News18 Odia Digital
ନୂଆ ଦିଲ୍ଲୀ: ଏକ ଶକ୍ତିଶାଳୀ ଭୂମିକମ୍ପରେ (Powerful Earthquake) ଦୋହଲିଯାଇଛି ତୁର୍କୀର (Turkey) ଇଜମିର୍ (Izmir) ସହର । ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭ ରହିଥିବା କୁହାଯାଉଛି । ଅନେକ କୋଠାବାଡ଼ି ଭୁଶୁଢ଼ି ଯାଇଛି । ପ୍ରାଥମିକ ସୂଚନା ଅନୁୟାୟୀ ତୁର୍କୀରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଭଙ୍ଗା କୋଠା ତଳେ ଅନେକ ଫସି ରହିଛନ୍ତି । ଶତାଧିକ ଆହତ ହୋଇଛନ୍ତି । ତେବେ ଭୂକମ୍ପର ତୀବ୍ରତାକୁ ନେଇ ବର୍ତ୍ତମାନ ବିଭିନ୍ନ ଦାବି କରାଯାଉଛି ।
ଭୂମିକମ୍ପ ପରେ ଇଜମିରରେ ସୁନାମି ପରି ପରିସ୍ଥିତି ଉପୁଜିଛି । ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ଓ ଫଟୋ ପୋଷ୍ଟ କରାଯାଉଛି । ଏ ପର୍ଯ୍ୟନ୍ତ ଛଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦ ଜଣ ଆହତ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ | କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍ଇଜମିର୍ ସହର ଠାରୁ ୧୭ କିଲୋମିଟର ଦୂର ଆଞ୍ଜିଆନ୍ ସମୁଦ୍ରରେ ଭୂକମ୍ପର କେନ୍ଦ୍ରସ୍ଥଳ । ଭୂମିକମ୍ପ ପରେ ପରେ ସୁନାମୀ ସୃଷ୍ଟି ହୋଇଛି । ଇଜମିର୍ ସହରରେ ସମୁଦ୍ର ପାଣିର ସୁଅ ବହୁଛି । ରାସ୍ତାଘାଟରେ ପ୍ରାୟ ୫-୬ ଫୁଟ ଉଚ୍ଚରେ ବହୁଛି ପାଣି । ପ୍ରଥମେ ଧୂଆଁ ଭଳି ବହୁ ଉଚ୍ଚକୁ ଉଠି ଯାଇଥିଲା ସମୁଦ୍ର ପାଣି । ତା’ ପରେ ସହର ମଧ୍ୟରେ ବହିଥିଲା ସୁଅ ।
ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନାକୁ ଭିତ୍ତି କରି ସି.ଏନ୍.ଏନ୍. ଏକ ରିପୋର୍ଟରେ କହିଛି ଯେ ଭୂକମ୍ପର ତୀବ୍ରତା ୭.୦ ଥିଲା । ଭୂକମ୍ପ ପରେ ଇଜମିରର ଅନେକ କୋଠା ଭୁଶୁଡି ପଡ଼ିଛି। ତୁର୍କୀର ଅଧିକାରୀମାନଙ୍କ କହିବା ଅନୁସାରେ ଏହି ଭୂମିକମ୍ପର ପ୍ରଭାବ ଇଜିମିର ବ୍ୟତୀତ ରାଜଧାନୀ ଇସ୍ତାନବୁଲ, ଏଜିଅନ୍ ଓ ମରମରା ଅଞ୍ଚଳରେ ବି ଅନୁଭୂତ ହୋଇଥିଲା ।
ଏହା ବି ପଢ଼ନ୍ତୁ | ବଲାଙ୍ଗିର: ସ୍କୁଟିରେ ଆସିଲେ ଦୁଇ ଭଉଣୀ, ପୋଲ ଉପରୁ ନଦୀ ଭିତରକୁ ଡେଇଁ ପଡ଼ିଲେ; ପର ଦିନ ମୃତ ଦେହ ମିଳିଲାଅନେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ ଗ୍ରୀକ୍ ରାଜଧାନୀ ଏଥେନ୍ସରେ ଏହାର କମ୍ପନ ଅନୁଭୂତ ହୋଇଥିଲା । ଏହି ସମୟରେ ତୁର୍କୀରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । ‘ମିଡିଲ୍ ଇଷ୍ଟ ଆଇ’ର (Middle East Eye) ତୁର୍କୀ ସମ୍ବାଦଦାତା ନିଜ ଟ୍ୱିଟର ଅକାଉଣ୍ଟରେ ଏପରି ଏକ ଭିଡିଓ ପୋଷ୍ଟ କରିଛନ୍ତି ।
ଇଜମିର୍ ହେଉଛି ତୁର୍କୀର ତୃତୀୟ ବୃହତ୍ତମ ସହର। ଏତେ ବଡ଼ ଭୂମିକମ୍ପ ଯୋଗୁଁ ଅନେକ ଜୀବନ ଓ ସମ୍ପତ୍ତି ନଷ୍ଟ ହେବାର ସମ୍ଭାବନା ଅଛି । ତେବେ ଆନୁଷ୍ଠାନିକ ଭାବେ ତୁର୍କୀରୁ କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ।
ଖବର ଅନୁଯାୟୀ ଏହି ଭୂମିକମ୍ପର ପ୍ରଭାବ ଗ୍ରୀସର ରାଜଧାନୀ ଏଥେନ୍ସରେ ବି ପଡ଼ିଛି । କୁହାଯାଉଛି ଯେ ଗ୍ରୀସରେ ଭୂମିକମ୍ପ ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ପରି ପରିସ୍ଥିତି ସୃଷ୍ଟି ହୋଇଛି ।
ଇଜମିର୍ ତୁର୍କୀର ତୃତୀୟ ଜନବହୁଳ ସହର । ସେଠାକାର ଲୋକସଂଖ୍ୟା ୪୦ ଲକ୍ଷରୁ ୫୦ ଲକ୍ଷ । ୧୯୯୯ରେ ସେଠାରେ ହୋଇଥିବା ଭୂମିକମ୍ପରେ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।