ଏମିତି ବି ପରମ୍ପରା! ଗର୍ଭବତୀ ପତ୍ନୀଙ୍କୁ କାନ୍ଧେଇ ନିଆଁରେ ଚାଲନ୍ତି ସ୍ୱାମୀ!

ଗର୍ଭବତୀ ପତ୍ନୀଙ୍କୁ ସ୍ୱାମୀ କାନ୍ଧରେ ଉଠାଇ ଜଳନ୍ତା ନିଆଁ ଉପରେ ଚାଲନ୍ତି। ଏହି ପ୍ରଥା ପଛର କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ଯ ।

 ଗର୍ଭବତୀ ପତ୍ନୀଙ୍କୁ ସ୍ୱାମୀ କାନ୍ଧରେ ଉଠାଇ ଜଳନ୍ତା ନିଆଁ ଉପରେ ଚାଲନ୍ତି। ଏହି ପ୍ରଥା ପଛର କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ଯ ।

ଗର୍ଭବତୀ ପତ୍ନୀଙ୍କୁ ସ୍ୱାମୀ କାନ୍ଧରେ ଉଠାଇ ଜଳନ୍ତା ନିଆଁ ଉପରେ ଚାଲନ୍ତି। ଏହି ପ୍ରଥା ପଛର କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ଯ ।

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Weird Tradition: ବିଭିନ୍ନ ଦେଶରେ ଗର୍ଭବତୀ ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରକାର ରୀତିନୀତି ରହିଛି । କେତେକ ସ୍ଥାନରେ ଗର୍ଭବତୀ ମହିଳା ମାନଙ୍କ ପାଇଁ କିଛି ଅଜବ ରୀତିନୀତି  ମଧ୍ୟ କରାଯାଇଥାଏ । ଯାହାକୁ ଦେଖିଲେ କିମ୍ବା ଶୁଣିଲେ ଆପଣ ବିଶ୍ୱାସ କରିବେ ନାହିଁ । ଏଭଳି ଏକ ଅଜବ ରୀତିନୀତି ବା ପ୍ରଥା ଆମ ପଡୋଶୀ ଦେଶ ଚାଇନାରେ କରାଯାଏ।


ଚାଇନାରେ ଯେବେ ବି କୌଣସି ମହିଳା ଗର୍ଭବତୀ ହୁଅନ୍ତି ସେତେବେଳେ ତାଙ୍କ ସ୍ୱାମୀ କାନ୍ଧରେ ଉଠାଇ ଜ୍ୱଳନ୍ତ କୋଇଲା ବା ଅଙ୍ଗାର ଉପରେ ଚାଲିଥାନ୍ତି । ତେବେ ଏଭଳି କରିବା ଦ୍ୱାରା ଶିଶୁ ଏବଂ ମା'ର ସ୍ୱାସ୍ଥ୍ୟ ଭଲ ରହିଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି । ଖାଲି ଏତିକି ନୁହେଁ ଚାଇନାରେ ୟୁଲିନ୍ ରେ ଡଗ୍‌ ମିଟ୍‌ ଭଳି ଏକ ମହୋତ୍ସବ ମଧ୍ୟ ପୂର୍ଣ୍ଣ ଉତ୍ସାହର ସହିତ ପାଳନ କରାଯାଇଥାଏ। ଯେଉଁଥିରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।

PM KISANକୁ ନେଇ କୃଷିମନ୍ତ୍ରୀଙ୍କ ବଡ଼ ଘୋଷଣା; ୧୪ତମ କିସ୍ତି ଆଗରୁ ଆସିଲା ବଡ଼ ଅପଡେଟ

ଗର୍ଭବତୀ ପତ୍ନୀଙ୍କୁ ସ୍ୱାମୀ କାନ୍ଧରେ ଉଠାଇ ଜଳନ୍ତା ନିଆଁ ଉପରେ ଚାଲିବା ପଛରେ ଏକ ବଡ଼ କାରଣ ରହିଛି । ସାଧାରଣତଃ ସେମାନେ ଭାବିଥାନ୍ତି ଯଦି ସ୍ୱାମୀ ଗର୍ଭବତୀ ପତ୍ନୀଙ୍କୁ ବିନା କୌଣସି ବାଧାରେ କାନ୍ଧରେ ଉଠାଇ ଜ୍ୱଳନ୍ତା କୋଇଲା ଉପରେ ଚାଲନ୍ତି ତେବେ ମା ’କମ୍ ଯନ୍ତ୍ରଣା ଅନୁଭବ କରି ସହଜରେ ସନ୍ତାନକୁ ଜନ୍ମ ଦେଇଥାଏ।

କେବଳ ସେତିକି ନୁହେଁ, ଚୀନର ପୁରୁଷମାନେ ଏହି ରୀତିନୀତିକୁ ସମ୍ପୂର୍ଣ୍ଣ କରିଥାନ୍ତି । କାରଣ ସେମାନେ ଜାଣିଥାନ୍ତି, ମା' ଶରୀରରୁ ୯ ମାସ ପର୍ଯ୍ୟନ୍ତ ହରମୋନ ନିଷ୍କାସିତ ହୋଇଥାଏ । ଯାହା ଫଳରେ ମହିଳା ମାନଙ୍କର ମନରେ ପରିବର୍ତ୍ତନ ହୋଇଥାଏ ତେଣୁ ସେମାନେ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହେବା ସହ ବହୁ କଷ୍ଟ ମଧ୍ୟ ପାଇଥାନ୍ତି । ତେବେ ଏଭଳି ପରିସ୍ଥିତିରେ ପୁରୁଷମାନେ ବିଶ୍ୱାସ କରନ୍ତି ଯେ ପିତା ହେବା ପାଇଁ ସେମାନଙ୍କର ଯାତ୍ରା ମଧ୍ୟ ସହଜ ହେବା ଉଚିତ୍ ନୁହେଁ । ଏପରି ସ୍ଥିତିରେ ଜ୍ୱଳନ୍ତ ଅଙ୍ଗାର ଉପରେ ଚାଲିବା ତାଙ୍କ ପାଇଁ ଏବଂ ତାଙ୍କ ଗର୍ଭବତୀ ପତ୍ନୀଙ୍କ ପାଇଁ କଷ୍ଟ ସାଧ୍ୟ।

ଆପଣ ସାଇକେଲ ଚଲାଇବା ଜାଣିଛନ୍ତି କି? ଦରମା ୫୦ ହଜାର ଉପରେ

କିନ୍ତୁ ଚୀନ୍‌ ରେ କିଛି ଲୋକ ଭାବନ୍ତି , ଏଭଳି ଜ୍ୱଳନ୍ତ ଅଙ୍ଗାରରେ ଚାଲିବା ଦ୍ୱାରା ମା' ଏବଂ ଶିଶୁ ପାଇଁ ହାନିକାରକ ମଧ୍ୟ ହୋଇପାରେ । କାରଣ ଯଦି ଅଙ୍ଗାରରେ ଚାଲିବା ବେଳେ ଭୁଲବଶତଃ ସ୍ୱାମୀର ପାଦ ଖସି ଯାଏ ତେବେ ଏହା ବିପଦ ଜନକ ହୋଇପାରେ । ଅନେକ ଲୋକଙ୍କ ମତରେ ଏହା ଏକ ଆଧ୍ୟାତ୍ମିକ ପ୍ରଥା।ଯେଉଁଥିରେ ପିତା ନିଜ ଜନ୍ମିତ ସନ୍ତାନ ଓ ନିଜ ସ୍ତ୍ରୀ ର ଯନ୍ତ୍ରଣାରେ ସାହାଯ୍ୟ କରିବା ସହ ତାଙ୍କ ପ୍ରତି ନିଜ ଭଲ ପାଇବାର ପରିମାଣ ମଧ୍ୟ ଜଣା ପଡିଥାଏ। ଖାଲି ଏତିକି ନୁହେଁ ଅନେକ ଲୋକଙ୍କ ମତରେ ଏହି ରୀତିନୀତି ମହିଳାମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବାର ଏକ ମାଧ୍ୟମ  ଅଟେ।
Published by:Soumya Das
First published: