Hyderabad Gang Rape: ଗିରଫ ହେଲେ AIMIM ବିଧାୟକଙ୍କ ପୁଅ

ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ମାମଲାରେ ‘ଅଲ୍ ଇଣ୍ଡିଆ ମଜିଲି-ଇ-ଇତ୍ତେହାଦୁଲ୍ ମୁସଲିମର ବିଧାୟଙ୍କ ନାବାଳକ ପୁଅ ଅନ୍ୟତମ ଅଭିଯୁକ୍ତ ଓ ତାଙ୍କୁ ଗିରଫ କରାଯାଇଛି ।

ହାଇଦ୍ରାବାଦ ଗଣ ଦୁଷ୍କର୍ମ ମାମଲା (ପ୍ରତୀକାତ୍ମକ ଛବି)

ହାଇଦ୍ରାବାଦ ଗଣ ଦୁଷ୍କର୍ମ ମାମଲା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ହାଇଦ୍ରାବାଦର ଜୁବିଲି ହିଲ୍‌ସ୍‌ରେ ଜଣେ ନାବାଳିକାଙ୍କ ସହିତ ହୋଇଥିବା ଗଣଦୁଷ୍କର୍ମରେ ‘ଅଲ୍‌ ଇଣ୍ଡିଆ ମଜିଲି-ଇ-ଇତ୍ତେହାଦୁଲ୍‌ ମୁସ୍‌ଲିମ୍‌’ର (ଏଆଇଏମ୍‌ଆଇଏମ୍‌) ବିଧାୟଙ୍କ ନାବାଳକ ପୁଅ ଅନ୍ୟତମ ଅଭିଯୁକ୍ତ ଓ ତାଙ୍କୁ ଗିରଫ କରାଯାଇଛି ବୋଲି ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ହାଇଦ୍ରାବାଦ ପୋଲିସ କହିଛି।

ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ କମିଶନର ସି.ଭି. ଆନନ୍ଦ କହିଛନ୍ତି, ସାଦୁଦ୍ଦୀନ ମଲିକଙ୍କ ସମେତ କେବଳ ୫ଜଣ ଅଭିଯୁକ୍ତ ପ୍ରକୃତରେ ଗଣଦୁଷ୍କର୍ମରେ ସମ୍ପୃକ୍ତ ଅଛନ୍ତି। ମଙ୍ଗଳବାର ଦିନ ଗିରଫ ହୋଇଥିବା ୫ମ ନାବାଳକ ଜଣକ ଦୁଷ୍କର୍ମ ପୂର୍ବରୁ କାରରୁ ଓହ୍ଲାଇ ଯାଇଥିଲେ। ତେଣୁ ୫ମ ନାବାଳକ ଆନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇନାହିଁ। ଆମେ ସେମାନଙ୍କ ବିରୋଧରେ କଠୋର ଦଫା ଲାଗୁ କରିଛୁ"।

ଏହି ଘଟଣାରେ ଏବେ ପର୍ଯ୍ୟନ୍ତ ୬ଜଣଙ୍କ9 ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ନାବାଳକ। ସମସ୍ତେ ରାଜନୈତିକ ପରିବାରର ବୋଲି ଜଣାପଡ଼ିଛି।

ପୂର୍ବରୁ ବିଜେପି ବିଧାୟକ ଏମ ରଘୁନନ୍ଦନ ରାଓ ଏକ ଭିଡ଼ିଓ କ୍ଲିପ ଓ ଫଟୋଗ୍ରାଫ ଜାରି କରିଥିଲେ ଯେଉଁଥିରେ ସେ ଓୱାଇସି ପାର୍ଟି ଏଆଇଏମଆଇର ବିଧାୟକଙ୍କ ପୁଅ ସାମିଲ ଥିବା ନେଵା ସେ ଅଭିଯୋଗ କରିଥିଲେ। ଏହି ଅପରାଧରେ AIMIM ବିଧାୟକଙ୍କ ସମ୍ପୃକ୍ତି ଥିବା ପ୍ରମାଣ କରିବାକୁ ତାଙ୍କ ପାଖରେ ଅଧିକ ପ୍ରମାଣ ଅଛି ବୋଲି ବିଜେପି ବିଧାୟକ ଦାବି କରିଥିଲେ।
Published by:Soumya Das
First published: