News18 Odia Digital
ଝାଡଖଣ୍ଡ: ଝାଡଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ବ୍ୟାଙ୍କ ଅଫିସର ସ୍ୱାମୀ ହନିମୁନ୍ରେ ନବବିବାହିତା କନ୍ୟାଙ୍କ ଆଗରେ ଏପରି ସର୍ତ୍ତ ରଖିଥିଲେ ଯେ କଥା ଛାଡପତ୍ରରେ ପହଞ୍ଚିଥିଲା । ନବବିବାହିତାଙ୍କ ସଂସାର ବସିବା ପୂର୍ବରୁ ଅଲଗା ହେବାର ପଥରେ ପହଞ୍ଚିଛି। ବିବାହର ପ୍ରଥମ ରାତିରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଅଜବ ଅବସ୍ଥା ଶୁଣିବା ପରେ ପୋଲିସ ପାଖରେ ପହଞ୍ଚିଥିଲେ। ବିବାହ ପରେ ହନିମୁନ୍ ପାଳନ କରିବା ପରିବର୍ତ୍ତେ ମହିଳା ଜଣକ କୋର୍ଟ ଓ ପୋଲିସ ଷ୍ଟେସନକୁ ଯିବାକୁ ବାଧ୍ୟ ହେଉଥିଲେ।
ସୂଚନାନୁସାରେ, ଏହି ମାମଲା ଝାଡଖଣ୍ଡର ପୂର୍ବ ସିଂହଭୂମ୍ ଜିଲ୍ଲାର ପୋଟ୍କା ପୋଲିସ୍ ଷ୍ଟେସନ୍ ଅଞ୍ଚଳର। ଏଠାରେ ଥିବା ଏକ ଗାଁର ଜଣେ ଝିଅ ୨୦୧୮ ଜୁନ୍ ୧୮ରେ ପରସୁଡିହ ବାସିନ୍ଦାଙ୍କ ସହିତ ହିନ୍ଦୁ ରୀତିନୀତି ସହିତ ବିବାହ କରିଥିଲେ । ଏହି ବ୍ୟକ୍ତି ଏମବିଏ ପଢ଼ିବା ପରେ ଲକ୍ଷ୍ନୌ ସ୍ଥିତ ଏକ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ମହିଳା ଜଣକ କହିଛନ୍ତି ଯେ ବିବାହ ପରେ ହନିମୁନ୍ ସମୟରେ ସ୍ୱାମୀ ତାଙ୍କ ସାମ୍ନାରେ ଦୁଇ ବର୍ଷ ମଧ୍ୟରେ ଆଇଏଏସ୍ ହେବା ପାଇଁ ଏକ ସର୍ତ୍ତ ରଖିଥିଲେ ।
ମହିଳା ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କୁ କହିଥିଲେ ଯେ ଯଦି ଏହା କରିବାକୁ ସକ୍ଷମ ନୁହଁନ୍ତି ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଶେଷ ହୋଇଯିବ। ପ୍ରାରମ୍ଭରେ ମହିଳା ଜଣକ ଏହାକୁ ଥଟ୍ଟା କରିଥିଲେ। ପୀଡିତା କହିଥିଲେ ଯେ ହନିମୁନର ପରଦିନ ସକାଳେ ତାଙ୍କ ସ୍ୱାମୀ ଏକ ସାକ୍ଷାତକାର ଦେବାକୁ କହି ଘରୁ ବାହାରିଥିଲେ ଓ ଏହା ପରେ ଆଉ ଫେରି ନଥିଲେ।
କୋର୍ଟରେ ଛାଡପତ୍ର ଆବେଦନପୀଡିତା କହିଛନ୍ତି ଯେ ଏହା ପରେ ତାଙ୍କ ସ୍ୱାମୀ କେବେ ବି ଫୋନରେ କଥା ହୋଇନଥିଲେ। ଯେତେବେଳେ ସେ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ, ଅଭିଯୁକ୍ତ ସ୍ୱାମୀ ମନା କରିଦେଇଥିଲେ। 'ହିନ୍ଦୁସ୍ତାନ'ରେ ପ୍ରକାଶିତ ଖବର ଅନୁଯାୟୀ ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ପିତାମାତାଙ୍କ ସମ୍ମାନ ପାଇଁ ଚୁପ୍ ରହିଛନ୍ତି। ଅନ୍ୟ ପଟେ ତାଙ୍କ ଶାଶୁଘରେ ମଧ୍ୟ ତାଙ୍କୁ ଥଟ୍ଟା କରିବା ଆରମ୍ଭ କରିଥିଲେ। ଏସବୁ ମଧ୍ୟରେ ବ୍ୟକ୍ତି ଜଣକ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଏହା ଜାଣି ପୀଡିତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଛାଡପତ୍ର ନୋଟିସ ପାଇବା ପରେ ମହିଳା ଜଣକ ବହୁତ ଚାପରେ ଅଛନ୍ତି। ପୀଡିତା ଅଧ୍ୟୟନ କରୁଛନ୍ତି ଯାହା ଦ୍ବାରା ସେ ଏକ ଭିନ୍ନ ପଦବୀ ହାସଲ କରିପାରିବେ ଓ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଦଣ୍ଡିତ କରିପାରିବେ।
ବାପା କହିଛନ୍ତି - ଜ୍ବାଇଁ ଝିଅର ଜୀବନ ନଷ୍ଟ କରିଦେଲାପୀଡିତାଙ୍କ ପିତା କହିଛନ୍ତି ଯେ ପିଲାଟି ପାଠ ଭଲ ପଢ଼େ । ଏକ ବ୍ୟାଙ୍କରେ ମଧ୍ୟ କାମ କରେ। ଏହା ଦେଖି ସେ ତାଙ୍କର ଏକମାତ୍ର ଝିଅକୁ ସେହି ପୁରୁଷ ସହିତ ବିବାହ କଲେ । ହେଲେ ବିବାହର ପ୍ରଥମ ରାତିରେ ଏପରି ସର୍ତ୍ତ ରଖିଥିଲା ଜ୍ବାଇଁ । ଯାହା ଆଦୌ ଠିକ୍ କଥା ନୁହେଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।