ଛାଡ଼ପତ୍ର ପାଇଁ ଯାଇଥିଲେ ଫୁଲମାଳ ପିନ୍ଧି ଘରକୁ ଫେରିଲେ; ଆଖପାଖ ଲୋକ ଦେଖି ଆଶ୍ଚର୍ଯ୍ୟ

ଆଜିକାଲି ଯୁଗରେ ବିବାହ, ଛାଡ଼ପତ୍ର ସାଧାରଣ କଥା ପାଲଟିଛି। ହେଲେ ଏମିତି ଏକ ଦମ୍ପତି ଅଛନ୍ତି, ଯେଉଁମାନେ ଡିଭୋର୍ସ ପେପର ସାଇନ କରିବାକୁ ଯାଇ ବରମାଳା ପିନ୍ଧି ଘରକୁ ଏକାଠି ଫେରିଛନ୍ତି।

ଛାଡ଼ପତ୍ର ପାଇଁ ଯାଇଥିଲେ ଫୁଲମାଳ ପିନ୍ଧି ଘରକୁ ଫେରିଲେ

ଛାଡ଼ପତ୍ର ପାଇଁ ଯାଇଥିଲେ ଫୁଲମାଳ ପିନ୍ଧି ଘରକୁ ଫେରିଲେ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଭୋପାଳ: ବର୍ତ୍ତମାନ ସମୟରେ ବିବାହ ଆଉ ଛାଡ଼ପତ୍ରକୁ ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସୁଛ। କେଉଁଠାରେ ବର୍ଷ ବର୍ଷ ଧରି ଚାଲି ଆାସୁଥିବା ବିବାହ କ୍ଷଣିକରେ ବିଚ୍ଛେଦରେ ପରିଣତ ହେଇଯାଉଛି ତ ଆଉ କେଉଁଠାରେ କୋର୍ଟ ମୁହଁରୁ ଯୋଡି ପୁଣିଥରେ ନିଜ ବୈବାହିକ ଜୀବନର ଏକ ନୂଆ ପ୍ରାରମ୍ଭ କରୁଛନ୍ତି।

ଏହା ଭିତରେ କିଛି ଏଭଳି ଘଟଣା ଶୁଣିବାକୁ ମିଳିଛି ଯାହା ଏବେ ସବୁ ଠାରେ ଚର୍ଚ୍ଚାର ବିଷୟ ପାଲିଛି। ସୂଚନା ମୁତାବକ ଛାଡ଼ପତ୍ର ଦ୍ବାରା ଭାଙ୍ଗିବାକୁ ଯାଉଥିବା ବିବାହ ଶେଷ ମୂହୂର୍ତ୍ତରେ ଅଟକି ଯାଇଛି। ଯାହାଦ୍ବାରା ଦମ୍ପତିମାନଙ୍କ ମଧ୍ୟରେ ପୁଣି ଥରେ ତାଙ୍କର ବିବାହକୁ ସୁଯୋଗ ଦେବା ପାଇଁ ମନସ୍ଥ କରିଛନ୍ତି।

କେବଳ ଏତିକି ନୁହେଁ ଆଉ କେବେ ମଧ୍ୟ ଏଭଳି ଭୁଲ କରିବେ ନାହିଁ ବୋଲି ଶପଥ ମଧ୍ୟ ଖାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ମଧ୍ୟପ୍ରଦେଶର ସାଗର ଜିଲ୍ଲା ସ୍ଥିତ ଗୋପାଳଗଞ୍ଜର ନିବାସୀ ସୋନୁ ଶର୍ମା ଆଉ ତାଙ୍କର ପତ୍ନୀ ବର୍ଷା ଶର୍ମାଙ୍କର। ଏହି ଯୋଡିଙ୍କ ଭିତରେ ଛୋଟ ଛୋଟ ଘଟଣାକୁ ନେଇ ବିବାଦ ଲାଗି ରହିଥିଲା।

