Hyderabad: ବିଲେଇ ଚିତ୍କାରରେ ବିରକ୍ତ ହୋଇ ମାଲିକକୁ ନିଆଁ ଲଗାଇଦେଲା ଜଣେ ନାବାଳକ

ନିକଟରେ ଜଣେ ନାବାଳିକ ଏକ ପୋଷା ବିଲେଇ ଚିତ୍କାର ଓ କୋଳାହଳ ଦ୍ୱାରା ବିରକ୍ତ ହୋଇ ପେଟ୍ରୋଲ ଢାଳିବା ପରେ ବିଲେଇର ମାଲିକଙ୍କୁ ନିଆଁ ଲଗାଇ ଦେଇଥିଲା। ଏହି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।

ହାଇଦ୍ରାବାଦରେ ଅଘଟଣ

ହାଇଦ୍ରାବାଦରେ ଅଘଟଣ

  • Share this:
News 18 Odia Digital

ହାଇଦ୍ରାବାଦ: ଶନିବାର ଦିନ ଏପରି ଏକ ଘଟଣା ଘଟିଛି ଯେଉଁଥିରେ ଦର୍ଶାଯାଇଛି ଯେ କିଛି ଲୋକ କ୍ରୋଧରେ କେତେ ହିଂସା କରନ୍ତି। ନିକଟରେ ଜଣେ ନାବାଳକ ଏକ ପୋଷା ବିଲେଇ ଚିତ୍କାର ଏବଂ କୋଳାହଳ ଦ୍ୱାରା ବିରକ୍ତ ହୋଇ ପେଟ୍ରୋଲ ଢାଳିବା ପରେ ବିଲେଇର ମାଲିକଙ୍କୁ ନିଆଁ ଲଗାଇ ଦେଇଥିଲା।

ପୋଲିସ ଘଟଣାସ୍ଥଳରେ ତଦନ୍ତ କରିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିଥିଲା। ଏକ ଅଜବ ଘଟଣାରେ, ଏହି ହତ୍ୟାକାଣ୍ଡ କରିଛି ଜଣେ ନାବାଳକ। ଯଦିଓ ପୀଡିତାଙ୍କ ଗୁରୁବାର ରାତିରେ ମୃତ୍ୟୁ ଘଟିଛି, ପୀଡିତାଙ୍କ ବନ୍ଧୁ ଶନିବାର ସହରର ବନଜାରା ହିଲ୍ସ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ରାଙ୍ଗା ରେଡ୍ଡୀ ଜିଲ୍ଲାର କୋଥରୁ ମଣ୍ଡଳର ନାଲାପୁରରୁ ୨୯ ବର୍ଷୀୟ ହରିଶ୍ୱର ରେଡ୍ଡି , ଅନ୍ୟ ଜଣେ ଯୁବକଙ୍କ ସହ ମିଶି ମିଥିଲାନଗର, ବନଜାରା ହିଲ୍ ରୋଡ୍ ନମ୍ବର ୧୦ ରେ ଡକ୍ଟର ମେନନଙ୍କ ଘରେ ରୁହନ୍ତି। ଆସାମର ଏଜାଜ୍ ହୁସେନ୍ (ପୀଡିତ) ଓ ବ୍ରାନ୍ ଷ୍ଟିଲିଂ ମଧ୍ୟ ସେହି ଘରେ ଅନ୍ୟ ଏକ କୋଠରୀ ଭଡା ରହି ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରିଥିଲେ। ଏହି ମାସର ୨୫ ତାରିଖ ରାତିରେ ଉଭୟ ଏଜାଜ ଓ ବ୍ରାଉନ୍ ନିଜ କାର୍ଯ୍ୟ ଶେଷ କରିବା ପରେ ନିଜ ଘରକୁ ଯାଉଥିଲେ, ଯେତେବେଳେ ସେମାନେ ରାସ୍ତାରେ ଏକ ବିଲେଇକୁ ଦେଖି ଘରକୁ ନେଇଗଲେ।

ହେଲେ ହରିଶ୍ୱର ରେଡ୍ଡୀ କ୍ରୋଧିତ ହୁଅନ୍ତି ଯେତେବେଳେ ବିଲେଇ ଚିତ୍କାର କରି ତାଙ୍କ ନିଦକୁ ଭାଙ୍ଗିଥିଲା। ଏହି ରାଗରେ ଏଜାଜ ହୁସେନ୍‌ଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ସେ। ଗୁରୁତର ଭାବେ ପୋଡି ଯାଇଥିବା ଏଜାଜଙ୍କୁ ଚିକିତ୍ସା ପାଇଁ ଓସମାନିଆ ଡାକ୍ତରଖାନାକୁ ନିଆଥିଲା। ଆଉ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ବନ୍ଧୁଙ୍କ ଅଭିଯୋଗ ଆଧାରରେ ପୋଲିସ ହତ୍ୟା ଅଭିଯୋଗରେ ସମ୍ପୃକ୍ତ ବାଳକକୁ ଗିରଫ କରିଛି।
Published by:Soumyashree Mishra
First published: