ହାଇଦ୍ରାବାଦ: ହାଇଦ୍ରାବାଦରେ ପ୍ରାଣୀ ଡାକ୍ତରାଣୀଙ୍କ ସହ ଗଣଦୁଷ୍କର୍ମ ପରେ ତାଙ୍କୁ ଜଳାଇ ମାରି ଦେବା ଘଟଣାରେ ସମ୍ପୃକ୍ତ ଥିବା ଚାରି ଜଣ ଅଭିଯୁକ୍ତଙ୍କୁ ଏକ ଏନକାଉଣ୍ଟରରେ ହତ୍ୟା କରିଛି ପୋଲିସ୍ ।
ହାଇଦ୍ରାବାଦରେ ପ୍ରାଣୀ ଡାକ୍ତରାଣୀଙ୍କ ସହ ଗଣଦୁଷ୍କର୍ମ ପରେ ତାଙ୍କୁ ଜଳାଇ ମାରି ଦେବା ଘଟଣାରେ ସମ୍ପୃକ୍ତ ଥିବା ଚାରି ଜଣ ଅଭିଯୁକ୍ତଙ୍କୁ ଏକ ଏନକାଉଣ୍ଟରରେ ହତ୍ୟା କରିଛି ପୋଲିସ୍ ।
ଏନକାଉଣ୍ଟର ଶୁକ୍ରବାର ଭୋର 3:30 ରେ ହୋଇଥିଲା ବୋଲି ତେଲେଙ୍ଗାନର ବରିଷ୍ଠ ପୋଲିସ ଅଫିସରମାନେ କହିଛନ୍ତି। ଅଭିଯୁକ୍ତମାନଙ୍କୁ ସମଗ୍ର ଘଟଣା ବିଷୟରେ ଜାଣିବା ପାଇଁ ଘଟଣାସ୍ଥଳକୁ ନିଆ ଯାଇଥିବା ବେଳେ ସେମାନେ ଖସି ପଳେଇବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ଗୁଳି ଚାଳନା କରିଥିଲା।
ଚାରି ଜଣ ଆହତ ଅଭିଯୁକ୍ତଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, ମାତ୍ର ସେମାନେ ସମସ୍ତେ ମୃତ୍ୟୁ ବରଣ କରିଥିଲେ।
ମୃତ ଅଭିଯୁକ୍ତମାନେ ହେଲେ ମହମ୍ମଦ (26), ଜୋଲ୍ଲୁ ଶିବା (20), ଜୋଲ୍ଲୁ ନବୀନ (20) ଓ ଚିନ୍ତାକୁଣ୍ଟା ଚେନ୍ନାକେଶଭୁଲୁ (20)। ଏଇ ଚାରି ଜଣଙ୍କୁ ଜଣେ ପ୍ରାଣୀ ଡାକ୍ତରଣୀଙ୍କୁ ଗଣଦୁଷ୍କର୍ମ ପରେ ନିଆଁରେ ଜଳାଇ ହତ୍ୟା କରିବା ଘଟଣାରେ ନଭେମ୍ବର 29ରେ ଗିରଫ କରାଯାଇଥିଲା।
ସେମାନଙ୍କୁ ଚେରାପଲ୍ଲୀ କେନ୍ଦ୍ରୀୟ ଜେଲରେ ଉଚ୍ଚ ସୁରକ୍ଷା ବିଶିଷ୍ଟ କୋଠରୀମାନଙ୍କରେ ରଖାଯାଇଥିଲା। ଜେଲରେ ସୁରକ୍ଷା ପାଇଁ ଅଧିକ ପୋଲିସ ବଳ ମୁତୟନ କରାଯାଇଥିଲା।
ଗୋଟେ ସରକାରୀ ପ୍ରାଣୀ ହସ୍ପିଟାଲରେ ସହାୟକ ଡାକ୍ତରାଣୀ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କ ଜଳିଯାଇଥିବା ମୃତ ଦେହ ହାଇଦରାବାଦର ଶାଦ ନଗର ଅଞ୍ଚଳରେ ନଭେମ୍ବର 28 ସକାଳେ ମିଳିଥିଲା। ତା'ର ଦିନକ ଆଗରୁ ସେ ନିଖୋଜ ହୋଇଯାଇଥିବାର ସୂଚନା ତାଙ୍କ ପରିବାର ପକ୍ଷରୁ ମିଳିଥିଲା।
ଏଇ ଗଣଦୁଷ୍କର୍ମ ଓ ହତ୍ୟା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିବା ପରେ ତେଲେଙ୍ଗାନା ସରକାର ଏକ ବିଶେଷ କୋର୍ଟ (ଫାଷ୍ଟ ଟ୍ରାକ କୋର୍ଟ) ବସାଇ ମାମଲାର ଶୁଣାଣୀ କରିବା ପାଇଁ ଘୋଷଣା କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।