ଆଉ ଏହି କାରଣରୁ ବର୍ଷା ଅଭିମାନ କରି ନିଜ ବାପ ଘରକୁ ଚାଲିଯାଇଥିଲେ। ଏହି ଘଟଣାକୁ ୩ ବର୍ଷ ବିତିଥିବା ବେଳେ ୧ବର୍ଷ ପୂର୍ବେ ପରିବାର ଲୋକେ ପାରିବାରିକ ନ୍ୟାୟଳୟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।

ଆଉ ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଯାଇଥିଲା,ଏଭଳି କି ଛାଡ଼ପତ୍ର ପାଇଁ ଆମାଉଣ୍ଟ ମଧ୍ୟ ସ୍ଥିର ହୋଇଥିଲା। କିନ୍ତୁ ଯେତେ ବେଳେ ପାରିବାରିକ ନ୍ୟାୟାଳୟରେ ଏହି ଘଟଣା ଉପସ୍ଥାପିତ ହେଲା ନ୍ୟାୟଧିଶ ଅତୁଲ ଖେଣ୍ଡଲୱାଲ ଏହି ଘଟଣା ଉପରେ ଶୁଣାଣି ଦେବା ପୂର୍ବରୁ ଦୁହେଁ ପତି-ପତ୍ନୀଙ୍କୁ ବୁଝାଇଥିଲେ। କିନ୍ତୁ ଦମ୍ପତିମାନେ କୌଣସି କଥା ଶୁଣିବା ପାଇଁ ମନା କରିଦେଇଥିଲେ। ଆଉ ଏହାପରେ ନ୍ୟାୟାଧିଶ ଏହି ଦମ୍ପତିଙ୍କର ପିତାଙ୍କୁ ଡକାଇଥିଲେ।

ତେବେ ପତି ସୋନୁ ଗୋପାଳଗଞ୍ଜରେ ରହୁଥିବା ବେଳେ ପତ୍ନୀ ବର୍ଷା ତାଙ୍କ ପିତାଙ୍କ ସହିତ କୋର୍ଟରେ ଆସି ପହଞ୍ଚିଥିଲେ। ଆଉ ନ୍ୟାୟାଧିଶ ତାଙ୍କୁ ତାଙ୍କର ଶ୍ବଶୂର ଘରକୁ ଯିବାକୁ କହିଥିଲେ। ଆଉ ଧୀରେ ଧୀରେ ଦମ୍ପତିଙ୍କ ମଧ୍ୟରେ କଥାବାର୍ତ୍ତା ହେଲା, ଯାହା ଦ୍ବାରା ଏହି ଦମ୍ପତି ପୁଣିଥରେ କୋର୍ଟ ପରିସରରେ ପରସ୍ପରଙ୍କୁ ପୁଷ୍ପମାଳ ପିନ୍ଧାଇ ନିଜର ଦାମ୍ପତ୍ୟ ଜୀବନର ନୂଆ ଆରମ୍ଭ କରିଲେ। ଯାହା ଦ୍ବାରା ଭାଙ୍ଗିବାକୁ ଯାଉଥିବା ସଂସାର ପୁଣି ଥରେ ଗଢ଼ି ଉଠିଥିଲା।

ପଢ଼ନ୍ତୁ ଏହି ଖବର:  ମାତ୍ର ୨ ଘଣ୍ଟାରେ ଆମେ ପୂରଣ କରିବୁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି: ରାହୁଲ ଗାନ୍ଧି

ସୂଚନାମୁତାବକ ବର୍ଷା ଆଉ ସୋନୁଙ୍କର ବିବାହ ୨୦୧୭ରେ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ସେମାନଙ୍କ ମଧ୍ୟରେ ଛୋଟ ଛୋଟ ବିବାଦ ଲାଗି ରହୁଥିଲା, କିନ୍ତୁ କରୋନା ସମୟରେ ଏହି ବିବାଦ ବଢ଼ି ବିଚ୍ଛେଦର କାରଣ ପାଲଟିଥିଲା।
Published by:Lipina Das
First published: