News18 Odia Digital
ନୂଆ ଦିଲ୍ଲୀ: ସୁପ୍ରିମ କୋର୍ଟ (Supreme Court) ସୋମବାର ସେହି ବ୍ୟକ୍ତିଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯାହାଙ୍କ ଉପରେ ନିଜ ପତ୍ନୀଙ୍କୁ ମାରପିଟ କରିଥିବାର ଅଭିଯୋଗ ହୋଇଛି । ସୁପ୍ରିମ କୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ପତ୍ନୀଙ୍କର କୌଣସି ଆଘାତ ପାଇଁ ସ୍ୱାମୀ ନିଜେ ଦାୟୀ ରହିବେ । ପ୍ରଧାନ ବିଚାରପତି ଏସ.ଏ. ବୋବ୍ଡେଙ୍କ (CJI SA Bobde) ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ ଶାଶୁ ଘରେ ମହିଳାଙ୍କୁ ହୁଏତ ଅନ୍ୟ କହି ସମ୍ପର୍କୀୟ ଆକ୍ରମଣ କରିଥାଉ ତଥାପି ତାଙ୍କ ପ୍ରାଥମିକ କାର୍ଯ୍ୟନୁଷ୍ଠାନ ତାଙ୍କ ସ୍ୱାମୀଙ୍କ ଉପରେ ହେବ ।
ସୁପ୍ରିମ କୋର୍ଟ ଯେଉଁ ମାମଲାରେ ଶୁଣାଣି କରୁଛନ୍ତି, ସେଥିରେ ପୁରୁଷଙ୍କ ଏହା ହେଉଛି ତୃତୀୟ ବିବାହ ଓ ମହିଳାଙ୍କ ଦ୍ୱିତୀୟ ବିବାହ । ବିବାହର ଏକ ବର୍ଷ ପରେ 2018 ରେ, ଦମ୍ପତିଙ୍କର ଏକ ସନ୍ତାନ ଜନ୍ମ ହେଲା । ଗତ ବର୍ଷ ଜୁନ୍ ମାସରେ ନିଜ ଉପରେ ହୋଇଥିବା ଆକ୍ରମଣ ପରେ ମହିଳା ଜଣକ ତାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କ ବିରୋଧରେ ଲୁଧିଆନା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତାଙ୍କ ଶାଶୁଘର ଲୋକେ ଯୌତୁକ ମାଗୁଥିଲେ ।
CJI ମହିଳାଙ୍କ ସ୍ୱାମୀଙ୍କୁ ପଚାରିଲା - କିପରି ପୁରୁଷ ଆପଣ?ସୁପ୍ରିମ କୋର୍ଟରେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡେଙ୍କ ବେଞ୍ଚ ସମ୍ମୁଖରେ ମହିଳାଙ୍କ ସ୍ୱାମୀଙ୍କ ଓକିଲ କୁଶାଗର ମହାଜନ ଅଗ୍ରିମ ଜାମିନ ପାଇଁ ଅଡ଼ି ବସିଥିଲେ । ଏଥିପାଇଁ CJI ଦ୍ୱାରା ପରିଚାଳିତ ବେଞ୍ଚ କହିଥିଲା, 'କିପରି ପୁରୁଷ ଆପଣ? ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଆପଣ ତାଙ୍କ ତଣ୍ଟିଚିପି ହତ୍ୟା କରିବାକୁ ଚାହୁଁଥିଲ । ସେ ଅଭିଯୋଗ କରିଛନ୍ତି ଯେ ଆପଣ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଛନ୍ତି । ଆପଣ କେଉଁ ପ୍ରକାରର ପୁରୁଷ ଯେ ଆପଣ ଆପଣଙ୍କ ପତ୍ନୀଙ୍କୁ ପିଟିବା ପାଇଁ କ୍ରିକେଟ୍ ବ୍ୟାଟ୍ ବ୍ୟବହାର କରୁଛ? '
ଏହା ଉପରେ ମହାଜନ କହିଛନ୍ତି ଯେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ପିତାଙ୍କୁ ବ୍ୟାଟ୍ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ଏଥିପାଇଁ CJI କହିଛନ୍ତି, 'ଆପଣ (ସ୍ୱାମୀ) କିମ୍ବା ଆପଣଙ୍କ ବାପା ଯିଏ ବି ତାଙ୍କୁ ପିଟିବା ପାଇଁ ବ୍ୟାଟ୍ ବ୍ୟବହାର କରିଥିଲ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯେତେବେଳେ ଜଣେ ମହିଳାଙ୍କୁ ଶାଶୁଘରେ ଆଘାତ ଲାଗେ ସେତେବେଳେ ପ୍ରାଥମିକ ଦାୟିତ୍ୱ ହେଉଛି ସ୍ୱାମୀଙ୍କର ।" ଏହା ପରେ ବେଞ୍ଚ ସ୍ୱାମୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି । ଏହାପୂର୍ବରୁ ପଞ୍ଜାବ ଏବଂ ହରିୟାଣା ହାଇ କୋର୍ଟ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।