ନିଜର ବ୍ୟାଙ୍କ ଆକାଉଣ୍ଟ ନଥିଲେ, କେମିତି ବଦଳାଇବେ ୨ ହଜାର ଟଙ୍କିଆ ନୋଟ; ଜାଣନ୍ତୁ

How to exchange 2000: ବର୍ତ୍ତମାନ ସବୁ ଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଯେଉଁମାନଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ନାହିଁ ସେମାନେ କିପରି ଏହି ଟଙ୍କା ପରିବର୍ତ୍ତନ କରିବେ? ଆସନ୍ତୁ ଜାଣିବେ...

ନିଜର ବ୍ୟାଙ୍କ ଆକାଉଣ୍ଟ ନଥିଲେ, କେମିତି ବଦଳାଇବେ ୨ ହଜାର ଟଙ୍କିଆ ନୋଟ? ଜାଣନ୍ତୁ

ନିଜର ବ୍ୟାଙ୍କ ଆକାଉଣ୍ଟ ନଥିଲେ, କେମିତି ବଦଳାଇବେ ୨ ହଜାର ଟଙ୍କିଆ ନୋଟ? ଜାଣନ୍ତୁ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

How to exchange 2000: ବର୍ତ୍ତମାନ ସମୟରେ ନୋଟବନ୍ଦୀ (Demonetisation) ଖବର ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ରିର୍ଜବ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଶୁକ୍ରବାର ୨୦୦୦ ଟଙ୍କା ସର୍କୁଲେସନ ଉପରେ ରୋକ ଲଗାଇବା ସହିତ ଏହା ଉପରେ ପ୍ରତିବନ୍ଧକ ଲଗାଇଛି।

ତେବେ ସୂଚନା ମୁତାବକ ଏବେ ଯେଉଁମାନଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ ରହିଛି ତାହା ବୈଧ ଅଟେ କିନ୍ତୁ ଏହାକୁ ପରିବର୍ତ୍ତନ କରିବା ପାଇଁ ତାରିଖ ଜାରି କରି ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଆରବିଆଇ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ନୋଟ ବଦଳାଇବା ପାଇଁ ସମୟ ଦେଇଛନ୍ତି।

୨୩ ମେରୁ ଆରମ୍ଭ କରି ଲୋକମାନେ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ନୋଟ ବଦଳାଇ ପାରିବେ। ବ୍ୟାଙ୍କର କହିବା ଅନୁସାରେ ସେ ଆଉ ଗ୍ରାହକମାନଙ୍କ ପାଇଁ ୨ ହଜାର ଟଙ୍କା ଆଉ ଛପାଇବ ନାହିଁ।

ହେଲେ ବର୍ତ୍ତମାନ ସବୁ ଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଯେଉଁମାନଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ (Bank Account) ନାହିଁ ସେମାନେ କିପରି ଏହି ଟଙ୍କା ପରିବର୍ତ୍ତନ କରିବେ? ଏଥି ପାଇଁ ବ୍ୟାଙ୍କ ଆକାଉଣ୍ଟ ଆବଶ୍ୟକ କି? ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...

ରିର୍ଜବ ବ୍ୟାଙ୍କରୁ ମିଳିଥିବା ସୂଚନା ଅନୁସାରେ ଲୋକ ଚାହିଁଲେ ଯେ କୌଣସି ବ୍ୟାଙ୍କର ଶାଖାରେ ଯାଇ ଏହି ଟଙ୍କାକୁ ପରିବର୍ତ୍ତନ କରି ପାରବେ।

ଦେଶର ଯେକୌଣସି ବ୍ୟାଙ୍କରେ ଏହା କରାଯାଇ ପାରିବ। ତେଣୁ ଏହାକୁ ନେଇ କୌଣସି ଚିନ୍ତା କରିବା ଆବଶ୍ୟକ ନାହିଁ। ଆଉ ଏହା ପାଇଁ କୌଣସି ବ୍ୟାଙ୍କ ଖାତା ରହିବା ଆବଶ୍ୟକ ନାହିଁ ବୋଲି ଆରବିଆଇ ସୂଚନା ଦେଇଛି। ଏହା ସହିତ ନୋଟ ପରିବର୍ତ୍ତନ ପାଇଁ କୌଣସି ଟଙ୍କା ଆବଶ୍ୟକ ନାହିଁ ବୋଲି ମଧ୍ୟ କୁହାଯାଇଛି।

ତେବେ ଜାଣି ରଖନ୍ତୁ ନୋଟ ପରିବର୍ତ୍ତନ କରିବାର କଣ ରହିଛି ନିୟମ:

ଆରବିଆଇ ଗାଇଡଲାଇନ ଅନୁସାରେ ଗୋଟିଏ ଥରରେ ଜଣେ ବ୍ୟକ୍ତି ୨୦ ହଜାର ଟଙ୍କାରୁ ଅଧିକ ଟଙ୍କା ପରିବର୍ତ୍ତନ କରିପାରିବେ ନାହିଁ। ବିଭିନ୍ନ ବ୍ୟାଙ୍କରେ ୨ ହଜାର ଟଙ୍କା ପରିବର୍ତ୍ତନ କରିବା ପାଇଁ ଏକ ସ୍ବତନ୍ତ୍ର କାଉଣ୍ଟର କରାଯିବ। ଯେଉଁ ଠାରେ ଲାଇନରେ ଛିଡ଼ା ହୋଇ ଲୋକମାନେ ତାଙ୍କର ଟଙ୍କା ପରିବର୍ତ୍ତନ କରିପାରିବେ। ଏହି ପ୍ରକ୍ରିୟା ୩୦ ମେ ପର୍ଯ୍ୟନ୍ତ ଚାଲିବ। ଏହାପରେ ଆଉ କୌଣସି ବ୍ୟାଙ୍କରେ ୨ହଜାର ଟଙ୍କା ପରିବର୍ତ୍ତନ କରାଯାଇ ପାରିବ ନାହିଁ।

ପଢ଼ନ୍ତୁ ଏହି ଖବର:  ଆପଣଙ୍କ ସ୍ମାର୍ଟଫୋନଠୁ ବି କମ୍ ମୂଲ୍ୟରେ ମିଳୁଛି ଏହି ଇ-ସ୍କୁଟର; ଆଜି ହି କିଣନ୍ତୁ

ଆରବିଆଇ ପ୍ରେସ ରିଲିଜରୁ ପ୍ରାପ୍ତ ହୋଇଥିବା ସୂଚନା ଅନୁସାରେ ୨୦୧୮-୧୯ରେ ୨ ହଜାର ଟଙ୍କିଆ ଛାପିବା ବନ୍ଦ କରିଦେଇଥିଲା। ୨୦୧୬ ନଭେମ୍ବର ମାସରେ ହୋଇଥିବା ନୋଟବନ୍ଦି ପରେ ଏହି ନୂଆ ୨ ହଜାର ଟଙ୍କିଆ ନୋଟ ବଜାରକୁ ଆସିଥିଲା। ଯେଉଁଥିରେ ପୁରୁଣା ୫୦୦ ଆଉ ୧୦୦୦ ଟଙ୍କିଆ ନୋଟ ବନ୍ଦ କରାଯାଇଥିଲା।
Published by:Lipina Das
First published: