ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»WHOର ଆକଳନ ଅନୁସାରେ, ବିଶ୍ଵ ସ୍ତରରେ ପ୍ରତ୍ୟେକ ବର୍ଷ ୧୦ କୋଟିରୁ ଅଧିକ ଲୋକ ‘ହେପାଟାଇଟିସ୍ ଏ’ ଦ୍ଵାରା ସଂକ୍ରମିତ ହୁଅନ୍ତି

WHOର ଆକଳନ ଅନୁସାରେ, ବିଶ୍ଵ ସ୍ତରରେ ପ୍ରତ୍ୟେକ ବର୍ଷ ୧୦ କୋଟିରୁ ଅଧିକ ଲୋକ ‘ହେପାଟାଇଟିସ୍ ଏ’ ଦ୍ଵାରା ସଂକ୍ରମିତ ହୁଅନ୍ତି

‘ହେପାଟାଇଟିସ୍ ଏ’ ରୋଗ, ଏହାର ନିରାକରଣ ଓ ଟିକାକରଣ ।

WHOର ଆକଳନ ଅନୁସାରେ, ବିଶ୍ଵ ସ୍ତରରେ ପ୍ରତ୍ୟେକ ବର୍ଷ ୧୦ କୋଟିରୁ ଅଧିକ ଲୋକ ‘ହେପାଟାଇଟିସ୍ ଏ’ ଦ୍ଵାରା ସଂକ୍ରମିତ ହୁଅନ୍ତି
ହେପାଟାଇଟିସ୍ ଏ ରୋଗ, ଏହାର ନିରାକରଣ ଓ ଟିକାକରଣ
  • News18 Odia
  • Last Updated: August 5, 2021, 6:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହେପାଟାଇଟିସ୍ ଏ (Hepatitis A) ଏକ ଯକୃତ ସଂକ୍ରମଣ, ଯାହାକି ହେପାଟାଇଟିସ୍ ଓ ଜୀବାଣୁ ଯୋଗୁଁ ହୋଇଥାଏ । ଏହାର ଗମ୍ଭୀରତା ସାମାନ୍ୟରୁ ନେଇ ଗମ୍ଭୀର ରୋଗ ପର୍ଯ୍ୟନ୍ତ ହୋଇପାରେ ଯାହା କିଛି ସପ୍ତାହରୁ ମାସ ମାସ ପର୍ଯ୍ୟନ୍ତ ରହିପାରେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ଆକଳନ ଅନୁସାରେ, ବିଶ୍ଵ ସ୍ତରରେ ପ୍ରତ୍ୟେକ ବର୍ଷ ୧୦ କୋଟିରୁ ଅଧିକ ଲୋକ ହେପାଟାଇଟିସ୍ ଏ ଦ୍ଵାରା ସଂକ୍ରମିତ ହୁଅନ୍ତି । ଏହି ଯକୃତ ସଂକ୍ରମଣ ସାଧାରଣତଃ ପିଲାମାନଙ୍କ ମଧ୍ୟରେ ସାମାନ୍ୟ ଓ ସାଧାରଣ ଭାବରେ ବିବେଚନା କରାଯାଏ, ଏହା କେତେକ କ୍ଷେତ୍ରରେ ଗମ୍ଭୀର ହୋଇପାରେ। ବଡ଼ ପିଲା ଓ ବୟସ୍କମାନଙ୍କ ମଧ୍ୟରେ ସଂକ୍ରମଣ ସାଧାରଣତଃ ଅଧିକ ଗମ୍ଭୀର ଲକ୍ଷଣ ସୃଷ୍ଟି କରିଥାଏ, ଜଣ୍ଡିସ୍ ସେଗୁଡ଼ିକ ମଧ୍ୟରେ ୭୦ ପ୍ରତିଶତରୁ ଅଧିକ କ୍ଷେତ୍ରରେ ହୋଇଥାଏ ।

ବିଶେଷ କରି ସ୍ଵଚ୍ଛତା ଅଭାବ ଥିବା ଅଞ୍ଚଳରେ ଏହି ରୋଗ ଦେଖାଦେଇଥାଏ । ଏହି କାରଣରୁ ଅଧିକ ସ୍ଵଚ୍ଛ ସହରାଞ୍ଚଳରେ ରହିବା ଯୋଗୁଁ ଯେଉଁ ପିଲାମାନେ ପୂର୍ବରୁ ଏହି ଜୀବାଣୁ ସଂସ୍ପର୍ଶରେ ଆସିନଥିବେ, ସେମାନେ ଏହି ହେପାଟାଇଟିସ୍ ଏ ସଂକ୍ରମଣରୁ ବାଲ୍ୟକାଳରେ ବର୍ତ୍ତିଯାଇପାରନ୍ତି, ଯାହା ଦ୍ଵାରା ସେମାନଙ୍କୁ ଯୁବାବସ୍ଥାରେ ଓ ବୟସ୍କ ଅବସ୍ଥାରେ ଗୁରୁତର ସଂକ୍ରମଣ ହେବାର ଆଶଙ୍କା ରହିଥାଏ।

ଏହା କିପରି ବ୍ୟାପିଥାଏ?

ହେପାଟାଇଟିସ୍ ଏ ଜୀବାଣୁ ଦ୍ଵାରା ଦୂଷିତ ଜଳ ଓ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ହେପାଟାଇଟିସ୍ ଓ ବ୍ୟାପିଥାଏ। ଏହା ମୁଖ୍ୟତଃ ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣେ ବ୍ୟକ୍ତିର ମଳ-ଜନିତ ସଂକ୍ରମଣ ମାର୍ଗ ଦ୍ଵାରା ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣକୁ ସଂକ୍ରମିତ ହୁଏ କିମ୍ବା ଯେତେବେଳେ କେହି ଦୂଷିତ ଜଳ, କ୍ଷୀର, କିମ୍ବା ଏଭଳି ଖାଦ୍ୟ ଗ୍ରହଣ କରନ୍ତି ଯାହା ସ୍ଵଚ୍ଛ ଉପାୟରେ ପ୍ରସ୍ତୁତ, ଗଚ୍ଛିତ କିମ୍ବା ପରିଷ୍କାର ଭାବରେ ପରସା ଯାଇନଥାଏ।



ଯଦି ଆପଣ ଭୁଲବଶତଃ ହଠାତ୍ ହେପାଟାଇଟିସ୍ ଏ ସଂକ୍ରମିତ କିଛି ଦୂଷିତ ଖାଦ୍ୟପଦାର୍ଥ ଖାଉଛନ୍ତି, ଯେପରିକି ସଂକ୍ରମିତ ଶିଶୁର ଡାଇପର ବଦଳାଇବା ପରେ ହାତକୁ ଭଲ ଭାବରେ ନ’ଧୋଇ ଖାଉଛନ୍ତି ତେବେ ଆପଣଙ୍କୁ ହେପାଟାଇଟିସ୍ ଏରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଯଦି ଆପଣ ଗୋଟିଏ ରେଷ୍ଟୁରାଣ୍ଟରେ ଖାଦ୍ୟ ଓ ପାନୀୟ ଶେୟାର କରନ୍ତି କିମ୍ବା ଏକ କବାଟର ନବ୍ କିମ୍ବା ପୃଷ୍ଠକୁ ସ୍ପର୍ଶ କରନ୍ତି ଏଥିରେ ମଧ୍ୟ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଯେଉଁଥିରେ ସଂକ୍ରମିତ ବ୍ୟକ୍ତିଙ୍କ ମଳର କିଛି ଅଜ୍ଞାତ ପରିମାଣ ଥାଇପାରେ, ତେବେ ଆପଣ ମଧ୍ୟ ବିପଦରେ ପଡ଼ିପାରନ୍ତି ।  

ଏହି ସଙ୍କେତ ଓ ଲକ୍ଷଣଗୁଡ଼ିକ ପ୍ରତି ସାବଧାନ ରୁହନ୍ତୁ

ସଂକ୍ରମିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କ ଠାରେ ଏହି ଲକ୍ଷଣ ଦେଖାଯାଏ ନାହିଁ। ଲକ୍ଷଣ (ଯଦି ବିକଶିତ ହୁଏ) ସାଧାରଣତଃ ସଂକ୍ରମଣ ହେବାର ଦୁଇରୁ ଛଅ ସପ୍ତାହ ମଧ୍ୟରେ ଦେଖାଯାଏ। ସେଗୁଡ଼ିକ ହେଲା:

୧. ଜ୍ବର

୨. ବାନ୍ତି ହେବା

୩. ଧୂସର ରଙ୍ଗର ମଳ

୪. ଥକାପଣ

୫. ପେଟ ଯନ୍ତ୍ରଣା

୬. ଗଣ୍ଠି ଯନ୍ତ୍ରଣା

୭. ଭୋକ କମିଯିବା

୮. ବାନ୍ତି ଲାଗିବା

୯. ଜଣ୍ଡିସ୍

ମନେରଖନ୍ତୁ, ସଂକ୍ରମିତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ଠାରେ ସମସ୍ତ ଲକ୍ଷଣ ଦେଖାଯିବ ନାହିଁ। କିଛି କ୍ଷେତ୍ରରେ, ଲକ୍ଷଣଗୁଡିକ ଛଅ ମାସ ପର୍ଯ୍ୟନ୍ତ ରହିପାରେ।

ହେପାଟାଇଟିସ୍ ଏ - ଏହି ରୋଗକୁ ରୋକାଯାଇ ପାରିବ କି?

ହଁ, ହେପାଟାଇଟିସ୍ ଏ’ର ସଂକ୍ରମଣକୁ ରୋକାଯାଇପାରିବ। ନିଜକୁ ରକ୍ଷା କରିବାର ସବୁଠାରୁ ସହଜ ଉପାୟ ହେଲା:

୧.ଶୁଦ୍ଧ ପାଣି ପିଅନ୍ତୁ ଓ ଖାଦ୍ୟ ଭଲ ଭାବରେ ରାନ୍ଧନ୍ତୁ କଞ୍ଚା ମାଂସ ଓ ଶେଲଫିସ୍ ଠାରୁ ଦୂରେଇ ରୁହନ୍ତୁ  । ଫଳ ଓ ପନିପରିବାକୁ ଶୁଦ୍ଧ ପାଣିରେ ଧୋଇକି ଖାଆନ୍ତୁ ।

୨.ଶୌଚାଳୟ ବ୍ୟବହାର କରିବା, ଶିଶୁର ନାପି ବଦଳାଇବା ଓ ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ସାବୁନ୍ ଓ ପାଣିରେ ଭଲ ଭାବରେ ହାତ ଧୋଇବାକୁ ମନେରଖନ୍ତୁ

୩.ଆପଣଙ୍କ ଘର ଓ ଆଖପାଖର ପରିବେଶକୁ ସ୍ୱଚ୍ଛ ରଖନ୍ତୁ

୪. ଟିକାକରଣ ଆପଣଙ୍କ ପିଲାକୁ ହେପାଟାଇଟିସ୍ ଏ’ରୁ ରକ୍ଷା କରିବାରେ ସାହାଯ୍ୟ କରିବ ।

ହେପାଟାଇଟିସ୍ ଏ ପାଇଁ କଣ ଚିକିତ୍ସା ରହିଛି?

ହେପାଟାଇଟିସ୍ ଏ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, ତେଣୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଏହି ରୋଗକୁ ରୋକିବା ହିଁ ବୁଦ୍ଧିମତ୍ତା । ହେପାଟାଇଟିସ୍ ଏକୁ ରୋକିବା ପାଇଁ ଟିକାକରଣ ଏକ ନିର୍ଭରଯୋଗ୍ୟ ଉପାୟ ।

ହେପାଟାଇଟିସ୍ ଏ ର ଟିକା କେବେ ଦିଆଯାଇଥାଏ?

ହେପାଟାଇଟିସ୍ ଏ ପାଇଁ ଟୀକା ଏକ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଦିଆଯାଇପାରେ। ଏହି କାରଣରୁ, WHO ଓ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ପରି ବିଶ୍ୱ ତଥା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ସମସ୍ତ ଯୋଗ୍ୟ ପିଲାମାନଙ୍କୁ ହେପାଟାଇଟିସ୍ ଏ ଟିକାକରଣ କରେଇବା ପାଇଁ ସୁପାରିଶ କରିଛନ୍ତି।1,7 ଅଧିକ ସୂଚନା ପାଇଁ ଆପଣଙ୍କର ଶିଶୁରୋଗ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନିଅନ୍ତୁ।

  1. https://www.who.int/immunization/position_papers/PP_hep_A_july2012_summary.pdf, Accessed on 24th July 2021.

  2. https://www.cdc.gov/hepatitis/Hepatitis%20A/afaq.html , Accessed on 24th July 20213.

  3. Castaneda D, Gonzalez AJ, Alomari M, Tandon K, Zervos XB. From hepatitis A to E: A critical review of viral hepatitis. World J Gastroenterol. 2021;27(16):1691-17154.

  4. https://www.cdc.gov/vaccines/pubs/pinkbook/hepa.html, Accessed on 24th July 20215.

  5. https://www.who.int/news-room/fact-sheets/detail/hepatitis-a, Accessed on 24th July 20216.

  6. https://www.iamat.org /country/india/risk/hepatitis-a, Accessed on 24th July 20217.

  7. 124587-IAP-GUIDE-BOOK-ON-IMMUNIZATION-18-19.pdf (iapindia.org), Accessed on 29th July 2021


ଅସ୍ଵୀକରଣ: GlaxoSmithKline Pharmaceuticals Limited ଡ. ଆନି ବେସାନ୍ତ ରୋଡ୍, ୱର୍ଲି, ମୁମ୍ବାଇ ୪୦୦, ୦୩୦, ଭାରତ ଦ୍ଵାରା ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଏହା ଜାରୀ କରାଯାଇଛି। ଏଠାରେ ପ୍ରଦତ୍ତ ସୂଚନାଗୁଡ଼ିକ କେବଳ ସାଧାରଣ ସଚେତନତା ବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ। ଏହା କୌଣସି ଚିକିତ୍ସକୀୟ ପରାମର୍ଶ ନୁହେଁ। ସ୍ଵାସ୍ଥ୍ୟ ସମ୍ବନ୍ଧିତ ଆପଣଙ୍କର କୌଣସି ପ୍ରଶ୍ନ କିମ୍ବା ସମସ୍ୟା ଥିଲେ ଦୟାକରି ଆପଣଙ୍କର ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଦୟାକରି ଆପଣଙ୍କର ଶିଶୁ ଚିକିତ୍ସକଙ୍କ ସହିତ ପରାମର୍ଶ କରି ଟିକାକରଣର ସଂପୂର୍ଣ୍ଣ ସୂଚୀ ତଥା ସମୟ ବାବଦରେ ସୂଚନା ପ୍ରାପ୍ତ କରନ୍ତୁ। ଯଦି GSK କମ୍ପାନୀର କୌଣସି ପ୍ରୋଡକ୍ଟର କିଛି ପ୍ରତିକୂଳ ପ୍ରଭାବ ଦେଖିବାକୁ ପାଆନ୍ତି ତେବେ india.pharmacovigilance@gsk.com ରେ ଦୟାକରି ସୂଚନା ଦିଅନ୍ତୁ ।


This article has been created by the Studio18 team on behalf of GSK

Published by: Lipina Das
First published: August 3, 2021, 5:50 PM IST