ଶୀତଦିନେ ନିଜ ଶିଶୁକୁ ଗାଧୋଇଦେବା ବେଳେ ଏହି କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ

Baby Bath Tips In Winter: ଶିଶୁମାନଙ୍କୁ ଶୀତଦିନେ ସ୍ନାନ କରାଇବା ବେଳେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ । ଜାଣନ୍ତୁ କେବେ ଓ କେମିତି ସେମାନଙ୍କୁ ସ୍ନାନ କରାଇବେ ଓ ଶୀତଦିନେ କେମିତି ସେମାନଙ୍କର ଯତ୍ନ ନେବେ ।

ଶୀତଦିନେ ନିଜ ଶିଶୁକୁ ଗାଧୋଇଦେବା ବେଳେ ଏହି କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ
ପିଲାମାନଙ୍କର ଚର୍ମ ସୂକ୍ଷ୍ମ ଓ ସମ୍ବେଦନଶୀଳ ହୋଇଥାଏ ।
  • News18 Odia
  • Last Updated: December 17, 2020, 6:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଶୀତ ଋତୁରେ (Winter Season) ବହୁଥିବା ପବନ ସମସ୍ତଙ୍କ ପାଇଁ କ୍ଷତିକର ହୋଇପାରେ । ଶୀତ ଋତୁର ପବନ ଠାରୁ ଆପଣ ନିଜ ଶିଶୁକୁ ସର୍ବଦା ରକ୍ଷା କରିବା ଉଚିତ । ଶୀତଦିନେ ଶିଶୁକୁ ଗାଧୋଇଦେବା ସମୟରେ ଆପଣ ତାକୁ କେମିତି ଓ କେତେବେଳେ ସ୍ନାନ କରାଇବେ ଓ କିପରି ତା’ର ଯତ୍ନ ନେବେ ସେ ବିଷୟରେ ଜରୁରୀ କଥାଗୁଡ଼ିକୁ ଜାଣିରଖିବା ଉଚିତ ।

ଶୀତ ଋତୁରେ ସାଧାରଣତଃ ବୟସ୍କ ଲୋକଙ୍କର ଅନେକ ଚର୍ମ ସମସ୍ୟା ଦେଖାଦେଇଥାଏ । ପିଲାମାନଙ୍କର ଚର୍ମ ସୂକ୍ଷ୍ମ ଓ ସମ୍ବେଦନଶୀଳ ହୋଇଥିବାରୁ ଶୀତ ଋତୁରେ ଏହା ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ଏଭଳି ପରିସ୍ଥିତିରେ ଏହି ଋତୁରେ ଆପଣଙ୍କୁ ଶିଶୁମାନଙ୍କର ଚର୍ମର ସଠିକ ଯତ୍ନ ନେବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀ ଜେଜେବାପା ହେଲେ; ପୁଅ ଆକାଶ ବୋହୂ ଶ୍ଳୋକା ଏକ ଶିଶୁ ପୁତ୍ର ଜନ୍ମ ଦେଲେ

ଶୀତୁଆ ପାଗର ଥଣ୍ଡା ଓ ଶୁଖିଲା ପବନ ଶିଶୁମାନଙ୍କର ସୂକ୍ଷ୍ମ ଚର୍ମରୁ ଆର୍ଦ୍ରତା ଦୂର କରିଦେଇପାରେ । ଏହା ଅନେକ ଚର୍ମ ସମସ୍ୟା ବି ସୃଷ୍ଟି କରିପାରେ । ତେଣୁ ଗାଧୋଇବା ସମୟରେ ଛୋଟ ପିଲାମାନଙ୍କର ଯତ୍ନ ନେବା ଅତି ଜରୁରୀ । ଏଥି ପାଇଁ କିଛି ସତର୍କତା ଅବଲମ୍ବନ କରାଯିବା ଉଚିତ୍ । ଏହା ଦ୍ୱାରା ଶୀତ ଋତୁରେ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ ।

ନିଜ ଶିଶୁକୁ ସେତିକି ବେଳେ ସ୍ନାନ କରାନ୍ତୁ ଯେତେବେଳେ ତା’ର ଖାଇବା ସମୟ ହୋଇ ନ ଥିବ ବା ତା’ ଶୋଇବା ସମୟ ହୋଇ ନ ଥିବ । ଶୋଇବା ସମୟରେ ପିଲାକୁ ଗାଧୋଇଦେଲେ ତା’ ନିଦ ବାଧା ପାଇଥାଏ । ଏହା ଶିଶୁକୁ ବିରକ୍ତି ଆଣିଦେଇଥାଏ ଓ ଦିନ ସାରା ତାକୁ ଚିଡ଼ଚିଡ଼ା ଲାଗେ ଓ ତା’ ଦେହ ଭଲ ଲାଗେ ନାହିଁ ।

ଏହା ବି ପଢ଼ନ୍ତୁ | Jio ଧାଁସୁ ପ୍ଲାନ୍: ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଅନେକ ସୁବିଧା ପାଆନ୍ତୁ

ପ୍ରତି ଦିନ ସମାନ ସମୟରେ ନିଜ ଶିଶୁକୁ ସ୍ନାନ କରାନ୍ତୁ । ଅର୍ଥାତ୍ ଶିଶୁକୁ ସ୍ନାନ କରିବା ପାଇଁ ଏକ ସମୟ ସ୍ଥିର କରନ୍ତୁ । ଶିଶୁମାନେ ନିଜ ରୁଟିନ୍‌ ଅନୁଯାୟୀ ଜୀବନଯାପନ କରିବାକୁ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି । ରୁଟିନ୍ ବାହାରେ କୌଣସି କାମ ହେଲେ ସେମାନେ ବିରକ୍ତି ଅନୁଭବ କରନ୍ତି ।

ନିଜ ଶିଶୁକୁ ସେତିକି ବେଳେ ସ୍ନାନ କରାନ୍ତୁ ଯେତେବେଳେ ଆପଣଙ୍କୁ ଲାଗୁଥିବ ଯେ ଗାଧୋଇବା ପରେ ସେ ଥଣ୍ଡା ଅନୁଭବ କରିବ ନାହିଁ । ସନ୍ଧ୍ୟାରେ ଗାଧୋଇବା ଅପେକ୍ଷା ଶିଶୁକୁ ସକାଳେ କିମ୍ବା ଅପରାହ୍ଣରେ ଗାଧୋଇଦେବା ଭଲ ।



(Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସବୁ ସାଧାରଣ ସୂଚନା ଉପରେ ଆଧାରିତ । ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲ୍‌ ଏଗୁଡ଼ିକ ନିଶ୍ଚିତ ବୋଲି ସ୍ପଷ୍ଟ କରେ ନାହିଁ । ଦୟାକରି ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ।)
Published by: Anand Shankar Thankur Das
First published: December 17, 2020, 6:54 PM IST
corona virus btn
corona virus btn
Loading