News18 Odia Digital
#ମୁମ୍ବାଇ: ଆଜିକାଲି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାରମାନଙ୍କ ପିଲାମାନଙ୍କ ଯୁଗ ଚାଲିଛି । କେହି ବଲିଉଡ ଡେବ୍ୟୁ (Bollywood debut) କରିସାରିଛନ୍ତି ତ ଆଉ କେହି ଏଥି ପାଇଁ ଜୋରଦାର୍ ପ୍ରସ୍ତୁତିରେ ଲାଗିଛନ୍ତି । ଏ ସବୁ ମଧ୍ୟରେ ନିକଟରେ ଏକ ନୂଆ ଏଣ୍ଟ୍ରି ବିଷୟରେ ସୂଚନା ମିଳିଛି । ସେ ହେଉଛନ୍ତି ଅଭିନେତା ହ୍ରିତିକ ରୋଶନଙ୍କ ସମ୍ପର୍କୀୟ ଭଉଣୀ (cousin sister) ପଶ୍ମିନା (Pashmina) ।
ହ୍ରିତିକ ରୋଶନ ନିଜେ ତାଙ୍କର ଏହି ଭଉଣୀଙ୍କ ପରିଚୟ କରାଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ରୋଶନ ପରିବାର ପକ୍ଷରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଉ ଏକ ଏଣ୍ଟ୍ରି ହେଉଥିବା ଘୋଷଣା କରିଛନ୍ତି । ଏହା ସହ ହ୍ରିତିକ ରୋଶନ କହିଛନ୍ତି ଯେ ସେ ପଶ୍ମିନାଙ୍କ ପାଇଁ ଖୁବ୍ ଗର୍ବିତ ।
ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପଶ୍ମିନାଙ୍କ ପାଇଁ ହ୍ରିତିକ ରୋଶନ ଏକ ବିଶେଷ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ହ୍ରିତିକ୍ ତାଙ୍କ ଭଉଣୀ ପଶ୍ମିନାଙ୍କର କେତେକ ଗ୍ଲାମରସ୍ ଓ ଷ୍ଟାଇଲିସ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡିକୁ ଦେଖି କହିବା ଭୁଲ୍ ହେବ ନାହିଁ ଯେ ସେ ସିନେମା ଶିଳ୍ପରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇସାରିଛନ୍ତି । ପଶ୍ମିନାଙ୍କ ଷ୍ଟାଇଲ୍ ଦେଖି ହ୍ରିତିକ ରୋଶନଙ୍କ ଏହି ପୋଷ୍ଟକୁ ମଧ୍ୟ ଅନେକ ପ୍ରତିକ୍ରିୟା ମିଳୁଛି । ଏହା ସହ ସୋସିଆଲ ମିଡିଆରେ ଏହି ଫଟୋଗୁଡ଼ିକ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପଶ୍ମିନା ରୋଶନ
ଏହି ଫଟୋଗୁଡ଼ିକୁ ସେୟାର୍ କରିବା ବେଳେ ହ୍ରିତିକ୍ ଏକ ଲମ୍ବା କ୍ୟାପସନ୍ ସହିତ କହିଛନ୍ତି ଯେ ସେ ତାଙ୍କ ଭଉଣୀଙ୍କ ପାଇଁ ଭାରି ଗର୍ବିତ । ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି: ‘‘ମୁଁ ତୁମ ପାଇଁ ଗର୍ବିତ, ପଶ୍ମିନା । ତୁମେ ବହୁତ ସ୍ୱତନ୍ତ୍ର ଓ ଏକ ଉଜ୍ଜ୍ୱଳ ପ୍ରତିଭା । ତୁମେ ଯୁଆଡ଼େ ଯାଅ ସେଠି ଆଲୋକ ବୁଣିଦିଅ । ବେଳେବେଳେ ମୁଁ ଆଶ୍ଚର୍ଯ୍ୟ ହୁଏ ଯେ ତୁମେ ଏତେ ଯାଦୁ କେଉଁଠୁ ପାଇଛ, କିନ୍ତୁ ମୁଁ ସବୁବେଳେ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ ତୁମେ ଆମ ପରିବାରରେ ଅଛ । ଆଗକୁ ସମଗ୍ର ବିଶ୍ୱ ବି ତୁମକୁ ପାଇ ନିଜକୁ ବହୁତ ଭାଗ୍ୟବାନ ମନେ କରିବ ।’’
ହ୍ରିତିକ୍ ଆହୁରି ଲେଖିଛନ୍ତି: ‘‘ମୁଁ ଜାଣିଥିବା ସବୁ ଲୋକଙ୍କ ମଧ୍ୟରେ ତୁମେ ସବୁଠାରୁ କୌତୁକିଆ (funny), କାରଣ ତୁମ ପାଖରେ ନିଜ ବୟସ ଅପେକ୍ଷା ଅଧିକ ବୁଝାମଣା ଅଛି । ତୁମେ ଅତି ସୁନ୍ଦର ତୁମର, ଆଉ ତୁମର ବିଶେଷତ୍ୱ ପାଇଁ ତୁମେ କାହାକୁ ବିଚାର (ଜଜ୍) କରନାହିଁ । ଏହି ସବୁ ଜିନିଷ ତୁମକୁ ପ୍ରକୃତରେ ଏକ ସ୍ୱତନ୍ତ୍ରତା ଦେଇଛି । ତୁମେ ଫିଲ୍ମ କର କି ନ କର, ଆମ ପାଇଁ ତୁମେ ଏକ ତାରକା । ଆମେ ତୁମକୁ ବହୁତ ଭଲପାଉ ।’’
ଏହି ପୋଷ୍ଟ ଉପରେ ରାକେଶ ରୋଶନ, କୁନାଲ କପୁର ଓ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ମନ୍ତବ୍ୟ ଦେଇ ପଶ୍ମିନାଙ୍କୁ ପ୍ରଶଂସା କରିଛନ୍ତି ।

ପଶ୍ମିନା ରୋଶନ
ଏହା ବି ପଢ଼ନ୍ତୁ:
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।