ହମାରା CM କେସା ହୋ, ସଚିନ ପାଇଲଟ ଜେସା ହୋ..

ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କ ଆଗରେ ଲୋକ ନାରା ଦେଲେ ହମାରା CM କେସା ହୋ, ସଚିନ ପାଇଲଟ ଜେସା ହୋ..

ଭାରତ ଯୋଡ ଯାତ୍ରା

ଭାରତ ଯୋଡ ଯାତ୍ରା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଜୟପୁର: ହମାରା CM କେସା ହୋ, ସଚିନ ପାଇଲଟ ଜେସା ହୋ..ରବିବାର ଯାତ୍ରା ଚାଲିଥିବା ବେଳେ ସଚିନ ପାଇଲଟଙ୍କ ସମର୍ଥନରେ ସ୍ଲୋଗାନ ଶୁଣିବାକୁ ମିଳିଥିଲା । ରାହୁଲ ଗାନ୍ଧି ଭାରତ ଯୋଡ଼ର ୧୦୦ଦିନ ପୂରଣ କରିବା ପରେ ଆଜିକାଲି ରାଜସ୍ଥାନ ଦେଇ ଯାତ୍ରା କରୁଛନ୍ତି।

ନ୍ୟୁଜ୍ ଏଜେନ୍ସି ANI ଦ୍ୱାରା ଟ୍ୱିଟ୍ ହୋଇଥିବା ଏକ ଭିଡିଓରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ଯାତ୍ରାରେ ଉପସ୍ଥିତ ଥିବା କିଛି ଲୋକ ଶୁଣିବାକୁ ମିଳୁଛି, “ସଚିନ୍ ପାଇଲଟ୍ ଜିନ୍ଦାବାଦ। ହମାରେ ସିଏମ କେସା ହୋ,ସଚିନ ପାଇଲଟ ଜେସା ହୋ..

ସଚିନ ପାଇଲଟ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ମତଭେଦକୁ ନେଇ ଅନେକ ସମୟରେ ବିଜେପି ଟାର୍ଗେଟ କରିଛି।

କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଏକ ପଦଯାତ୍ରା ଭାରତ ଯୋଡ ଯାତ୍ରା ଏପର୍ଯ୍ୟନ୍ତ ସାତୋଟି ରାଜ୍ୟ ଦେଇ ଯାଇଛି।  ରାଜସ୍ଥାନ ହେଉଛି ଅଷ୍ଟମ ରାଜ୍ୟ ଯେଉଁଠାରେ କଂଗ୍ରେସ ଯାତ୍ରା ଜାରି ରହିଛି। କୁହାଯାଉଛି ଯେ ଜାନୁଆରୀ ପ୍ରଥମ ସପ୍ତାହରେ ଯାତ୍ରା ଉତ୍ତରପ୍ରଦେଶରେ ପ୍ରବେଶ କରିବ।
Published by:Soumya Das
First published: