ଜେଲରେ ଏକୁଟିଆ ଲାଗୁଛି, ସେଲକୁ କଏଦୀଙ୍କୁ...ସତ୍ୟେନ୍ଦ୍ର ଜୈନଙ୍କ ଚିଠିକୁ ନେଇ ଅଡୁଆ

ସେଲରେ କଏଦୀଙ୍କ ସଂଖ୍ଯା ବଢାଇବା ପାଇଁ ଅନୁରୋଧ କଲେ ସତ୍ଯେନ୍ଦ୍ର, ୨ ଜଣଙ୍କୁ କଏଦୀଙ୍କୁ ସ୍ଥାନାନ୍ତରିତ କରି ଅଡୁଆରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ।

ସତ୍ୟେନ୍ଦ୍ର ଜୈନ

ସତ୍ୟେନ୍ଦ୍ର ଜୈନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଜେଲ୍‌ ସେଲ୍‌ରେ ଏକୁଟିଆ ଅନୁଭବ କରୁଛି। ଲୋକଙ୍କ ସହ ମିଳାମିଶା କରି ପାରୁ ନ ଥିବାରୁ ମୁଁ ମାନସିକ ଅବସାଦରେ ରହୁଛି। ତେଣୁ ମୋ’ ସେଲ୍‌ରେ କଏଦୀଙ୍କ ସଂଖ୍ୟା ବଢ଼ାନ୍ତୁ । ଡାକ୍ତରମାନେ ମୋତେ ଏକୁଟିଆ ନରହିବାକୁ ପରାମର୍ଶ ଦେଇଛନ୍ତି । ଏଭଳି କିଛି ଚିଠି ଲେଖି ତିହାର ଜେଲ୍‌ ନଂ-୭ର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ପଠାଇଛନ୍ତି ଆପ୍‌ ବିଧାୟକ ସତ୍ୟେନ୍ଦ୍ର ଜୈନ । ଯେଉଁଥିପାଇଁ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ କାରଣ ଦର୍ଶାଓ ନୋଟିସ ଜାରି ହୋଇଛି ।

ଚିଠି ପାଇବା ପରେ ସୁପରିଣ୍ଟେଣ୍ଡେଣ୍ଟ ୨ ଜଣ କଏଦୀଙ୍କୁ ସତ୍ୟେନ୍ଦ୍ର ଜୈନଙ୍କ ସେଲକୁ ସ୍ଥାନାନ୍ତରିତ କରିଥିଲେ । ଯାହା ପରେ ତାଙ୍କର ଅଡୁଆ ବଢିଛି । ଜେଲ୍‌ ପ୍ରଶାସନକୁ ଅବଗତ ନ କରି ଏପରି ପଦକ୍ଷେପ ନେଇଥିଲେ। ଏହା ନିୟମ ବିରୁଦ୍ଧ ହୋଇଥିବା ବେଳେ ତାଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରାଯାଇଛି। କିନ୍ତୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଏହା ଜାଣିବା ପରେ ତୁରନ୍ତ ଉକ୍ତ ୨ କଏଦୀଙ୍କୁ ତାଙ୍କୁ ପୁରୁଣା ସ୍ଥାନକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମେ’ ୧୧ ତାରିଖରେ ଆପ୍‌ ବିଧାୟକ ସତ୍ୟେନ୍ଦ୍ର ଜୈନ ତିହାର ଜେଲ୍‌ ନଂ -୭  ସୁପରିଣ୍ଟେଣ୍ଡେଣ୍ଟ ନିକଟକୁ ଏକ ଚିଠି ଲେଖିଥିଲେ।

ଶରୀରର ଦେଖାଯାଉଛି କି ଏହି ୫ଟି ଲକ୍ଷଣ; ତୁରନ୍ତ ଖାଇବା ବନ୍ଦ କରନ୍ତୁ ମାଂସ


ପୂର୍ବରୁ ସତ୍ୟେନ୍ଦ୍ରଙ୍କ ସହ ୩ ଜଣ କଏଦୀ ରହୁଥିଲେ। ମାତ୍ର ସେ ସେମାନଙ୍କ ଦ୍ୱାରା ମସାଜ ସହ ଯାବତୀୟ କାମ କରାଉଥିଲେ। ଏହି ସବୁ ଘଟଣା ସିସିଟିଭିରେ ରେକର୍ଡ ହୋଇ ଭାଇରାଲ ହେବା ପରେ ସତ୍ୟେନ୍ଦ୍ର ଜୈନଙ୍କ ସେଲ୍‌ରୁ ସମସ୍ତଙ୍କୁ ହଟାଇ ଦିଆଯାଇଥିଲା। ଏପରିକି ତାଙ୍କ ସେଲ୍‌ରେ ଦିଆଯାଇଥିବା ଚେୟାର, ଟେବୁଲ ବି ବାହାର କରି ନିଆଯାଇଥିଲା। ଜେଲ୍‌ର ତତ୍କାଳୀନ ମୁଖ୍ୟ ସନ୍ଦୀପ ଗୋଏଲଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
Published by:Soumya Das
First published: