ମୁଁ ଅପରାଧି ନୁହେଁ, ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀ: ଅରବିନ୍ଦ କେଜ୍ରିୱାଲ

Kejriwal Singapore visit: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ସିଙ୍ଗାପୁରରେ ହେବାକୁ ଥିବା ବିଶ୍ୱ ସହର ସମ୍ମିଳନୀରେ ଯୋଗଦେବା ପାଇଁ ତାଙ୍କୁ ସେହି ଦେଶର ସରକାର ନିମନ୍ତ୍ରଣ କରିଛନ୍ତି, ଯେଉଁଠାରେ ସେ ବିଶ୍ୱ ନେତାଙ୍କ ନିକଟରେ 'ଦିଲ୍ଲୀ ମଡେଲ' ଉପସ୍ଥାପନ କରିବେ ଓ ଭାରତର ପାଇଁ ଗୌରବ ଆଣିବେ।

ଏମିତି ବୟାନ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଏମିତି ବୟାନ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

  • Share this:
News18 Odia Digital

Arvind Kejriwal Singapore visit: କେନ୍ଦ୍ର ସରକାରଙ୍କ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଙ୍ଗାପୁର ଗସ୍ତରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ସୋମବାର ସେ ଏହି ଅଭିଯୋଗକୁ ଦୋହରାଇ କହିଛନ୍ତି, ‘‘ରାଜନୈତିକ କାରଣରୁ ମୋର ସିଙ୍ଗାପୁର ଗସ୍ତ ବନ୍ଦ ହୋଇଥିବାର ଦେଖାଯାଉଛି।’’

ଏଥି ସହ ସେ କହିଛନ୍ତି, ‘‘ମୁଁ ଅପରାଧୀ ନୁହେଁ ବରଂ ନିର୍ବାଚିତ ମୁଖ୍ୟମନ୍ତ୍ରୀ।’’ ଏକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଯିବାକୁ ପଡ଼ିବ, କିନ୍ତୁ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଏଥିପାଇଁ ଅନୁମତି ଦେଉନାହାଁନ୍ତି। ଏହି ପ୍ରସଙ୍ଗରେ AAP ସାଂସଦମାନେ ମଧ୍ୟ ବିରୋଧ କରି ସଂସଦ ପରିସରରେ ବିରୋଧ କରିଥିଲେ।

ଦେଶର ନାମ ଗର୍ବିତ କରିବି

କେଜ୍ରିୱାଲ କହିଛନ୍ତି ଯେ ସିଙ୍ଗାପୁରରେ ହେବାକୁ ଥିବା ବିଶ୍ୱ ସହର ସମ୍ମିଳନୀରେ ଭାଗ ନେବାକୁ ତାଙ୍କୁ ସେହି ଦେଶର ସରକାର ନିମନ୍ତ୍ରଣ କରିଛନ୍ତି, ଯେଉଁଠାରେ ସେ ବିଶ୍ୱ ନେତାଙ୍କ ନିକଟରେ 'ଦିଲ୍ଲୀ ମଡେଲ' ଉପସ୍ଥାପନ କରିବେ ଓ ଭାରତର ନାମରେ ଗୌରବ ଆଣିବେ। ତାଙ୍କ ଗସ୍ତ ପାଇଁ ଅନୁମତି ଦେବାରେ କେନ୍ଦ୍ରର ବିଳମ୍ବକୁ ନେଇ ବିବ୍ରତ ହୋଇ କେଜ୍ରିୱାଲ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ସେ ଗତ ଏକ ମାସ ପାଇଁ ଅନୁମତି ଅପେକ୍ଷା କରିଛନ୍ତି।

ସେ ଆହୁରି କହିଛନ୍ତି, ‘‘ମୁଁ ଅପରାଧୀ ନୁହେଁ, ମୁଁ ଜଣେ ମୁଖ୍ୟମନ୍ତ୍ରୀ ଓ ଦେଶର ମୁକ୍ତ ନାଗରିକ। ମୋତେ ସିଙ୍ଗାପୁର ଯିବାକୁ ବାରଣ କରିବାର କୌଣସି ଆଇନଗତ ଆଧାର ନାହିଁ, ତେଣୁ ଏହା ପଛରେ କିଛି ରାଜନୈତିକ କାରଣ ଥିବା ପରି ମନେ ହେଉଛି।’’

ପ୍ରକାଶ ଥାଉକି ଜୁନ ମାସରେ ସିଙ୍ଗାପୁରର ହାଇ କମିଶନର ସାଇମନ୍ ୱଙ୍ଗ କେଜ୍ରିୱାଲଙ୍କୁ ଏହି ସମ୍ମିଳନୀ ପାଇଁ ନିମନ୍ତ୍ରଣ କରିଥିଲେ। ଅଗଷ୍ଟ ପ୍ରଥମ ସପ୍ତାହରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଦିନରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ସାଧାରଣତଃ ବିଦେଶ ଗସ୍ତରେ ଯାଆନ୍ତି ନାହିଁ, କିନ୍ତୁ ଦେଶର ବିକାଶ ସହ ଜଡିତ ଥିବାରୁ ସିଙ୍ଗାପୁର ସମ୍ମିଳନୀରେ ଭାଗ ନେବାକୁ ଚାହାଁନ୍ତି। ସେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଥିଲେ ଯେ 'ବିଶ୍ୱ ସହର ସମ୍ମିଳନୀ' (ଡବ୍ଲୁସିଏସ୍) ରେ ଭାରତର ପ୍ରତିନିଧିତ୍ୱ କରିବାକୁ ସିଙ୍ଗାପୁର ଯିବାକୁ ଅନୁମତି ମନା କରିବା ଭୁଲ୍।

ସୂଚନାନୁସାରେ, ଦିଲ୍ଲୀ ଉପ-ରାଜ୍ୟପାଳ ଭି.କେ ସକ୍ସେନା କେଜ୍ରିୱାଲଙ୍କ ସିଙ୍ଗାପୁର ଗସ୍ତ ସହ ଜଡିତ ଫାଇଲକୁ ଅନୁମୋଦନ କରିନାହାଁନ୍ତି। ସଂସଦ ଅଧିବେଶନ ଆରମ୍ଭ ହେବା ସହିତ AAPର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଓ ରାଘବ ଚଡ୍ଡା ଏହି ପ୍ରସଙ୍ଗରେ ସଂସଦ ପରିସରରେ ପୋଷ୍ଟର ସହିତ ପ୍ରଦର୍ଶନ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ମଡେଲର ବିଶ୍ବ ସ୍ତରୀୟ ପ୍ରଶଂସା ଯୋଗୁଁ ବିଜେପି ଅସନ୍ତୋଷ ପ୍ରକାଶ କରିଛି ଓ ସେଥିପାଇଁ କେଜ୍ରିୱାଲଙ୍କୁ ସିଙ୍ଗାପୁର ଯିବାକୁ କେନ୍ଦ୍ର ସରକାର ଅନୁମତି ଦେଇ ନାହାଁନ୍ତି।
Published by:Lipina Das
First published: