ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Is this Love? ଗର୍ଲଫ୍ରେଣ୍ଡ୍ ବାହା ହେବାକୁ ରାଜି ନ ହେବାରୁ ତାକୁ ୨୦ ଥର ଛୁରୀ ଭୁସିଲା ଯୁବକ

Is this Love? ଗର୍ଲଫ୍ରେଣ୍ଡ୍ ବାହା ହେବାକୁ ରାଜି ନ ହେବାରୁ ତାକୁ ୨୦ ଥର ଛୁରୀ ଭୁସିଲା ଯୁବକ

Hyderabad man stabs girlfriend 20 times for refusing marriage | ୨୦-ବର୍ଷୀୟା ଯୁବତୀ ନିଜ ପ୍ରେମିକକୁ କହିଥିଲେ ଯେ ତାଙ୍କ ବାପା-ମାଆ ତାଙ୍କ ସମ୍ପର୍କକୁ ଗ୍ରହଣ କରିବେନି ଓ ସେ ଅନ୍ୟ କାହା ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ପ୍ରେମିକ ତାଙ୍କୁ ଧମକ ଦେଇଥିଲା ସେ ତାଙ୍କ ବାହାଘର ଭାଙ୍ଗିଦେବ ।

Is this Love? ଗର୍ଲଫ୍ରେଣ୍ଡ୍ ବାହା ହେବାକୁ ରାଜି ନ ହେବାରୁ ତାକୁ ୨୦ ଥର ଛୁରୀ ଭୁସିଲା ଯୁବକ
ସିରିଶାଙ୍କ ଦେହରେ ପ୍ରାୟ ୨୦ ଥର ଛୁରାମାଡ଼ ହୋଇଥିଲା । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 12, 2021, 1:18 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହାଇଦ୍ରାବାଦ: ପ୍ରେମ ଦୁଇ ହୃଦୟର କୋମଳ ଓ ନିର୍ମଳ ବନ୍ଧନର ଅନ୍ୟ ନାମ । ହେଲେ ପ୍ରେମରେ ଅନ୍ଧ ହୋଇ କିଛି ଲୋକ ହିଂସାର ପନ୍ଥା ଅବଲମ୍ବନ କରନ୍ତି । ଏମିତି ଏକ ଘଟଣାରେ ଜଣେ ୨୦-ବର୍ଷୀୟା ଯୁବତୀଙ୍କୁ ଅତି ଅମାନବୀୟ ଢଙ୍ଗରେ ଛୁରୀରେ ଆକ୍ରମଣ କରିଛି ଖୋଦ୍‌ ତାଙ୍କ ପ୍ରେମିକ ।

ସିରିଶା ନାମକ ଏହି ଯୁବତୀଙ୍କୁ ତାଙ୍କ ପ୍ରେମିକ ପାଖାପାଖି ୨୦ ଥର ଛୁରୀ ଭୁସିଥିବା ଜଣାପଡ଼ିଛି । ସିରିଶା ଅନ୍ୟ ଜଣେ ଯୁବକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ନିଷ୍ପତ୍ତି କରିବା ପରେ ତାଙ୍କ ଉପରେ ଏହି ନିର୍ମମ କାଣ୍ଡ କରିଛି ତାଙ୍କ ପୂର୍ବ ପ୍ରେମିକ । ହାଇଦ୍ରାବାଦରେ ଘଟିଥିବା ଏହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ସିରିଶାଙ୍କ ପୂର୍ବତନ ପ୍ରେମିକ ବାସବରାଜ ନଭେମ୍ବର ୧୦ ତାରିଖ ବୁଧବାର ଦିନ ହାଇଦ୍ରାବାଦର ରାଚକୋଣ୍ଡା ଥାନା ଅଞ୍ଚଳରେ ଥିବା ଏଲ୍‌.ବି. ନଗର ଅଞ୍ଚଳରେ ଏହି କାଣ୍ଡ କରିଥିଲା (Hyderabad stabbing)।

ଏହା ବି ପଢ଼ନ୍ତୁ | ମମିତା ହତ୍ୟାକାଣ୍ଡକୁ ନେଇ ‘ଓଡ଼ିଶା ବନ୍ଦ’ ପାଳନ କରିବାକୁ ପ୍ରସ୍ତୁତ କଂଗ୍ରେସ; ହେଲେ ହାଇ କୋର୍ଟ୍‌ କହିଛନ୍ତି ‘ବନ୍ଦ ନୁହେଁ, ହରତାଳ କର’

ଭୀଷଣ ରକ୍ତସ୍ରାବ ହେଉଥିବା ଅବସ୍ଥାରେ ସିରିଶାଙ୍କୁ ହସପିଟାଲକୁ ନିଆଯାଇଥିଲା । ସେ ଏବେ ସଚେତନ ଅବସ୍ଥାରେ ଅଛନ୍ତି, ହେଲେ ଆଭ୍ୟନ୍ତରୀଣ ରକ୍ତସ୍ରାବ ପାଇଁ ଚିକିତ୍ସିତ ହେଉଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି । ସେ ବିପଦ ବାହାରେ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ଆଉ ଦୁଇ ଦିନ ଲାଗିବ ବୋଲି ଡାକ୍ତରମାନେ କହିଛନ୍ତି । ସିରିଶାଙ୍କୁ ହତ୍ୟା କରିବା ଉଦ୍ୟମ ପାଇଁ ବାସବରାଜଙ୍କୁ ଏଲ୍‌.ବି. ନଗର ପୋଲିସ ଗିରଫ କରିଛି (Hyderabad girlfriend stabbing case)।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସମ୍ବଲପୁରରେ ନିଜ ମାସାମନାରେ କୂଅ ଭିତରେ ପଡ଼ି ମରିଗଲେ ଦୁଇ ଭେଣ୍ଡିଆ ପୁଅ

ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି ଯେ ସିରିଶା ଓ ବାସବରାଜ ଗଲା ତିନି ବର୍ଷ ଧରି ପରସ୍ପରକୁ ଜାଣିଥିଲେ। ‘ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌’ ବରକାଗଜର ଏକ ରିପୋର୍ଟ୍‌ ଅନୁଯାୟୀ ସିରିଶା ଗତ ଦୁଇ ବର୍ଷ ଧରି ନିଜ ମାମୁଁଙ୍କ ଘରେ ରହୁଥିଲେ । ସେଇଠି ତାଙ୍କୁ ୨୩-ବର୍ଷୀୟ ବାସବରାଜ ଦେଖା କରିବାକୁ ଆସିଥିଲା । ପ୍ରକୃତରେ ତାକୁ ସେଠାକୁ ଡାକିଥିଲେ ସିରିଶା କାରଣ ସେ ତା’ ସହ ସମ୍ପର୍କ ଆଉ ଆଗକୁ ନ ବଢ଼ାଇବାକୁ ଚାହୁଁଥିବାରୁ ସେ ବିଷୟରେ ତା’ ସହ ଆଲୋଚନା କରିବାକୁ ଚାହୁଁଥିଲେ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ଡବଲ୍ମର୍ଡ଼ର: ନାବାଳକ ପୁଅ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ପୋଲିସ ନିକଟରେ ସ୍ୱୀକାର କଲା

ଅନଲାଇନରେ ପ୍ରସାରିତ ହୋଇଥିବା ଏକ ଭିଡିଓ କ୍ଲିପରେ ନବୀନ ହସପିଟାଲରେ ଭର୍ତ୍ତି ହୋଇଥିବା ସିରିଶା କହୁଥିବା ଶୁଣିବାକୁ ମିଳୁଛି ଯେ ସେ ଅନ୍ୟ କାହାକୁ ବିବାହ କରିବାକୁ ଯାଉଥିବାରୁ ବାସଭାବଜ ତାଙ୍କୁ ଛୁରାମାଡ଼ କଲେ। “ଆମେ ପୂର୍ବରୁ ପରସ୍ପର ସହ ସମ୍ପର୍କରେ ଥିଲୁ । କିନ୍ତୁ ଏବେ ମୁଁ ଆଉ କାହା ସହିତ ସମ୍ପର୍କରେ ବାନ୍ଧିହେବାକୁ ଯାଉଛି । ମୋ’ ନିର୍ବନ୍ଧ ସରିଯାଇଛି । ମୁଁ ତାଙ୍କୁ (ବାସବରାଜକୁ) ଫୋନରେ କହିଥିଲି ଯେ ମୋ’ ବାପା-ମାଆ ଆମ ସମ୍ପର୍କକୁ ଗ୍ରହଣ କରିବେ ନାହିଁ ଓ ମୁଁ ଅନ୍ୟ କାହା ସହ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛି,’’ ଅଡ଼ିଓରେ ସିରିଶା କହୁଥିବା ଶୁଣାଯାଉଛି ।

ଏହା ବି ପଢ଼ନ୍ତୁ | ‘‘ସରିଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍ ଛାତ୍ରୀ

ସିରିଶା ଆହୁରି କହୁଥିବା ଶୁଣାଯାଉଛି ଯେ ଯେତେବେଳେ ସେ ବାସବରାଜ ସହ ଆଉ କଥା ହେବାକୁ ମନା କରିଦେଲେ, ସେ ତାଙ୍କୁ ଧମକ ଦେଲା ଯେ ସେ ତାଙ୍କ ଭାବୀ ସ୍ୱାମୀଙ୍କ ଘର ଲୋକଙ୍କ ସହ କଥା ହୋଇ ତାଙ୍କ ବାହାଘର ଭାଙ୍ଗିଦେବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅ

ନବୀନ ହସ୍ପିଟାଲର ଡ଼ାକ୍ତର ରବି ତେଜା କହିଛନ୍ତି ଯେ ସିରିଶାଙ୍କ ଦେହରେ ପ୍ରାୟ ୨୦ ଥର ଛୁରାମାଡ଼ ହୋଇଥିଲା । ତାଙ୍କ ଛାତିରେ ପାଖାପାଖି ୧୫ଟି ଛୁରୀ ଆଘାତ ଲାଗିଥିଲା । “ଲାଗୁଛି ଯେ କୌଣସି ଗଭୀର କ୍ଷତ ନାହିଁ । ଆମେ ଯୌନ ନିର୍ଯାତନାର କୌଣସି ଲକ୍ଷଣ ପାଇ ନାହୁଁ । ବର୍ତ୍ତମାନ ସେ ପେଟରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ରୋକିବା ପାଇଁ ଚିକିତ୍ସିତ ହେଉଛନ୍ତି । ସେ ସଚେତନ ଥିବାବେଳେ ଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି । ତାଙ୍କୁ ଅମ୍ଳଜାନ ସହାୟତାରେ ରଖାଯାଇଛି,’’ କହିଛନ୍ତି ଡାକ୍ତର ରବି ତେଜା ।
Published by: Anand S.T. Das
First published: November 11, 2021, 11:59 PM IST