News18 Odia Digital
ଅନେକ ଦମ୍ପତି ନିଜ ସାଥୀମାନଙ୍କ ସହିତ ଭଲ ସମୟ ବିତାଇବା ପାଇଁ ରୋମାଣ୍ଟିକ ଛୁଟିରେ ଯାଆନ୍ତି । ଏକାଠି ସମୟ ବିତାଇବା ସେମାନଙ୍କ ମଧ୍ୟରେ ପ୍ରେମ ଓ ଦୁଃସାହସିକତା ବଢ଼ାଇଥାଏ । ହେଲେ ଏହା ମଧ୍ୟ ଅନେକ ଥର ଦେଖାଯାଇଛି ଯେ ଅଧିକ ଦୁଃସାହସିକ କାର୍ଯ୍ୟରେ କିଛି ଭୁଲ ହୋଇଯାଏ ଓ ଏହାର ଖରାପ ପ୍ରଭାବ ସ୍ୱାମୀ-ସ୍ତ୍ରୀ ଉପରେ ପଡ଼ିଥାଏ । ସମ୍ପ୍ରତି, ଏକ ଦମ୍ପତିଙ୍କ ସହିତ ସମାନ ଘଟଣା ଘଟିଥିଲା ଯେତେବେଳେ ସେମାନେ ଛୁଟି କାଟିବାକୁ ଏକାଠି ଯାଇଥିଲେ । ସେହି ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ରୋମାନ୍ସ ଏକ ଭୟଙ୍କର ମୋଡ଼ ନେଇଥିଲା ।
TLC ଚ୍ୟାନେଲର ସାକ୍ଷାତକାର ସମ୍ବନ୍ଧୀୟ ଏକ ଶୋ’ରେ, ଏକ ଦମ୍ପତି ସେମାନଙ୍କ ରୋମାଣ୍ଟିକ୍ ମୁହୂର୍ତ୍ତ ସହିତ ଜଡ଼ିତ ଏକ କାହାଣୀ ଶେୟାର କରିଥିଲେ ଯାହା ସେମାନଙ୍କ ପାଇଁ ମୃତ୍ୟୁ ଠାରୁ କମ୍ ନଥିଲା ।
ଶୋ’ରେ ଅମାଣ୍ଡା ଓ ତାଙ୍କ ସ୍ୱାମୀ କ୍ରିସ୍ କହିଥିଲେ ଯେ ଉଭୟ ଏକ ରୋମାଣ୍ଟିକ ଛୁଟି ପାଇଁ ବାହାରକୁ ଯାଇଥିଲେ। ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, କ୍ରିସ୍ କହିଥିଲେ, ‘‘ଆମେ ସେକ୍ସ କରିବା ସମୟରେ ହଠାତ୍ ମୁଁ ମୁଣ୍ଡ ବୁଲାଇବା ସହିତ ଅଚେତ ଭଳି ମତେ ଅନୁଭବ ହେଲା। ମତେ ବାନ୍ତି ଲାଗିଥିଲା । ଯେପରିରି ମୁଁ ଏକ ସୁଇଙ୍ଗରେ ବସିଛି ଯାହା ଗୋଲାକାର । ମୋର ମୁଣ୍ଡରେ ଭୟଙ୍କର ଯନ୍ତ୍ରଣା ହେଉଥିଲା।’’ କିଛି ସମୟ ପରେ କ୍ରିସ୍ ଅଚେତ୍ ହୋଇଯାଇଥିଲେ । ତାଙ୍କ ଅବସ୍ଥା ଦେଖି ଅମାଣ୍ଡା ଭୟଭୀତ ହୋଇଯାଇଥିଲେ।
ସେ ତୁରନ୍ତ ହୋଟେଲ କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ ଯେଉଁମାନେ କ୍ରିସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାରେ ସାହାଯ୍ୟ କରିଥିଲେ। ଡାକ୍ତରଙ୍କ କହିବାନୁସାରେ, କ୍ରିସ୍ ଚାରି ବର୍ଷ ଧରି ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଆଉ ରୋମାନ୍ସ କରିବା ଦ୍ବାରା ତାଙ୍କ ମସ୍ତିଷ୍କରେ ରକ୍ତ ପ୍ରଭାବ ଦୁଗୁଣିତ ହୋଇଯାଇଥିଲା ।
ଯେଉଁ କାରଣରୁ ତାଙ୍କ ମୁଣ୍ଡରେ ଏକ ଶିରା ଫାଟିଯାଇଥିଲା । ଡାକ୍ତର ଅମାଣ୍ଡାଙ୍କୁ କହିଥିଲେ ଯେ କ୍ରିସଙ୍କୁ ଯଥାଶୀଘ୍ର ଅପରେସନ୍ କରିବାକୁ ପଡ଼ିବ, କିନ୍ତୁ ମସ୍ତିଷ୍କ ଅପରେସନରୁ ବଞ୍ଚିବାର ସମ୍ଭାବନା ବହୁତ କମ୍ ରହିଛି।
ଅମାଣ୍ଡା କହିଥିଲେ, “ମୁଁ ଏ ବିଷୟରେ ଜାଣିବା ମାତ୍ରେ ମୁଁ ବହୁତ ଡରି ଯାଇଥିଲି । ମୁଁ ନିଜକୁ ଦୋଷ ଦେବା ଆରମ୍ଭ କଲି । ମୁଁ ଭାବିଲି ଏହା ମୋ ହେତୁ ଘଟିଛି । ଯେତେବେଳେ କ୍ରିସଙ୍କ ସହ ଏହା ଘଟିଲା, ସେତେବେଳେ ମୁଁ ଡାକ୍ତରଙ୍କ ସାମ୍ନାରେ ସେହି ମୁହୂର୍ତ୍ତ ବିଷୟରେ ଅଧିକ କିଛି କହିବାକୁ ଚାହିଁ ନଥିଲି କାରଣ ଏହା ଏକ ବ୍ୟକ୍ତିଗତ ମୁହୂର୍ତ୍ତ ଥିଲା । ଯଦିଓ କ୍ରିସଙ୍କ ଅପରେସନ୍ ସଫଳ ହୋଇଥିଲା ଓ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି, କିନ୍ତୁ ଡାକ୍ତରମାନେ କ୍ରିସଙ୍କୁ କିଛି ସମୟ ପାଇଁ ସମ୍ପର୍କ ରଖିବାକୁ ମନା କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।