ଦୁଇ ପତ୍ନୀଙ୍କ ଟଣାଓଟରା; କୋର୍ଟରେ ହେଲା ସ୍ବାମୀଙ୍କ ସମୟ ଭାଗବାଣ୍ଟ, ରବିବାର ଆଶ୍ବସ୍ତି !

୩-୩ଦିନ ସ୍ତ୍ରୀଙ୍କ ପାଖରେ ରହିବେ ସ୍ୱାମୀ, ବଳକା ଦିନ ଯିବେ କୁଆଡେ?

ସ୍ବାମୀଙ୍କ ସମୟ ପାଇଁ ଦୁଇ ପତ୍ନୀଙ୍କ କଳି

ସ୍ବାମୀଙ୍କ ସମୟ ପାଇଁ ଦୁଇ ପତ୍ନୀଙ୍କ କଳି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଗ୍ୱାଲିଅର: ସ୍ବାମୀଙ୍କୁ ନେଇ ଦୁଇ ପତ୍ନୀଙ୍କ କଳି, କାହାସହ କେତେ ଦିନ ରହିବେ ଟଣାଓଟରା। ଅଦାଲତଙ୍କ ହସ୍ତକ୍ଷେପ ପରେ ବାହାରିଲା ବାଟ ।  ସମୟ ସମାନ ଭାଗବାଣ୍ଟ ହେଲା । ଆଉ ଗୋଟିଏ ଦିନ ସ୍ବାମୀଙ୍କୁ ନିଜ ଇଚ୍ଛାରେ ରହିବାକୁ ଅନୁମତି ମିଳିଲା । ଗ୍ୱାଲିଅରରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ।

୨୮ ବର୍ଷୀୟ ସୀମା ୨୦୧୮ରେ ହରିୟାଣାର ଗୁରୁଗାଓଁରେ କାର୍ଯ୍ୟ କରୁଥିବା ଜଣେ ଇଞ୍ଜିନିୟରଙ୍କୁ ବିବାହ କରିଥିଲେ। ସ୍ୱାମୀ ଏବଂ ସ୍ତ୍ରୀ ୨ ବର୍ଷ ଏକାଠି ରହୁଥିଲେ। ସେମାନଙ୍କର ଏକ ପୁଅ ମଧ୍ୟ ଅଛି। ଏହା ପରେ, ଲକଡାଉନରେ ସ୍ୱାମୀ ସୀମାଙ୍କୁ ଗ୍ୱାଲିଅରରେ ଛାଡିଥିଲେ। ତାଙ୍କୁ ଦୀର୍ଘ ସମୟ ଧରି ନେବାକୁ ଆସି ନଥିଲେ। ଗ୍ୱାଲିଅରରେ ଥିବା ସମୟରେ ସ୍ୱାମୀଙ୍କ ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ଗଢି ଉଠିଥିଲା। ଏହି ସମ୍ପର୍କ ଏତେ ଗଭୀର ହୋଇଗଲା ଯେ ଉଭୟ ଲିଭ-ଇନରେ ରହିବାକୁ ଲାଗିଲେ। ଏହା ପରେ ଦୁହେଁ ମଧ୍ୟ ବିବାହ କରିଥିଲେ। କେବଳ ଏତିକି ନୁହେଁ ଦ୍ୱିତୀୟ ପତ୍ନୀଙ୍କର ମଧ୍ୟ ଗୋଟିଏ ଝିଅ ଅଛି।

OPS: ସରକାରୀ କର୍ମଚାରୀ ଏବେ ଟେନସନ ଫ୍ରି; ଲାଗୁ ହେବ ପୁରୁଣା ପେନସନ ସ୍କିମ!

ଯେତେବେଳେ ଗ୍ୱାଲିଅରରେ ରହୁଥିବା ପ୍ରଥମ ପତ୍ନୀ ସୀମା ଏହି ବିଷୟରେ ଜାଣିଲେ, ସେତେବେଳେ ସେ ଗୁରୁଗାଓଁରେ ପହଞ୍ଚି ସବୁ ସତ୍ୟ ଜାଣିବାକୁ ପାଇଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ତୀବ୍ର ବିବାଦ ଦେଖାଦେଇଥିଲା ଓ ସୀମା କ୍ରୋଧିତ ହୋଇ ଗ୍ୱାଲିଅରକୁ ଫେରିଥିଲେ। ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ପରିବାର ଅଦାଲତରେ ମାମଲା ଦାଏର କରିଥିଲେ ଓ ତାଙ୍କ ସନ୍ତାନର ରକ୍ଷଣାବେକ୍ଷଣ ତଥା ବ୍ୟବସ୍ଥା ପାଇଁ ଏକ ମାମଲା ରୁଜୁ କରିଥିଲେ।

କାଉନ୍‌ସିଲର୍‌ ହରୀଶ ଦେୱାନ କହିଛନ୍ତି ଯେ ଯେତେବେଳେ ତାଙ୍କ ସମ୍ମୁଖରେ ମାମଲା ଆସିଲା ସେତେବେଳେ ସେ ପୁରା ମାମଲା ବୁଝିଥିଲେ ଏବଂ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କାଉନସେଲିଂ ମଧ୍ୟ ଅନେକ ଥର କରାଯାଇଥିଲା। ଏହି ସମୟରେ ହରୀଶ ମହିଳାଙ୍କୁ ବୁଝାଇଥିଲେ ଯେ ଆପଣ ରକ୍ଷଣାବେକ୍ଷଣ ନାମରେ ୫୦୦୦ଟଙ୍କାରୁ ଅଧିକ ପାଇପାରିବେ ନାହିଁ। କେବଳ ଏତିକି ନୁହେଁ, ପରାମର୍ଶଦାତା ହରୀଶ ମହିଳାଙ୍କ ସ୍ୱାମୀଙ୍କ ସହ ଫୋନ୍‌ରେ କଥା ହୋଇ ତାଙ୍କୁ ବୁଝାଥିଲେ। ଏଥିସହିତ ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ପରିବାର କୋର୍ଟକୁ ଡକାଯାଇଥିଲା ଯେଉଁଠାରେ କୋର୍ଟକୁ ଯିବା ପୂର୍ବରୁ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା।

ଏକା ସଙ୍ଗେ ଉଠିଲା ୨ ଭାଇଙ୍କ କୋକେଇ; ଅଧଘଣ୍ଟାରେ ଟଳିପଡିଲେ ସାନ ଭାଇ

ଏହି ସମୟରେ ପରାମର୍ଶଦାତା ହରୀଶ ଦେୱାନ କୋର୍ଟକୁ ଯିବା ପୂର୍ବରୁ ଉଭୟଙ୍କ ମଧ୍ୟରେ ସମାଧାନ କରିଥିଲେ। ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ ଗୋଟିଏ ସପ୍ତାହରେ ସ୍ୱାମୀ ପ୍ରଥମ ପତ୍ନୀଙ୍କ ସହ ୪ ଦିନ ଏବଂ ଦ୍ୱିତୀୟ ପତ୍ନୀଙ୍କ ସହିତ ୩ ଦିନ ରହିବେ। ଆହୁରି ମଧ୍ୟ ରବିବାର ଦିନ, ସେ ନିଜ ଇଚ୍ଛା ଅନୁଯାୟୀ ଯେକୌଣସି ସ୍ଥାନରେ ରହିପାରିବେ। କେବଳ ଏତିକି ନୁହେଁ, ସେ ନିଜେ ଗୁରୁଗ୍ରାମର ଉଭୟ ପତ୍ନୀଙ୍କୁ ଅଲଗା ଫ୍ଲାଟ ମଧ୍ୟ ଦେଇଛନ୍ତି, ଯାହାଫଳରେ ସେ ଉଭୟଙ୍କ ସହିତ ଠିକ୍ ସମୟରେ ରହିପାରିବେ।
Published by:Soumya Das
First published: