News18 Odia Digital
ନୂଆ ଦିଲ୍ଲୀ: ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ମନ୍ତ୍ରାଳୟ (Finance Ministry) ଜଣେଇଛି ପେଟ୍ରୋଲ୍ ଓ ଡିଜେଲ୍ ପରି ଇନ୍ଧନର ପ୍ରତି ଏକ ଲିଟର୍ ଦାମରୁ କେତେ ଅଂଶ କେନ୍ଦ୍ର ସରକାରଙ୍କ ପକେଟକୁ ଯାଉଛି । ତୃଣମୂଳ କଂଗ୍ରେସ ସାଂସଦ ମାଲା ରୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ର ସରକାର ଏକ ଲିଟର ପେଟ୍ରୋଲ ଉପରେ ୨୭.୯୦ ଟଙ୍କା ଓ ଗୋଟିଏ ଲିଟର୍ ଡିଜେଲ୍ ଉପରେ ୨୧.୮୦ ଟଙ୍କା ଆଦାୟ କରୁଛନ୍ତି ।
ବିସ୍ତୃତ ସୂଚନା ପ୍ରଦାନ କରି ମନ୍ତ୍ରଣାଳୟ କହିଛି ଯେ ପ୍ରତି ଲିଟର ପେଟ୍ରୋଲ, ମୌଳିକ ଏକ୍ସାଇଜ୍ ଡ୍ୟୁଟି (basic excise duty) ଭାବେ ୧.୪୦ ଟଙ୍କା, ଅତିରିକ୍ତ ଏକ୍ସାଇଜ୍ ଡ୍ୟୁଟି ଭାବେ ୧୧.୧୩ ଟଙ୍କା, ସଡ଼କ ଓ ଭିତ୍ତିଭୂମି ସେସ୍ ରୂପେ ୧୩ ଟଙ୍କା, ଏବଂ କୃଷି ଓ ବିକାଶ ଭିତ୍ତିଭୂମି ସେସ୍ ରୂପେ ୨.୫ ଟଙ୍କା ନିଆଯାଉଛି । ଏହା ମିଶି ମୋଟ ୨୭.୯୦ ଟଙ୍କା ହେଉଛି ।
ଏହା ବି ପଢ଼ନ୍ତୁ | ବିରୋଧୀ ଦଳମାନେ PM CARESକୁ ଟାର୍ଗେଟ୍ କରୁଛନ୍ତି, କହୁନାହାନ୍ତି ସେଥିରେ ଅମ୍ଳଜାନ କାରଖାନା ତିଆରି ହୋଇଛିଠିକ୍ ସେମିତି ଡିଜେଲ୍ ପାଇଁ ପ୍ରତି ଲିଟର୍ ଉପରେ ମୌଳିକ ଅବକାରୀ କର ୧.୮୦ ଟଙ୍କା, ବିଶେଷ ଅବକାରୀ କର ୮ ଟଙ୍କା, ରାସ୍ତା ଓ ଭିତ୍ତିଭୂମି ବିକାଶ ସେସ୍ ୮ ଟଙ୍କା, ଓ କୃଷି ଏବଂ ବିକାଶ ଭିତ୍ତିଭୂମି ସେସ୍ ୪ ଟଙ୍କା ଆଦାୟ କରାଯାଇଛି । ଅର୍ଥାତ୍ ସମୁଦାୟ ୨୧.୮୦ ଟଙ୍କା ।
ଏହା ବି ପଢ଼ନ୍ତୁ | ପୁରୁଷମାନଙ୍କର ଏହି ସମସ୍ୟା ଯୋଗୁଁ ମହିଳାମାନଙ୍କର ବାରମ୍ବାର ଗର୍ଭପାତ ହୁଏ: ଗବେଷଣାରୁ ଜଣାପଡ଼ିଲାଗତ କିଛି ମାସ ମଧ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ଦର (petro diesel price) ଆକାଶଛୁଆଁ ହୋଇଛି । ନିକଟରେ କେନ୍ଦ୍ର ସରକାର ଏହାର ଦାମରେ କିଛି ଆରାମ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅନୁରୋଧ ପରେ ରାଜ୍ୟମାନେ ବି କିଛି ଅଧିକ ଆରାମ ଦେଇଛନ୍ତି । ତେବେ ୨୬ ଦିନ ଧରି ପେଟ୍ରୋଲ୍ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଏହା ବି ପଢ଼ନ୍ତୁ | ଆତଙ୍କବାଦୀମାନଙ୍କୁ କରାଚୀରେ ୧୫ ଦିନ ଟ୍ରେନିଂ ଦେଇଥିଲା ISI, ଫାର୍ମହାଉସରେ ଦେଇଥିଲା ଫେୟାରୱେଲ୍ସୋମବାର ଦିନ ପ୍ରକାଶିତ ଦର ଅନୁଯାୟୀ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଦାମ୍ ଲିଟର ପିଛା ୧୦୩.୭ ଟଙ୍କା ଅଛି ଓ ଡିଜେଲ୍ ଲିଟର ପିଛା ୮୬.୫୭ ଟଙ୍କା ଦରରେ ବିକ୍ରି ହେଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Golden Visa: ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କୁ ମିଳିଲା UAE ଦେଶର ଗୋଲ୍ଡେନ ଭିସା; କ’ଣ ଲାଭ ମିଳିବ?ପେଟ୍ରୋଲ ଓ ଡିଜେଲର ଦାମ୍ ପ୍ରତି ଦିନ ସକାଳ ୬ଟାରେ ବଦଳିଥାଏ । ନୂଆ ଦର ସକାଳ ୬ଟାରୁ ଲାଗୁ ହୁଏ । ପେଟ୍ରୋଲ୍ ଓ ଡିଜେଲର ଦାମ୍ ଉପରେ ଏକ୍ସାଇଜ୍ ଡ୍ୟୁଟି, ଡିଲର୍ କମିଶନ ଓ ଅନ୍ୟାନ୍ୟ ଜିନିଷ ଯୋଡି଼ବା ପରେ ଏହାର ଦାମ୍ ପ୍ରାୟ ଦ୍ୱିଗୁଣିତ ହୋଇଯାଏ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।