ଗ୍ୟାସ କି ହୃଦଘାତ ପାଇଁ ହେଉଛି ଛାତି ଯନ୍ତ୍ରଣା; ଜାଣନ୍ତୁ ଉଭୟର ଲକ୍ଷଣ

ଅନେକ ସମୟରେ ଗ୍ଯାସ କିମ୍ୱା ଏସିଡି଼ଟି ପାଇଁ ଛାତି ଯନ୍ତ୍ରଣା ହୋଇଥାଏ । ହୃଦଘାତ ମଧ୍ଯ ଛାତି ଯନ୍ତ୍ରଣାର ମୁଖ୍ଯ କାରଣ । ତେଣୁ ଉଭୟର ଲକ୍ଷଣ ବାବଦରେ ଅବଗତ ହେବା ଜରୁରୀ ।

ଛାତି ଯନ୍ତ୍ରଣା (ପ୍ରତୀକାତ୍ମକ ଛବି)

ଛାତି ଯନ୍ତ୍ରଣା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଯେତେବେଳେ ହୃଦଘାତ ଆସେ, ଛାତିରେ ଚାପର ଅନୁଭବ ହୁଏ ଓ ପ୍ରବଳ ଯନ୍ତ୍ରଣା ହୁଏ। ବେଳେବେଳେ ଗ୍ୟାସ କିମ୍ବା ଏସିଡ଼ିଟି ଥିଲେ ମଧ୍ୟ ଛାତିରେ ଯନ୍ତ୍ରଣା ହୋଇଥାଏ। ଏପରି ପରିସ୍ଥିତିରେ ବୁଝିବାକୁ ହେବ ଯେ ଛାତି ଯନ୍ତ୍ରଣା ସର୍ବଦା ହୃଦଘାତର ଲକ୍ଷଣ ନୁହେଁ।  ଗ୍ୟାସ କିମ୍ବା ଅମ୍ଳତା ଥିଲେ ମଧ୍ୟ ଯନ୍ତ୍ରଣା ଓ ଅସ୍ୱାଭାବିକ ଅବସ୍ଥା ସୃଷ୍ଟି ହୁଏ।  ଗ୍ୟାସ୍ କାରଣରୁ ଛାତି ଯନ୍ତ୍ରଣା ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସେହି ପାର୍ଥକ୍ୟକୁ ବୁଝିବା ଜରୁରୀ। ଏସିଡ଼ିଟି ଥିବାବେଳେ ଯନ୍ତ୍ରଣା କିପରି ଅନୁଭବ ହୁଏ ଓ ହୃଦଘାତର ସମୟରେ କିପରି ଅନୁଭବ ହୋଇଥାଏ।

ପେଟ କିମ୍ବା କୋଲନର ବାମ ପାର୍ଶ୍ୱରେ ଗ୍ୟାସ, ହୃଦଘାତ ଭଳି ଅନୁଭବ ହୋଇଥାଏ ଏଭଳି ପରିସ୍ଥିତିରେ ହୃଦଘାତର ଲକ୍ଷଣ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। (Difference Between Gas Pain And heart Attack)

ହୃଦଘାତ ଯନ୍ତ୍ରଣା

ଛାତି ଯନ୍ତ୍ରଣା ସହ ଛାନିଆ ଲାଗିବା

ହାଲୁକା ମୁଣ୍ଡ ବା ବାନ୍ତି ଲାଗିବା

ଡର ଡର ଅନୁଭବ ହେବା

ଶ୍ୱାସ ସମସ୍ୟା

ଗ୍ୟାସ୍ ଯୋଗୁଁ ହେଉଥିବା ଛାତି ଯନ୍ତ୍ରଣାର ଲକ୍ଷଣ (What Is Gas Pain In Chest)

ଲୋକମାନେ ଛାତିରେ ଗ୍ୟାସ ଜନିତ ଯନ୍ତ୍ରଣାକୁ ଅସ୍ୱାଭାବିକ ବୋଲି କହିଥାନ୍ତି। ଗ୍ୟାସରେ ଯନ୍ତ୍ରଣା ପ୍ରାୟତଃ ଛାତିରେ ଓ ପେଟରେ ଦେଖାଯାଏ, ଏହା ସହିତ ପେଟରେ ଫୁଲିବା, ଖଟା ଲାଗିବା, ଭୋକ ନହେବା ଓ ବାନ୍ତି ଲାଗିବା ଭଳି ସମସ୍ୟା ହୋଇପାରେ

ଗ୍ୟାସ ଯୋଗୁଁ  ଛାତି ଯନ୍ତ୍ରଣା କାହିଁକି କରେ (Why Gas Causes Chest Pain)

ଫୁଡ଼ ପଏଜନ:

ବାସି କିମ୍ବା ଦୂଷିତ ଖାଦ୍ୟ ଖାଇବା ଦ୍ୱାରା ଫୁଡ଼ ପଏଜନ ହୋଇପାରେ, ଯେଉଁ କାରଣରୁ ଛାତିରେ ଗ୍ୟାସ୍ ସୃଷ୍ଟି ହୁଏ ଓ ଯନ୍ତ୍ରଣା ମଧ୍ୟ ହୋଇପାରେ। ବାନ୍ତି ଓ ଝାଡ଼ା ମଧ୍ୟ ହୋଇପାରେ।

ଅଧିକ ଖାଦ୍ୟ

କେତେକ ଖାଦ୍ୟ ଯୋଗୁଁ ଖାଦ୍ୟ ହଜମ ପ୍ରକ୍ରିୟା ପ୍ରଭାବିତ ହୁଏ, ଯାହା ଅତ୍ୟଧିକ ଗ୍ୟାସ୍ ହୋଇପାରେ। ଗ୍ୟାସର ମୁଖ୍ୟ କାରଣ ମଧ୍ୟରୁ ଲାକ୍ଟୋଜର ଅତ୍ୟଧିକତା କିମ୍ବା ଗ୍ଲୁଟେନ୍ ଅତ୍ୟଧିକତା। ଏହି ଅବସ୍ଥାରେ ପେଟ ଯନ୍ତ୍ରଣା, ଫୁଲିବା ଏବଂ ଗ୍ୟାସ୍ ସୃଷ୍ଟି ହୁଏ। ଯେତେବେଳେ ଏପରି ଘଟେ, ଗ୍ୟାସ୍ ହେତୁ ଛାତିରେ ଯନ୍ତ୍ରଣା ମଧ୍ୟ ହୋଇପାରେ।
Published by:Soumya Das
First published: