ଅମିତ ଶାହା ଓ ନୀତିଶ କୁମାର (ପ୍ରତୀକାତ୍ମକ ଛବି)
News18 Odia Digital
ଜେଡ଼ିୟୁ ମୁଖ୍ୟ ନୀତୀଶ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇତିହାସ ସମ୍ପର୍କିତ ଏକ ମନ୍ତବ୍ୟକୁ ତାଚ୍ଛଲ୍ୟ କରି କହିଛନ୍ତି ଯେ ଇତିହାସ ଯାହା ସେଇଆ ଅଛି। ସେ ବୁଝିପାରୁ ନାହାଁନ୍ତି ତାକୁ କେମିତି ବଦଳାଯାଇପାରିବ। ଏହି କଥା ଶୁଣିବା ପରେ ନୀତିଶ ବିଜେପିକୁ ବିରୋଧ କରିବା ଆରମ୍ଭ କଲେଣି ବୋଲି ରାଜନୀତି ସମୀକ୍ଷକମାନେ ପ୍ରଶ୍ନ ଉଠାଇଛନ୍ତି।
ନିକଟରେ ଅମିତ ଶାହ କହିଥିଲେ ଯେ, ସ୍କୁଲ-କଲେଜରେ ପିଲାମାନେ ପଢ଼ୁଥିବା ଇତିହାସ ବହିକୁ ବଦଳାଇବାକୁ ହେବ। କାରଣ ଇତିହାସରେ ଅନେକ ସାମ୍ରାଜ୍ୟ ଥିବା ବେଳେ ଐତିହାସିକମାନେ କେବଳ ମୋଗଲ ସାମ୍ରାଜ୍ୟ ଉପରେ ଗୁରୁତ୍ବ ଦେଇଛନ୍ତି। ହିନ୍ଦୁ ସମ୍ରାଟମାନଙ୍କ ଗୌରବଶାଳୀ ସାମ୍ରାଜ୍ୟଗୁଡ଼ିକୁ ସେମାନେ ଉପେକ୍ଷା କରିଛନ୍ତି। ନୀତୀଶଙ୍କୁ ଏ ବିଷୟରେ ପଚାରିବାରୁ ଶାହଙ୍କ ଉଦ୍ଦେଶ୍ୟରେ ସେ କହିଲେ- ତୁମେ ତା’ହେଲେ ଇତିହାସକୁ ବଦଳାଇଦେବ? ମୁଁ ବୁଝିପାରୁନି ତାକୁ କେମିତି ବଦଳାଯାଇପାରିବ। ଇତିହାସ ତ ଇତିହାସ। ଭାଷା ଅଲଗା ଜିନିଷ କିନ୍ତୁ ମୌଳିକ ଇତିହାସକୁ ବଦଳାଯାଇ ପାରିବ ନାହିଁ।
ଏହାର ଉତ୍ତରରେ ଗୃହମନ୍ତ୍ରୀ କହିଥିଲେ ଇତିହାସ ସରକାରଙ୍କ ଉପରେ ନିର୍ଭର କରେ ନାହିଁ। କିନ୍ତୁ ସତ ସେତେବେଳେ ପଦାକୁ ଆସେ ଯେତେବେଳେ ଐତିହାସିକମାନେ ସତ୍ୟ ତଥ୍ୟଗୁଡ଼ିକୁ ଖୋଜି ବାହାର କରି ତାକୁ ଲେଖିବାକୁ ଆରମ୍ଭ କରନ୍ତି। ଆଧୁନିକ ଇତିହାସରେ କେବଳ ମୋଗଲ ସାମ୍ରାଜ୍ୟକୁ ଗୁରୁତ୍ବ ଦିଆଯାଇଛି। ସେଥିରେ ପାଣ୍ଡ୍ୟ, ଚୋଳ, ମୌର୍ଯ୍ୟ, ଗୁପ୍ତ ଓ ଅହମ ରାଜବଂଶ ଆଦିକୁ ଉପେକ୍ଷା କରାଯାଇଛି। କିନ୍ତୁ ଅଧିକାଂଶ ବିଷୟରେ ଇତିହାସରେ ପଢ଼ାଯାଉ ନାହିଁ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।