ଭାବବିହ୍ବଳ ହୋଇ ରାଷ୍ଟ୍ରପତି ଦ୍ରୌପଦୀଙ୍କୁ କୋଳେଇ ନେଲେ ଗୁଜୁରାଟର ସମାଜସେବୀ

President Draupadi Murmu: ସମାଜସେବୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହୀରାବାଇଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ଦ୍ରୌପଦୀ ମୁର୍ମୁଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିଲେ ହୀରାବାଇ।

ଭାବବିହ୍ବଳ ହୋଇ ରାଷ୍ଟ୍ରପତିଙ୍କୁ କୋଳେଇ ନେଲେ ଗୁଜରାଟର ସମାଜସେବୀ

ଭାବବିହ୍ବଳ ହୋଇ ରାଷ୍ଟ୍ରପତିଙ୍କୁ କୋଳେଇ ନେଲେ ଗୁଜରାଟର ସମାଜସେବୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ (President Draupadi Murmu) କୋଳେଇ ନେଲେ ଗୁଜୁରାଟର ସମାଜସେବୀ ହୀରାବାଇ ଇବ୍ରାହିମ ଲୋବି। ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ବେଳେ ଭାବବିହ୍ବଳ ହୋଇ ରାଷ୍ଟ୍ରପତିଙ୍କୁ କୋଳେଇ ନେଇଥିଲେ ହୀରାବାଇ।

ସମାଜସେବୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହୀରାବାଇଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ବୁଧବାର ରାଷ୍ଟ୍ରପତି ଭବନ ଦରବାର ହଲରେ ସମ୍ମାନ ପ୍ରଦାନ ବେଳେ ଦେଖିବାକୁ ମିଳିଥିଲା ଏହି ରୁଚିକର ଦୃଶ୍ୟ।

ଯଦିଓ ପ୍ରୋଟୋକଲ ଓ ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କୁ କୋଳେଇବା ସମ୍ଭବ ନୁହେଁ, କିନ୍ତୁ ପଦ୍ମଶ୍ରୀ ହୀରାବାଇ, ରାଷ୍ଟ୍ରପତିଙ୍କୁ ମମତାଭରା ଆଲିଙ୍ଗନ କରିବାକୁ ଚେଷ୍ଟା କରିବାବେଳେ ରାଷ୍ଟ୍ରପତି ନିଜେ ସମ୍ମତି ଜଣାଇଥିଲେ।



ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଦକ ପିନ୍ଧାଇଥିଲେ, ପରେ ମାନପତ୍ର ଦେଇଥିଲେ। ଏହାପରେ ହୀରାବାଇ ରାଷ୍ଟ୍ରପତିଙ୍କ କାନ୍ଧରେ ହାତ ରଖି ଫଟୋ ପୋଜ୍ ଦେଇଥିଲେ। ଆଉ ପରେ ପରେ ରାଷ୍ଟ୍ରପତିଙ୍କୁ କୋଳେଇ ନେଇଥିଲେ। ରାଷ୍ଟ୍ରପତିଙ୍କ ସହ ଏହି ଖୁସିଭରା ମୁହୂର୍ତ୍ତ ହୀରାବାଇଙ୍କୁ ଖୁସି ଦେଇଥିଲା।
Published by:Lipina Das
First published: