News18 Odia Digital
ମଧୁମେହ ରୋଗୀଙ୍କୁ ମିଠା ଜିନିଷରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ପାନୀୟ ହେଉ କିମ୍ବା ମିଠା ଫଳ ମଧୁମେହ ରୋଗୀଙ୍କୁ ଏହି ସବୁ ଜିନିଷରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ। ଯାହାଦ୍ୱାରା ଚିନି ସ୍ତର ନିୟନ୍ତ୍ରଣ ହୋଇପାରିବ। କିନ୍ତୁ ଅନେକ ଥର ମଧୁମେହ ରୋଗୀମାନେ କିଛି ଜିନିଷକୁ ନେଇ ଦ୍ଵନ୍ଦରେ ପଡ଼ନ୍ତି। ସେମାନେ ଏହାକୁ ଖାଇବା ଉଚିତ କି ନୁହେଁ ଜାଣିପାରି ନଥାନ୍ତି।
ମଧୁମେହ ରୋଗୀଙ୍କ କ୍ଷେତ୍ରରେ ନଡ଼ିଆ ପାଣିକୁ ନେଇ ଦ୍ଵନ୍ଦ ରହିଥାଏ। ଯେହେତୁ ଆମେ ସମସ୍ତେ ଜାଣୁ, ନଡିଆ ପାଣି ପିଇବା ଶରୀରକୁ ଅନେକ ଲାଭ ଦେଇଥାଏ। ତେବେ ମଧୁମେହ ରୋଗୀମାନେ ନଡ଼ିଆ ପାଣି ମଧ୍ୟ ପିଇ ପାରିବେ କି? ମଧୁମେହ ରୋଗୀଙ୍କଠାରେ ନଡିଆ ପାଣି ପିଇବାର ଲାଭ କ’ଣ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ନଡ଼ିଆ ପାଣିରେ ଜିରୋ କ୍ୟାଲୋରୀ ଥାଏ। ଏହା ବ୍ୟତୀତ ଇଲେକ୍ଟ୍ରୋଲାଇଟ୍, ପୋଟାସିୟମ୍, ଆଇରନ୍, ମାଙ୍ଗାନିଜ୍ ଓ ଭିଟାମିନ୍ ସି ଭଳି ଅନେକ ପୋଷକ ତତ୍ତ୍ୱ ନଡ଼ିଆ ପାଣିରେ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଯଦିଓ ନଡିଆ ପାଣି ସ୍ୱାଦରେ ମିଠା, ଏଥିରେ କୌଣସି କୃତ୍ରିମ ମିଠା ବ୍ୟବହାର କରାଯାଏ ନାହିଁ। ତେଣୁ ମଧୁମେହ ରୋଗୀଙ୍କଠାରେ ନଡିଆ ପାଣି ପିଇବା ଦ୍ୱାରା ଚିନି ସ୍ତର ବୃଦ୍ଧି ହୁଏ ନାହିଁ।
ନଡ଼ିଆ ପାଣି ପିଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ରହିଥାଏ।।ଏହା ବ୍ୟତୀତ ମଧୁମେହ ରୋଗୀଙ୍କ ଚିନି ସ୍ତର ମଧ୍ୟ ନଡିଆ ପାଣି ପିଇ ନିୟନ୍ତ୍ରିତ ହୋଇଥାଏ। ବାସ୍ତବରେ, ନଡ଼ିଆ ପାଣିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ, ଯାହା ସାହାଯ୍ୟରେ ଶରୀରରେ ଇନସୁଲିନ୍ ମଧ୍ୟ ଉତ୍ପନ୍ନ ହୁଏ। ଯେଉଁଥିପାଇଁ ନଡ଼ିଆ ଜଳର ବ୍ୟବହାର ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ।
ଜର୍ନାଲ୍ ଅଫ୍ ମେଡିସିନ୍ ଫୁଡ୍ ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଯଦିଓ ନଡିଆ ପାଣି ପିଇବା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ଅଟେ। କିନ୍ତୁ ଏହା ମଧ୍ୟ ମନେ ରଖିବା ଜରୁରୀ ଯେ ନଡ଼ିଆ ପାଣି ମିଠା ହେବା ସହିତ ଏଥିରେ ଫ୍ରୁଟକୋଜ୍ ମଧ୍ୟ ମିଳିଥାଏ। (ଫ୍ରୁକଟୋଜ ହେଉଛି ଏକ ପ୍ରାକୃତିକ ସୁଗାର ଯାହା ଫଳ, ପନିପରିବା ଓ ମହୁରେ ଥାଏ) ତେଣୁ ମଧୁମେହ ରୋଗୀମାନେ ନଡ଼ିଆ ପାଣିକୁ ମଧ୍ୟମ ପରିମାଣରେ ପିଇବା ଉଚିତ୍। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଜଣେ ମଧୁମେହ ରୋଗୀ ପ୍ରତିଦିନ ୧ କପରୁ ଅଧିକ ଅର୍ଥାତ୍ ୨୪୦ ମିଲି ନଡ଼ିଆ ପାଣି ଖାଇବା ଉଚିତ୍ ନୁହେଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।