ମିଳୁନି କି ସମ୍ପତ୍ତି କାଗଜ ପତ୍ର? ଜାଣନ୍ତୁ କେମିତି ଫେରି ପାଇବେ ନିଜ ଜମି

ସମ୍ପତ୍ତି କାଗଜ ପତ୍ର ବାବଦରେ ଅବଗତ ନାହିଁନ୍ତି କିମ୍ୱା ହଜିଯାଇଛି, ତେବେ କେମିତି ଫେରିପାଇବେ ନିଜ ଜମି ।

କେମିତି ଫେରିପାଇବେ ନିଜ ଜମି

କେମିତି ଫେରିପାଇବେ ନିଜ ଜମି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Property Division Rules:ସମ୍ପତ୍ତିକୁ ନେଇ ପ୍ରତ୍ୟେକ ପରିବାରରେ ବିବାଦ ଦେଖାଦେଇଥାଏ। ବେଳେବେଳେ ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ଏବଂ ବେଳେବେଳେ ଭାଇମାନଙ୍କ ମଧ୍ୟରେ ପୈତୃକ ସମ୍ପତ୍ତିକୁ ନେଇ ମନାନ୍ତର ଦେଖାଯାଏ। ଯେପର୍ଯ୍ୟନ୍ତ ପରିବାରର ମୁଖ୍ୟ ଅର୍ଥାତ୍ ପିତାମାତା ଜୀବିତ ଥାଆନ୍ତି, ସମ୍ପତ୍ତି ସଂପର୍କରେ କୌଣସି ବିବାଦ ହୁଏ ନାହିଁ, କିନ୍ତୁ ସେମାନଙ୍କ ମୃତ୍ୟୁ ପରେ ପରିବାରର ସମ୍ପତ୍ତି ସଂପର୍କରେ ଭାଇଭଉଣୀ କିମ୍ବା ଭାଇମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥାଏ। ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ଅଭିଭାବକମାନେ ଜୀବିତ ଥିବାବେଳେ ପିଲାମାନଙ୍କ ମଧ୍ୟରେ ସମ୍ପତ୍ତି ବାଣ୍ଟଦିଅନ୍ତି।

ଯଦି ପରିବାରର ମୁଖ୍ୟ ଜୀବିତ ଥିବା ସମୟରେ ସମ୍ପତ୍ତି ବାଣ୍ଟି ପାରିନଥିଲେ, ତେବେ ତାଙ୍କ ଦେହାନ୍ତ ପରେ ସମ୍ପତ୍ତିକୁ କିପରି ବାଣ୍ଟାଯିବ ଏବଂ ଏହା ସମ୍ବନ୍ଧରେ ନିୟମ କ’ଣ?

ସୁପ୍ରିମକୋର୍ଟର ୫ ବିଚାରପତିଙ୍କୁ କରୋନା; ଶୁଣାଣି ହେବନି ସମଲିଙ୍ଗୀ ବିବାହ ମାମଲା!

ହିନ୍ଦୁ-ମୁସଲିମମାନଙ୍କର ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିଭିନ୍ନ ନିୟମ ରହିଛି

ହିନ୍ଦୁ ଓ ମୁସଲମାନ ଧର୍ମରେ ଦେଶରେ ସମ୍ପତ୍ତି ଅଧିକାରକୁ ନେଇ ବିଭିନ୍ନ ନିୟମ ରହିଛି। ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ ରେ ଉଭୟ ପୁଅ ଏବଂ ଝିଅର ପିତାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ବୋଲି ବିବେଚନା କରାଯାଏ। ଯେତେବେଳେ ଜଣେ ହିନ୍ଦୁ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ତା’ହେଲେ ସେହି ବ୍ୟକ୍ତିଙ୍କ ସମ୍ପତ୍ତି କିପରି ତାଙ୍କ ଉତ୍ତରାଧିକାରୀ, ପରିଜନ କିମ୍ବା ସମ୍ପର୍କୀୟଙ୍କ ମଧ୍ୟରେ ଆଇନଗତ ଭାବରେ ବଣ୍ଟନ ହେବ।

ହିନ୍ଦୁ ଉତ୍ତରାଧିକାର ଅଧିନିୟମ, 1956 କଣ?

ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ ଅନୁଯାୟୀ, ଯଦି ସମ୍ପତ୍ତିର ମାଲିକ ଅର୍ଥାତ୍ ପିତା କିମ୍ବା ପରିବାରର ମୁଖ୍ୟଙ୍କର ଦେହାନ୍ତ ହୁଏ, ତେବେ ସେହି ସମ୍ପତ୍ତି କ୍ଲାସ ୧ ଉତ୍ତରାଧିକାରୀ (ପୁଅ, ଝିଅ, ମା,) କୁ ଦିଆଯାଏ। ଯଦି କ୍ଲାସ ୧ ଉଲ୍ଲେଖ କରାଯାଇଥିବା ଉତ୍ତରାଧିକାରୀ ନଥାନ୍ତି ତେବେ କ୍ଲାସ ୨ ର ଉତ୍ତରାଧିକାରୀ (ପୁଅର ପୁଅ, ଝିଅର ପୁଅ, ପୁଅର ଝିଅ, ଭାଇ, ଭଉଣୀ) ପ୍ରଦାନ କରିବାର ବ୍ୟବସ୍ଥା ଅଛି। ହିନ୍ଦୁ ଉତ୍ତରାଧିକାର ଅଧିନିୟମରେ ବୌଦ୍ଧ, ଜୈନ ଏବଂ ଶିଖ ସମ୍ପ୍ରଦାୟ ମଧ୍ୟ ଅନ୍ତର୍ଭୁକ୍ତ।

ପୈତୃକ ସମ୍ପତ୍ତି ସମ୍ବନ୍ଧରେ ପିତା ଏକ ନିଷ୍ପତ୍ତି ନେବାର ଅଧିକାର ନାହିଁ। ତେଣୁ ଉଭୟ ପୁଅ ଏବଂ ଝିଅ ସମ୍ପତ୍ତି ଉପରେ ସମାନ ଅଧିକାର ପାଇଛନ୍ତି। ଏହାପୂର୍ବରୁ ଝିଅର ସମ୍ପତ୍ତିରେ ସମାନ ଅଧିକାର ନଥିଲା, କିନ୍ତୁ ୨୦୦୫ରେ ଉତ୍ତରାଧିକାର ଆଇନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ପରେ ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ପୁଅ ଭାବରେ ସମାନ ଅଧିକାର ଦିଆଯାଇଥିଲା।

ଘରେ ବସି ବିନା ଇଣ୍ଟରନେଟରେ ଦେଖିପାରିବେ PF ବାଲାନ୍ସ; ଜାଣନ୍ତୁ କିପରି

କୌଣସି ସମ୍ପତ୍ତି ବିଭାଜନ ହେବା ପୂର୍ବରୁ, ଦାବିଦାରମାନେ ନିଶ୍ଚିତ କରିବା ଉଚିତ ଯେ ସମ୍ପତ୍ତି ଉପରେ କୌଣସି ବକେୟା ଋଣ କିମ୍ବା ଅନ୍ୟ ପ୍ରକାରର କାରବାର ସମ୍ବନ୍ଧୀୟ ଦେୟ ନାହିଁ। ଏଥି ସହିତ, କୌଣସି ପ୍ରକାରର ପୈତୃକ ସମ୍ପତ୍ତି ବିବାଦ କିମ୍ବା ଅନ୍ୟାନ୍ୟ ବିଷୟ ପାଇଁ ଆଇନ ପରାମର୍ଶଦାତାଙ୍କ ସହାୟତା ନିଆଯିବା ଉଚିତ, ଯାହା ଦ୍ୱାରା ପାରିବାରିକ ବିବାଦ ଶାନ୍ତିପୂର୍ଣ୍ଣ ଭାବରେ ଆଇନର ଆଭିମୁଖ୍ୟରେ ରହି ସମାଧାନ ହୋଇପାରିବ।

ଏସବୁ ବ୍ୟତୀତ ଯଦି ପରିବାରର ମୁଖ୍ୟଙ୍କର ମୃତ୍ୟୁ ହୋଇଛି ଓ ଆପଣ ଜମି ପଟ୍ଟା କିମ୍ବା ସମ୍ପତ୍ତି ବାବଦରେ ଅବଗତ ନାହାନ୍ତି ତେବେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ ଅଧୀନରେ ଆପଣ ଜମି ନିଜ ନାମରେ କରିପାରିବେ। ଯଦି ବି କୌଣସି କାରଣବଶତଃ ଆପଣ ଜମି ପଟା ହଜାଇଦେଇଛନ୍ତି ତେବେ ଆଦୌ ଚିନ୍ତା କରନ୍ତୁନି। ଆପଣ ପୁର୍ନବାର ଆବେଦନ କରିପାରିବେ। କିମ୍ବା କେହି ଆପଣଙ୍କ ସମ୍ପତ୍ତି ଛାଡ଼ିନେବାକୁ ଚେଷ୍ଟା କରୁଥିବା ପରି ଅନୁଭଵ ହେଉଛି ତେବେ ତୁରନ୍ତ ଥାନାରେ ଅଭିଯୋଗ କରନ୍ତୁ। ଏପରି ଭାବରେ ଆପଣ ଆପଣଙ୍କ ଜମି ଫେରି ପାଇବେ।
Published by:Soumya Das
First published: