ କରେ ତାହା କୁହେ। କେବଳ ଏତିକି ନୁହେଁ, ଜଗଦୀପ ଧନକର ଜଣେ ଯୋଗ୍ୟ ପ୍ରାର୍ଥୀ । କିନ୍ତୁ ମୋତେ ବି ଇଶାରା ମିଳିଥିଲା, ହେଲେ ଏହାକୁ ମୁଁ ପ୍ରତ୍ୟାଖାନ କରିଦେଇଥିଲି ବୋଲି କହିଛନ୍ତି ରାଜ୍ୟପାଳ।

ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି ସତ କଥା କହି କିଛି ହରେଇବାକୁ ପଡେ ତେବେ ତା’ ପାଇଁ ମୁଁ ପ୍ରସ୍ତୁତ । ବିଜେପିରେ ଏଭଳି ଅନେକ ନେତା ଅଛନ୍ତି ଯାହାଙ୍କ ଉପରେ ଇଡି, ସିବିଆଇ ଓ ଆଇଟି ବିଭାଗ ରେଡ୍‌ କରିପାରିବ। ହେଲେ ସରକାର ଦଳୀୟ ନେତାଙ୍କ ଉପରେ ଚଢାଉ ହେବାକୁ ଦେଉ ନାହାଁନ୍ତି।
Published by:Soumya Das
First published: