ଆପଣଙ୍କ ନାଁରେ କେତୋଟି ସିମ୍ ଅଛି ? ୩ଟି କ୍ଲିକରେ ଜାଣନ୍ତୁ, ପଦ୍ଧତି ଜାଣି ହୋଇଯିବେ ଆଶ୍ଚର୍ଯ୍ୟ !

ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ଆପଣଙ୍କ ଆଧାର କାର୍ଡରେ କେତେ ସିମ୍ ଜାରି କରାଯାଇଛି, ସମ୍ପୂର୍ଣ୍ଣ ପଦ୍ଧତି ଏଠାରେ କୁହାଯାଇଛି ।

ଆପଣଙ୍କ ନାଁରେ କେତୋଟି ସିମ୍ ଅଛି ? ୩ଟି କ୍ଲିକରେ ଜାଣନ୍ତୁ, ପଦ୍ଧତି ଜାଣି ହୋଇଯିବେ ଆଶ୍ଚର୍ଯ୍ୟ !

ଆପଣଙ୍କ ନାଁରେ କେତୋଟି ସିମ୍ ଅଛି ? ୩ଟି କ୍ଲିକରେ ଜାଣନ୍ତୁ, ପଦ୍ଧତି ଜାଣି ହୋଇଯିବେ ଆଶ୍ଚର୍ଯ୍ୟ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ସ୍କାମର୍ସମାନେ ସିମ୍ କାର୍ଡ ସାହାଯ୍ୟରେ ଅନେକ ପ୍ରକାରର ଠକେଇ କରନ୍ତି । ସ୍କାମରମାନେ ସବୁବେଳେ ଅନ୍ୟ ଜଣଙ୍କ ନାଁରେ ସିମ୍ ଜାରି କରି ନେଇଥାନ୍ତି । ଆଜ୍ଞା ହଁ, ଏହି ସିମ୍ ଗୁଡିକୁ ଏକ ନକଲି ଉପାୟରେ ତଥ୍ୟ ଦିଆଯାଇ ଆକ୍ଟିଭ କରାଯାଇଥାଏ । ଏହା ଜାଣିବା ପରେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଯେ, ତାଙ୍କ ନାଁରେ ଦିଆଯାଇଥିବା ସିମ୍ ସଂଖ୍ୟା ଚିହ୍ନଟ ହୋଇପାରିବ କି ନାହିଁ । ଏହା ଆପଣ ମଧ୍ୟ ଜାଣିପାରିବେ । ଏଥିପାଇଁ ଏକ ଅତି ସହଜ ଉପାୟ ଅଛି । ଏକ ସରକାରୀ ୱେବସାଇଟ୍ ସାହାଯ୍ୟରେ ଆପଣ ଏହା କରିପାରିବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ଆପଣଙ୍କ ଆଧାର କାର୍ଡରେ କେତେ ସିମ୍ ଜାରି କରାଯାଇଛି, ସମ୍ପୂର୍ଣ୍ଣ ପଦ୍ଧତି ଏଠାରେ କୁହାଯାଇଛି ।

ଏହି ୱେବସାଇଟର ନିଅନ୍ତୁ ସାହାଯ୍ୟ

ଏହି କାର୍ଯ୍ୟ ପାଇଁ ଆପଣଙ୍କୁ ଟେଲି ଯୋଗାଯୋଗ ବିଭାଗ (DoT) ର ଏକ ୱେବସାଇଟର ସାହାଯ୍ୟ ନେବାକୁ ପଡିବ ।
ଆପଣଙ୍କୁ ପ୍ରଥମେ ଟେଲିକମ୍ ଆନାଲିଟିକ୍ସ ଫର୍ ଫ୍ରଡ ମ୍ୟାନେଜମେଣ୍ଟ ଓ କଞ୍ଜ୍ୟୁମର କିମ୍ବା TAFCOP ୱେବସାଇଟକୁ ଯିବାକୁ ପଡିବ । ଏଥିପାଇଁ ଆପଣ ନିଜ ଫୋନ୍ କିମ୍ବା PC ରେ https://tafcop.dgtelecom.gov.in/ ୱେବସାଇଟକୁ ଓପନ କରିପାରିବେ ।

ତା’ପରେ ଆପଣଙ୍କ ମୋବାଇଲ୍ ନମ୍ବର ଏଣ୍ଟର କରିବାକୁ ପଡିବ । ମୋବାଇଲ୍ ନମ୍ବର ଏଣ୍ଟର କରିବା ପରେ ଆପଣଙ୍କୁ ଏକ ଓଟିପି ମିଳିବ । ଏହାକୁ ଭେରିଫାଏ କରନ୍ତୁ । ତା’ପରେ ଆପଣ ନିଜର ନମ୍ବର ସହିତ ଲିଙ୍କ୍ ହୋଇଥିବା ସମସ୍ତ ମୋବାଇଲ୍ ନମ୍ବରର ସୂଚନା ଏଠାରେ ଦେଖାଇବ । ଯଦି ଆପଣ ଅନୁଭବ କରୁଛନ୍ତି ଯେ, କୌଣସି ନମ୍ବର ଭୁଲ୍ ଭାବରେ ଜାରି କରାଯାଇଛି, ତେବେ ଆପଣ ଏହାକୁ ଏଠାରେ ବନ୍ଦ କରିବାକୁ ଏକ ଅନୁରୋଧ ମଧ୍ୟ କରିପାରିବେ । ଏଥିପାଇଁ ଆପଣଙ୍କୁ ଅନଅଥୋରାଇଜ୍ଡ ମୋବାଇଲ୍ ନମ୍ବର ସାମ୍ନାରେ ରିପୋର୍ଟ ଓ ବ୍ଲକ୍ ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ ।

ୱେବସାଇଟ୍ ଅନୁଯାୟୀ, ଏହି ସେବା ବର୍ତ୍ତମାନ କେବଳ ସିଲେକ୍ଟେଡ ରାଜ୍ୟରେ ଉପଲବ୍ଧ ରହିଛି । କିନ୍ତୁ, ତାଲିକାରେ ଉପସ୍ଥିତ ରାଜ୍ୟଗୁଡିକ ବ୍ୟତୀତ, ଆମେ ଏହାକୁ ଅନ୍ୟ ରାଜ୍ୟରେ ମଧ୍ୟ ଚେଷ୍ଟା କରାଯାଇଛି । ଏହା ଆମ ପାଇଁ କାମ କରୁଥିଲା । ଅର୍ଥାତ୍ ଏହି ସେବା ଅଧିକାଂଶ ରାଜ୍ୟରେ ଉପଲବ୍ଧ ହୋଇପାରିଛି ।
Published by:Soubhagya Mishra
First published: