ପ୍ରେମ ସପ୍ତାହ ଓ ମାତୃପିତୃ ପୂଜନ ଦିବସ; କିପରି ମ୍ୟାନେଜ କରିବେ ଅବିବାହିତ ଲୋକ

Valentine Day and MatruPitru Pujana Divas: ଗୋଟିଏ ତାରିଖରେ ଉଭୟ ଦିନ ପଡୁଥିବାରୁ ଏହି ଦିନକୁ କିପରି ପାଳନ କରିବେ ଜାଣନ୍ତୁ।

କିପରି ମ୍ୟାନେଜ କରିବେ ଅବିବାହିତ ଲୋକ

କିପରି ମ୍ୟାନେଜ କରିବେ ଅବିବାହିତ ଲୋକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Valentine Day and Matru pitru Pujan Divas: କାଲି ଠୁ ଆରମ୍ଭ ହେବାକୁ ଯାଉଛି ପ୍ରେମ ସପ୍ତାହ। ଫେବ୍ରୁଆରୀ ମାସର ଏହି ଦିନକୁ ସ୍ପେସିଆଲ କରିବା ପାଇଁ ପ୍ରେମୀ ଯୁଗଳମାନେ ବିଭିନ୍ନ ପ୍ଲାନ କରିଥାନ୍ତି। ନିଜ ସମ୍ପର୍କକୁ ସଦୃଢ଼ କରିବା ପାଇଁ ନିଜ ଢଙ୍ଗରେ ଜିନିଷ କରିଥାନ୍ତି। ସବୁଠୁ ବଡ଼ କଥା ହେଉଛି ଏହି ସପ୍ତାହରେ କେତେକ ଜାଗାରେ ମାତୃ ପିତୃ ପୂଜନ ଦିବସ ପାଳନ କରାଯାଉଛି। ଗୋଟେ ପଟେ ପ୍ରେମ ଜୀବନ ଓ ଅନ୍ୟପଟେ ବାପା ମା। କେମିତି ବାଲାନ୍ସ କରିବେ ଏହି ଦିନ ଜାଣନ୍ତୁ।

ଜୀବନରେ ପିତାମାତାଙ୍କ ସ୍ଥାନ କେହି ନେଇ ପାରିବେ ନାହିଁ। କିନ୍ତୁ ଜୀବନରେ ଜଣେ ସାଥି କିମ୍ବା ଲାଇଫ ପାର୍ଟନର ମଧ୍ୟ ଆବଶ୍ୟକ ରହିଛି। ଉଭୟ ସମ୍ପର୍କ ଏକ ସୁସ୍ଥ ଜୀବନ ପାଇଁ ବେଶ ଜରୁରୀ। କାଲି ପ୍ରେମ ସପ୍ତାହ ଆରମ୍ଭ ହେଉଥିବାରୁ ପ୍ରେମୀ ଯୋଡ଼ି ନିଜର ପ୍ରେମ ସମ୍ପର୍କ ସୁଦୃଢ କରିବାକୁ ଚେଷ୍ଟା କରନ୍ତି। ବିବାହିତ ଯୋଡ଼ି ଉଭୟ ପ୍ରେମ ସପ୍ତାହ ଓ ମାତୃ ପିତୃ ପୂଜନ ଦିବସ ଭଲରେ ସେଲିବ୍ରେଟ କରିପାରିବେ। କିନ୍ତୁ ଯେଉଁମାନେ ଅବିବାହିତ ସେମାନେ କିପରି ବାଲାନ୍ସ କରିବେ ଜାଣନ୍ତୁ।

VALENTINE DAY: ଏମିତି କେହି ପ୍ରପୋଜ୍ କରିଥିବା ଦେଖିଛନ୍ତି? VIDEO ଦେଖନ୍ତୁ, ହେଲେ ଟ୍ରାଇ କରନ୍ତୁ ନାହିଁ!

-ଯେହେତୁ ଉଭୟ ଦିନ ସମାନ ତାରିଖରେ ପଡୁଛି ସେହି ଦିନ ଆପଣ ବାପା ମାଙ୍କ ସହ ନିଜ ଜୀବନ ସାଥିଙ୍କୁ ସାକ୍ଷାତ କରିବାର ପ୍ଲାନ କରନ୍ତୁ।

-ପରିବାର ଓ ସାଥିଙ୍କ ସହ ଏକ ଡ଼ିନର ଡେଟ ବୁକ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘର ସହ ଆପଣଙ୍କ ପାର୍ଟନରଙ୍କର ସମ୍ପର୍କ ସୁଦୃଢ ହେବ।

-ବାପା ମା ଓ ପାର୍ଟନରକୁ ନେଇ ସପିଂ ଯାଆନ୍ତୁ। ଏପରି କରିବା ଦ୍ୱାରା ଉଭୟଙ୍କ ପସନ୍ଦ ନାପସନ୍ଦ ବାବଦରେ ଜାଣିପାରିବେ।

-ସମସ୍ତଙ୍କୁ ନେଇ ମନ୍ଦିର ଯାଆନ୍ତୁ। ଏପରି କରିବା ଦ୍ୱାରା ଏକ ଆଧ୍ୟାତ୍ମିକ ଚିନ୍ତାଧାରା ଜାଗ୍ରତ ହେବ।

-ପରିବାର ଓ ହେବାକୁ ଥିବା ଜୀବନସାଥିଙ୍କୁ ଭଲ ଉପହାର ଦିଅନ୍ତୁ । ଯାହା ଫଳରେ ସମସ୍ତେ ଖୁସି ହୋଇଯିବେ।
Published by:Soumya Das
First published: