News18 Odia Digital
ଆଗ୍ରା: ରାଜସ୍ଥାନର ଉଦୟପୁରରେ ଟେଲର କହ୍ନେୟା ଲାଲଙ୍କ ହତ୍ୟା ବିରୋଧରେ ହିନ୍ଦୁ ସଙ୍ଗଠନ ରାସ୍ତାକୁ ଓହ୍ଲାଇଛି। ହିନ୍ଦୁ ସଙ୍ଗଠନ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରି କହ୍ନେୟା ଲାଲଙ୍କ ହତ୍ୟାକୁ ନେଇ କ୍ରୋଧ ପ୍ରକାଶ କରିଥିଲେ। ଉତ୍ତରପ୍ରଦେଶର ତାଜ ନଗରୀ ତଥା ଆଗ୍ରାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଜୁନ୍ ୨୯ରେ ବିରୋଧ କରିଥିଲେ।
ଆଗ୍ରା ଠାରେ ହୋଇଥିବା ବିକ୍ଷୋଭ ସମୟରେ ଅଲ ଇଣ୍ଡିଆ ହିନ୍ଦୁ ମହାସଭାର ଜାତୀୟ ମୁଖପାତ୍ର ସଞ୍ଜୟ ଜାଟ ଏଭଳି ବିବୃତ୍ତି ଦେଇଥିଲେ ଯାହାକୁ ନେଇ ବର୍ତ୍ତମାନ ତାଙ୍କ ଅସୁବିଧା ବଢ଼ିଯାଇଛି।
ଆଗ୍ରା ପୋଲିସ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଜାତୀୟ ମୁଖପାତ୍ର ସଞ୍ଜୟ ଜାଟଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ସଞ୍ଜୟ ଜାଟଙ୍କ ଉପରେ ଧାର୍ମିକ ଭାବନାକୁ ଉତ୍ତେଜିତ କରିଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ, ଆଗ୍ରାର ନ୍ୟୁ ମଣ୍ଡି ପୋଲିସ ଷ୍ଟେସନରେ ଅଲ ଇଣ୍ଡିଆ ହିନ୍ଦୁ ମହାସଭାର ଜାତୀୟ ମୁଖପାତ୍ର ସଞ୍ଜୟ ଜାଟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ନ୍ୟୁ ମଣ୍ଡି ପୋଲିସ ଷ୍ଟେସନରେ ପୋଷ୍ଟ ହୋଇଥିବା ସବ୍-ଇନ୍ସପେକ୍ଟର ବିକାଶ ରାଣାଙ୍କ ଅଭିଯୋଗ ଉପରେ ଭାରତୀୟ ଦଣ୍ଡ ସଂହିତା ଧାରା ୧୫୩ଏ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଧାର୍ମିକ ଭାବନାକୁ ଉତ୍ତେଜିତ କରିବା ପାଇଁ ସଞ୍ଜୟ ଜାଟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ସଞ୍ଜୟ ଜାଟ ଉଦୟପୁରରେ କହ୍ନେୟା ଲାଲ ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କ ମୁଣ୍ଡ କାଟିଥିବା ବ୍ୟକ୍ତିଙ୍କ ପାଇଁ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଆଧାର କରି ସଞ୍ଜୟ ଜାଟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ପ୍ରକାଶ ଥାଉକି ନିକଟରେ ରାଜସ୍ଥାନର ଉଦୟପୁରରେ ଟେଲର ଭାବରେ କାର୍ଯ୍ୟ କରୁଥିବା କହ୍ନେୟା ଲାଲଙ୍କୁ ତାଙ୍କ ଦୋକାନରେ ପ୍ରବେଶ କରି ହତ୍ୟା କରାଯାଇଥିଲା। ଯାହାକୁ ନେଇ ବର୍ତ୍ତମାନ ଦେଶରେ ଉତ୍ତେଜନା ଦେଖିବାକୁ ମିଳୁଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।