IPL 2020 ରେ ବିରାଟ କୋହଲି କରିବେ କେତେ ରନ୍; ସୁନୀଲ ଗାଭାସ୍କର କଲେ ଭବିଷ୍ୟବାଣୀ

ନିକଟରେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦ ଘେରରେ ରହିଥିବା ସୁନୀଲ ଗାଭାସ୍କର (Sunil Gavaskar) ଆରସିବି ଅଧିନାୟକଙ୍କୁ ସମର୍ଥନ କରିଛନ୍ତି ।

IPL 2020 ରେ ବିରାଟ କୋହଲି କରିବେ କେତେ ରନ୍; ସୁନୀଲ ଗାଭାସ୍କର କଲେ ଭବିଷ୍ୟବାଣୀ
ବିରାଟ କୋହଲି (ଫାଇଲ ଫଟୋ)
  • News18 Odia
  • Last Updated: September 30, 2020, 7:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଅଧିନାୟକ ବିରାଟ କୋହଲିଙ୍କ (Virat Kohli) ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗର (IPL 2020) ଏହି ସିଜନରେ ଏପର୍ଯ୍ୟନ୍ତ ବିଶେଷ ଖାସ ହୋଇନାହିଁ । ଆଇପିଏଲର ୧୩ ତମ ସିଜନରେ ଆରସିବି ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ଖେଳିଛି ସେଥିମଧ୍ୟରୁ ଦୁଇଟି ଜିତିଛି । ଏହି ତିନୋଟି ମ୍ୟାଚ୍‌ରେ କେବଳ ୧୮ ରନ୍‌ ବିରାଟଙ୍କ ଦ୍ୱାରା ଅବଦାନ ରହିଛି । ବିରାଟ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍‌ରେ ୧୪, ୧ ଓ ୩ ରନ୍ ସଂଗ୍ରହ କରିଛନ୍ତି କିନ୍ତୁ ତାଙ୍କ ଆଖି ଏବେ ଆଗାମୀ ମ୍ୟାଚ୍ ଉପରେ ଅଛି । ବିରାଟ କୋହଲିଙ୍କ ସମାଲୋଚନା ମଧ୍ୟରେ ସୁନୀଲ ଗାଭାସ୍କର ତାଙ୍କୁ ଆଗାମୀ ମ୍ୟାଚ୍ ପାଇଁ ସମର୍ଥନ କରିଛନ୍ତି ।

କୋହଲିଙ୍କ ବିବୃତ୍ତି ଉପରେ ଗାଭାସ୍କରଙ୍କୁ ଟ୍ରୋଲ କରାଯାଇଥିଲା
ଟୁର୍ନାମେଣ୍ଟର ଖରାପ ଆରମ୍ଭ ସତ୍ତ୍ୱେ ପ୍ରଶଂସକ ଓ ସମାଲୋଚକମାନେ ବିରାଟ କୋହଲିଙ୍କ ଦକ୍ଷତା ଉପରେ ବିଶ୍ୱାସ କରନ୍ତି । ସେ ନିଶ୍ଚିତ ଅଛନ୍ତି ଯେ ଖୁବ ଶୀଘ୍ର ବିରାଟଙ୍କ ବ୍ୟାଟରୁ ରନ୍ ବାହାରିବା । ସେ ଏପର୍ଯ୍ୟନ୍ତ ୫୪୩୦ ରନ୍ ସହ ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍ ସ୍କୋରର ଅଟନ୍ତି । ଆଇପିଏଲ୍ ୨୦୧୬ ରେ ସେ ହାରାହାରି ୮୧.୦୮ ରେ ୧୬ଟି ମ୍ୟାଚ୍ ରେ ୯୭୩ ରନ୍ ସଂଗ୍ରହ କରିଥିଲେ । ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରେ ଚାରିଟି ଶତକ ହାସଲ କରିଥିଲେ ।

ଗୋଟିଏ ପଟେ ପ୍ରଶଂସକମାନେ ବିରାଟଙ୍କ ଏପରି ଖେଳାକୁ ନେଇ ମନରେ ସନ୍ଦେହ ଆରମ୍ଭ କରିଥିବାବେଳେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ବିରାଟ କୋହଲିଙ୍କୁ ସମର୍ଥନ କରିଛନ୍ତି । ଆଇପିଏଲ୍ ୨୦୨୦ ରେ ସେ ଅତି କମରେ ୪୦୦-୫୦୦ ରନ୍ ସ୍କୋର କରିବେ ବୋଲି ଗାଭାସ୍କର ପୂର୍ବାନୁମାନ କରିଛନ୍ତି । ଏହାପୂର୍ବରୁ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିଷୟରେ ସୁନୀଲ ଗାଭାସ୍କରଙ୍କ ମନ୍ତବ୍ୟ ଉପରେ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ଗାଭାସ୍କର ବିରାଟ କୋହଲିଙ୍କ ଫର୍ମକୁ ସମର୍ଥନ କରିଛନ୍ତି ।

ଗାଭାସ୍କର କଲେ ବିରାଟ କୋହଲିଙ୍କୁ ସମର୍ଥନ
ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମନ୍ତବ୍ୟ ଦେଇ ଗାଭାସ୍କର କହିଥିଲେ 'ବିରାଟ କୋହଲିଙ୍କ କ୍ଲାସ ବିଷୟରେ ସମସ୍ତେ ଜାଣନ୍ତି । ଯଦି ସେ ତିନୋଟି ମ୍ୟାଚ୍‌ରେ ଶାନ୍ତ ରହିଛନ୍ତି ତେବେ ସେ ଶେଷରେ ବହୁତ ରନ୍ ସ୍କୋର କରିବାକୁ ବ୍ୟାଟ୍ସମ୍ୟାନ୍ ଅଟନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ '' ହୁଏତ ସେ ଧୀରେ ଧୀରେ ଖେଳ ଆରମ୍ଭ କରିଥିବେ, କିନ୍ତୁ ଟୁର୍ନାମେଣ୍ଟ ଶେଷ ହେବା ବେଳକୁ ସେ ପ୍ରତିବର୍ଷ ଭଳି ୪୦୦-୫୦୦ ରନ୍ ସ୍କୋର କରିବେ । ଏକ ବର୍ଷ ମଧ୍ୟ ଥିଲା ଯେତେବେଳେ ସେ ପ୍ରାୟ ୧୦୦୦ ରନ୍ (IPL-୨୦୧୬) ସ୍କୋର କରିଥିଲେ ଓ ଶତକ ସ୍କୋର ମଧ୍ୟ କରିଥିଲେ । ସେ ହୁଏତ ଆଇପିଏଲ୍ ୨୦୨୦ ରେ ୯୦୦ ରନ୍ ସ୍କୋର କରିବାରେ ସମର୍ଥ ହୋଇ ନ ପାରନ୍ତି କାରଣ ପ୍ରଥମ ତିନିଟି ମ୍ୟାଚରେ ତାଙ୍କ ବ୍ୟାଟ୍ ସାଇଲେଣ୍ଟ ରହିଥିଲା କିନ୍ତୁ ଏହି ସିଜନରେ ସେ ମୋଟ ୫୦୦ ରନ୍ ସ୍କୋର କରିବେ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପରବର୍ତ୍ତୀ ମ୍ୟାଚ୍ ଶନିବାର ଦିନ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ସହିତ ଖେଳାଯିବ । ପ୍ରଶଂସକମାନେ ସେମାନଙ୍କର ଅଧିନାୟକଙ୍କୁ ଫର୍ମରେ ଦେଖିବେ ବୋଲି ଆଶା କରାଯାଏ ।
Published by: Jagdish Barik
First published: September 30, 2020, 7:57 PM IST
corona virus btn
corona virus btn
Loading