ଆପଣଙ୍କ ଶିଶୁର ବଢ଼ନ୍ତା ପୋଷଣ ଆବଶ୍ୟକତା ପୂରଣ କରିବାର ସର୍ବୋତ୍ତମ ଉପାୟ
ଯଦି ଆପଣ ଆପଣଙ୍କର ନଟଖଟ ଶିଶୁ ସନ୍ତାନକୁ ଅଧିକ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ମନାଇବାକୁ ନୂଆ ଉପାୟ ଖୋଜି ଖୋଜି ଥକି ଯାଉଛନ୍ତି ତେବେ ଆପଣ ଏକା ନୁହଁନ୍ତି। ପ୍ରତ୍ୟେକ ପିତାମାତା ସତେଜ ଏବଂ ପୁଷ୍ଟିକର ଖାଦ୍ୟରେ ସେମାନଙ୍କ ଶିଶୁର ଛୋଟ ପେଟକୁ ଭରିବା ପାଇଁ ପ୍ରତିଦିନ ଆହ୍ୱାନକୁ ସାମ୍ନା କରନ୍ତି।

ଆପଣଙ୍କ ଶିଶୁର ବଢ଼ନ୍ତା ପୋଷଣ ଆବଶ୍ୟକତା ପୂରଣ କରିବାର ସର୍ବୋତ୍ତମ ଉପାୟ
- News18 Odia
- Last Updated: January 14, 2021, 12:07 PM IST
ତଥାପି, ଯେହେତୁ ପିଲାମାନେ ବିଭିନ୍ନ ପ୍ରକାରର ସ୍ୱାଦ ଖୋଜନ୍ତି, ସେମାନେ ଯାହା ଖାଆନ୍ତି ସେଥିରୁ ନିଜ ପସନ୍ଦ ବାଛିବା ସ୍ୱାଭାବିକ। ଏହା ସେମାନଙ୍କ ମଧ୍ୟରେ ନାନା ପ୍ରକାର ଅଭାବ ସୃଷ୍ଟିକରେ ଯାହା ପ୍ରତି ପ୍ରାୟତଃ ନଜର ପଡ଼େନାହିଁ। ତଥାପି, ଅଭାବ ଥିବା ପିଲାମାନେ ଚିଡ଼ଚିଡ଼ା ହୋଇପାରନ୍ତି, ଭୋକ କମ୍ ହୋଇ ପାରେ, ମୁଣ୍ଡବିନ୍ଧା କିମ୍ବା ମୁଣ୍ଡ ବୁଲାଇବା, ମାଂସପେଶୀ ଏବଂ ହାଡର ଦୁର୍ବଳତା ଦେଖାଇ ପାରନ୍ତି, ବାରମ୍ବାର ପେଟ ସଂକ୍ରମଣ ହୋଇପାରେ ଏବଂ ଯଦି ସେମାନେ ଉପଯୁକ୍ତ ପୁଷ୍ଟି ଖାଦ୍ୟ ନ ପାଆନ୍ତି ତେବେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଇ ପାରେ।*
କିନ୍ତୁ ପ୍ରତ୍ୟେକ ପିତାମାତା ନିଜ ସନ୍ତାନ ପାଇଁ ସର୍ବୋତ୍ତମ ଚାହାଁନ୍ତି। ତେଣୁ ପିଲାମାନେ ଯେପରି ଭଲ ପାଇବେ ସେହି ପରି ଭାବରେ ଠିକ୍ ପୋଷଣ ଯୋଗାଇବା ପାଇଁ ନିୟମିତ ଉପାୟ ଖୋଜା ଚାଲିଥାଏ। ସେହି ପ୍ରାରମ୍ଭିକ ବର୍ଷଗୁଡିକରେ ଯେତେବେଳେ ଶିଶୁର ଶାରୀରିକ, ମାନସିକ ଏବଂ ଭାବନାତ୍ମକ ସାମର୍ଥ୍ୟ ସହିତ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହେଉଥାଏ ସେତେବେଳେ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ।

ଆଦ୍ୟ ବର୍ଷମାନଙ୍କରେ ପୋଷଣ ଗୁରୁତ୍ୱପୂର୍ଣ୍ଣ କାହିଁକି ?
2-5 ବର୍ଷର ପ୍ରାକ୍ ବିଦ୍ୟାଳୟ ବୟସ ସମେତ ଆପଣଙ୍କ ସନ୍ତାନ ଶୈଶବରେ ଯାହା ଖାଏ ତାହା ସେମାନଙ୍କର ଭବିଷ୍ୟତ ସ୍ୱାସ୍ଥ୍ୟ ଉପରେ ଏକ ବୃହତ୍ ପ୍ରଭାବ ପକାଇପାରେ। ଏହା ହେଉଛି ସେମାନଙ୍କ ଜୀବନର ଏହି ପର୍ଯ୍ୟାୟ ଯେତେବେଳେ ମସ୍ତିଷ୍କ, ହାଡ, ଦାନ୍ତ, ଏପରିକି ସେମାନଙ୍କ ମସ୍ତିଷ୍କ ପରି ଅତ୍ୟାବଶ୍ୟକ ଅଙ୍ଗ ଗଠନ ପାଇଁ ପର୍ଯ୍ୟାପ୍ତ ଏବଂ ସମ୍ପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଆଇରନ୍, ଆୟୋଡିନ୍, ଭିଟାମିନ୍ ଏ ଏବଂ ଅନ୍ୟାନ୍ୟ ସୂକ୍ଷ୍ମ ପୋଷକ ତତ୍ତ୍ୱ ଅଧିକ ଆବଶ୍ୟକ ହୁଏ। ବିଭିନ୍ନ ପ୍ରକାରର ପୁଷ୍ଟି ପରିପୂର୍ଣ୍ଣ ଖାଦ୍ୟ ଖାଇବା ପିଲାମାନଙ୍କୁ ସେମାନଙ୍କର ଆଦ୍ୟ ବର୍ଷଗୁଡ଼ିକରେ ସେମାନଙ୍କର ଅତ୍ୟାବଶ୍ୟକ ସୂକ୍ଷ୍ମ ପୋଷକ ତତ୍ତ୍ୱଗୁଡ଼ିକର ଚାହିଦା ପୂରଣ କରିବାରେ ସାହାଯ୍ୟ କରିବାର ଏକ ପ୍ରମୁଖ ଉପାୟ।
ଭଲ ଖାଇବା ଅଭ୍ୟାସ ଗଠନ ଏବଂ ପ୍ରାରମ୍ଭିକ ହସ୍ତକ୍ଷେପ କୌଶଳ ବ୍ୟବହାର କରିବା ଆପଣଙ୍କ ଶିଶୁକୁ ଭିଟାମିନ୍ ଏ, ଆଇରନ୍, ଜିଙ୍କ୍, କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ଭଳି ସାଧାରଣ ଅଭାବକୁ ରୋକିବା ପାଇଁ ଆବଶ୍ୟକ କରୁଥିବା ସମସ୍ତ ସାଧନ ଯୋଗାଇଥାଏ। ଦେଇଥାଏ | ଏହା ଏହି ବୟସରେ ଏକ ଶୈଳୀ ସ୍ଥିର କରିବା ବିଷୟରେ ଯାହା ଦୀର୍ଘ ଦୌଡ଼ରେ ସେମାନଙ୍କୁ ଫିଟ୍ ଏବଂ ସୁସ୍ଥ ରହିବାରେ ସାହାଯ୍ୟ କରିବ। ନିୟୁତ ନିୟୁତ ଶିଶୁ ମୁଖ୍ୟତଃ ସୂକ୍ଷ୍ମ ପୋଷକ ତତ୍ତ୍ୱଗୁଡ଼ିକର ଅଭାବ କାରଣରୁ ସଂଜ୍ଞାନାତ୍ମକ ବିଳମ୍ବତା, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଏବଂ ଅବରୁଦ୍ଧ ଅଭିବୃଦ୍ଧି ଜନିତ ସମସ୍ୟା ଭୋଗ କରନ୍ତି। **
ପ୍ରତି ଶିଶୁ କେଉଁ ଜରୁରୀ ଜିନିଷଗୁଡ଼ିକ ପାଇବା ଉଚିତ୍?
ଏକ ପ୍ରାକ୍-ବିଦ୍ୟାଳୟ ଶରୀର ପ୍ରଚୁର ଭିଟାମିନ୍, ମିନେରାଲ୍ସ, ଶ୍ୱେତସାର, ପୁଷ୍ଟିସାର ଏବଂ ଫ୍ୟାଟ୍ ଥିବା ପୁଷ୍ଟି-ସଘନ ଖାଦ୍ୟ ଆବଶ୍ୟକ କରିଥାଏ। ବାଲ୍ୟାବସ୍ଥାରେ ଏହି ପାଞ୍ଚଟି ଜରୁରୀ ଉପାଦାନ ପାଇଥିବା ପିଲାମାନଙ୍କ କ୍ଷେତ୍ରରେ ଉନ୍ନତ ସଂଜ୍ଞାନାତ୍ମକ ସ୍ୱାସ୍ଥ୍ୟ ଏବଂ ପରବର୍ତ୍ତୀ ଜୀବନରେ ଦୀର୍ଘସ୍ଥାୟୀ ରୋଗ ଆରମ୍ଭ ଆଶଙ୍କା କମ୍ ଥାଏ।
ଗୋଟିଏ ମୁହୂର୍ତ୍ତ ରୁକନ୍ତୁ ଏବଂ ଚିନ୍ତା କରି ଦେଖନ୍ତୁ ଯେ ଆପଣଙ୍କ ଶିଶୁ ଏସବୁ ପାଞ୍ଚଟି ଜରୁରୀ ଖାଦ୍ୟ ଯଥେଷ୍ଟ ପରିମାଣରେ ଖାଉଛି କି ନାହିଁ?
ଚାଉଳ, ଗହମ, ମାଣ୍ଡିଆ ପରି ଶସ୍ୟ, ରୁଟି
ସତେଜ ଫଳ
ସବୁଜ ପତ୍ର, ଶାଗ ସହିତ ପନିପରିବା
ଅଣ୍ଡା, ସାମୁଦ୍ରିକ ଖାଦ୍ୟ, କୁକୁଡା, ବିନ୍ ଏବଂ ମାଂସ
ଦୁଗ୍ଧ, ଛେନା ଏବଂ ଦହି ପରି ଦୁଗ୍ଧଜାତ ଉତ୍ପାଦ
ଅନେକ ପିତାମାତା ଖୁବ୍ ଆଶ୍ଚର୍ଯ୍ୟ ହୋଇ ଭାବନ୍ତି ଯେ ବ୍ୟସ୍ତତାପୂର୍ଣ୍ଣ ଦିନ ମଧ୍ୟରେ ଏସବୁ ଖାଦ୍ୟ କିପରି ଦେବେ ଯାହା ସାଧାରଣତଃ ଏକ କଠିନ କାର୍ଯ୍ୟ ହୋଇଥାଏ। ଏହି ସମସ୍ୟା ଦୁଇଗୁଣ ହୋଇଯାଏ ଯଦି ଆପଣଙ୍କ ଶିଶୁ ସ୍ଥିର ହୋଇ ବସେ ନାହିଁ, ଖାଇବା ଅପେକ୍ଷା ଖେଳିବାକୁ ପସନ୍ଦ କରେ କିମ୍ବା ସବୁଜ ପନିପରିବାକୁ ଛୁଏଁ ନାହିଁ।

ଫଟୋ Tanaphong Toochinda Unsplash ରେ
ଆପଣଙ୍କ ସନ୍ତାନ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ମନା କଲେ କ’ଣ କରିବେ ?
ଆପଣଙ୍କ ସନ୍ତାନ ପୁଷ୍ଟି ସମୃଦ୍ଧ ଖାଦ୍ୟ ଖାଇବା ପାଇଁ ମନା କଲେ ମଧ୍ୟ ସେମାନଙ୍କୁ ସେମାନଙ୍କର ସମସ୍ତ ଦୈନନ୍ଦିନ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ଆପଣଙ୍କୁ ଏକ ନିଶ୍ଚିତ ସମାଧାନ ବାହାର କରିବାକୁ ହେବ।
ଏହା କରିବାର କିଛି ସହଜ ଉପାୟ ହେଉଛି:
ସେମାନଙ୍କୁ ସ୍ୱାସ୍ଥ୍ୟକର ବିକଳ୍ପ ପ୍ରଦାନ କରନ୍ତୁ, ତେଣୁ ସେମାନେ ଯାହା ବାଛିବେ, ଏହା ସେମାନଙ୍କ ପାଇଁ ଭଲ ହେବ।
ନିଜେ ଏକ ଭଲ ଆଦର୍ଶ ହୋଇ ଏବଂ ନିଜେ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ସେମାନଙ୍କୁ ସଫଳତା ପାଇଁ ପ୍ରସ୍ତୁତ କରନ୍ତୁ । ପିଲାମାନେ ଲକ୍ଷ୍ୟ କରିବା ଦ୍ୱାରା ବହୁତ କିଛି ଶିଖନ୍ତି।
ସ୍ୱାସ୍ଥ୍ୟକର ଖାଦ୍ୟଗୁଡ଼ିକୁ ନାମ ମଜାଳିଆ ନାମରେ ବଦଳାନ୍ତୁ, ଯେମିତି କି ମ୍ୟାଜିକାଲ୍ ପାଓ୍ୱାର୍ ପି‘ ସୁପ୍, ମୁଶି ସ୍ମୁଷି ଆଳୁ ବା ଟୁଟି ଫ୍ରୁଟି ମିଲ୍କ ଶେକ୍। ପିଲାମାନେ ଏକ ଭଲ କାହାଣୀ ଏବଂ ମଜାଦାର ନାମକୁ ଭଲ ପାଆନ୍ତି।
ସେମାନଙ୍କୁ କିଛି ସହଜ, ସୁସ୍ଥ ଖାଦ୍ୟ ପ୍ରସ୍ତୁତ କରିବାର ଅଭିନୟ କରିବାକୁ ଦିଅନ୍ତୁ। ପିଲାମାନେ ରୋଷେଇ ଖେଳ ଖେଳିବାକୁ ଭଲ ପାଆନ୍ତି!
ଜଙ୍କ ଫୁଡ୍ ବଦଳରେ ଅଧିକ ସ୍ୱାସ୍ଥ୍ୟପ୍ରଦ ସ୍ନାକ୍ସକୁ ଘରେ ରଖନ୍ତୁ ଯାହା ଦ୍ୱାରା ପିଲାମାନେ ସେଗୁଡ଼ିକୁ ଖାଇବେ।
ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ – ପ୍ରାତଃଭୋଜନରେ ଏକ ପୁଷ୍ଟି ସମୃଦ୍ଧ ଶସ୍ୟ ମିଶାଇବା ବିଷୟରେ ଚିନ୍ତା କରନ୍ତୁ। ଏହା ଛୋଟ ପିଲାମାନଙ୍କର ଖାଦ୍ୟର ଦୈନନ୍ଦିନ ପୁଷ୍ଟି ଉପାଦାନକୁ ଯଥେଷ୍ଟ ଉନ୍ନତ କରିପାରିବ ଏବଂ ଯେ କୌଣସି ସୂକ୍ଷ୍ମ ପୋଷକତତ୍ୱର ଅଭାବକୁ ସଫଳତାର ସହ ଦୂର କରିପାରିବ।
ସନ୍ତୁଳନକୁ ସ୍ୱାସ୍ଥ୍ୟ ଆଡ଼କୁ କରିବା ଏବେ କେବଳ ଗୋଟିଏ ଶିଶୁର ବିଦ୍ୟମାନ ଖାଦ୍ୟରେ Nestlé's Ceregrow ଯୋଗ କରିବା ଦ୍ୱାରା ସମ୍ଭବ। ସଂରକ୍ଷଣକାରକ-ମୁକ୍ତ ଏବଂ କୌଣସି ଅତିରିକ୍ତ ସ୍ୱାଦ ବିନା ଏହା 2 ରୁ 5 ବର୍ଷର ପିଲାମାନଙ୍କ ପାଇଁ ଏକ ସ୍ୱାଦିଷ୍ଟ ପ୍ରାତଃଭୋଜନ ବିକଳ୍ପ। Ceregrow ର ପ୍ରତ୍ୟେକ ଗିନା ଆଇରନ୍, ଭିଟାମିନ୍ ଏ, ସି ଏବଂ ଡି, କ୍ୟାଲସିୟମ୍ ଏବଂ ପ୍ରୋଟିନ୍ ଭରପୂର ଅଟେ। ଶସ୍ୟ, ଦୁଗ୍ଧ ଏବଂ ଫଳର ସୁଫଳ ସହିତ, ବର୍ତ୍ତମାନ ଆପଣ ନିଜ ପିଲାଙ୍କୁ ଯେ କୌଣସିଠାରେ, ଯେ କୌଣସି ସମୟରେ ସମ୍ପୂର୍ଣ୍ଣ ସମସ୍ତ ପ୍ରକାର ପୁଷ୍ଟିକର ଖାଦ୍ୟର ସର୍ବୋତ୍ତମ ସୁଯୋଗ ଦେଇପାରିବେ।
Nestlé Ceregrow ସମ୍ପର୍କରେ ଅଧିକ ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ; ଆପଣଙ୍କ ଅମୂଲ୍ୟ ଶିଶୁ ପାଇଁ ଏକ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ପ୍ରାତଃଭୋଜନ ଶସ୍ୟ।
* ICMR 2010 ଅନୁଯାୟୀ RDA 4-6 ବୟସର ଶିଶୁ
ସୌଜନ୍ୟ:
*https://www.ceregrow.in/child-nutrition/nutrient-deficiency-symptoms
** https://www.unicef.org/nutrition/index_iodine.html
ଏହା ଏକ ସହଭାଗୀ ପୋଷ୍ଟ୍