News18 Odia Digital
Silk made from silkworm Viral Video : ଇଶ୍ୱରଙ୍କ ସୃଷ୍ଟିରେ ସମସ୍ତ ଜିନିଷ ଅମୁଲ୍ୟ ଅଟେ । ପ୍ରକୃତି ଚକ୍ରରେ ସବୁ ଜୀବଜନ୍ତୁଙ୍କର ନିଜସ୍ୱ ଭୂମିକା ରହିଛି । ପ୍ରକୃତି କୀଟପତଙ୍ଗକୁ ଏଭଳି ଉପଯୋଗୀ କରିପାରିଛି ଯାହା ଦ୍ୱାରା ମଣିଷ ମଧ୍ୟ ସେମାନଙ୍କ ଠାରୁ ନିଜ ଆବଶ୍ୟକତା ପୂରଣ କରିପାରିବ । ତେବେ ସେମିତି ଏକ ଜୀବଙ୍କ ବିଷୟରେ ଆସନ୍ତୁ ଜାଣିବା । କିପରି ଓ କେମିତି ପୋକରୁ ତିଆରି ହେଉଛି ସୂତା....
କିଛି ଦିନ ହେବ ସୂତା ପ୍ରସ୍ତୁତି ( silk making ) ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ଇନଷ୍ଟାଗ୍ରାମ ୟୁଜର୍ ନିଜ ଆକାଉଣ୍ଟରେ ଏଭଳି ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଏକ ପୋକ ଦ୍ୱାରା ସୂତା ପ୍ରସ୍ତୁତ ( silk making ) ହେଉଛି ।
ପଢନ୍ତୁ ଏହି ଖବର :
ମୁହଁରେ ତ୍ରିରଙ୍ଗା ଟାଟୁ ଆଙ୍କିଥିଲେ ଯୁବତୀ; ସ୍ୱର୍ଣ୍ଣ ମନ୍ଦିର ଭିତରକୁ ଛାଡ଼ିଲେନି ବ୍ୟକ୍ତିଏହି ସୂତା ପ୍ରସ୍ତୁତି ପାଇଁ ପ୍ରଥମେ ପୋକଙ୍କୁ ଏକ ଗୋଲାକାର ଆକାରର ଏକ ପାତ୍ରରେ ରଖା ଯାଇଛି । ଏବଂ ଅଳ୍ପ ସମୟ ମଧ୍ୟରେ ପୋକ ଗୁଡ଼ିକ ପ୍ରାକୃତିକ ଉପାୟ ମାଧ୍ୟମରେ ଫାଇବର ବାହାର କରି ନିଜ ଉପରେ ଏକ ଆବରଣ ତିଆରି କରଥାନ୍ତି । ଯାହାକୁ ଗରମ ପାଣିରେ ଧୋଇ ଦିଆଯାଇ ଥାଏ ଏବଂ ଅତି ଯତ୍ନର ସହିତ ଫାଇବର୍ ଗୁଡ଼ିକୁ ଗୋଟିଏ ପରେ ଗୋଟିଏ ମେସିନ୍ ଉପରେ ରଖାଯାଏ ଫଳରେ ସମସ୍ତ ତନ୍ତୁ ଏକତ୍ର ହୋଇ ଏକ ସୂତା ଗଠନ ( silk making ) ହୋଇଥାଏ ।
ପଢନ୍ତୁ ଏହି ଖବର :
Jharsuguda By polls : ଉଷ୍ମ ହେଉଛି ଝାରସୁଗୁଡା ରାଜନୀତି : କାହିଁକି ଝାଡୁ ମାରିଲେ ଦୀପାଲି ଦାସ ?କିଛି ନେବା ଅପେକ୍ଷା କିଛି ଦେବାକୁ ଭଲ ଲାଗିଥାଏ । ଏବଂ ଏହା ଏହି ପୋକମାନଙ୍କ ଠାରୁ ଶିଖିବାକୁ ମିଳେ । ଏହି ପୋକ ଗୁଡ଼ିକ ୨ରୁ୩ ଦିନ ବଞ୍ଚୁଥିବା ବେଳେ ଦିନକୁ ୨୦୦ ରୁ ୩୦୦ ଅଣ୍ଡା ଦେବାର କ୍ଷମତା ମଧ୍ୟ ରଖିଛନ୍ତି । ୧୦ ଦିନ ପରେ ଏହି ଅଣ୍ଡାରୁ ଲାର୍ଭା (larva) ନାମକ ଏକ ତରଳ ପଦାର୍ଥ ଆସିଥାଏ । ଯାହା କଠିନ ହେବା ପରେ ଏକ ସୂତାର ରୂପ ( silk making ) ନିଏ । ଯାହାକୁ କୁକୁନ୍(cocoon)କୁହାଯାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।