ତାମିଲ ନାଡୁରେ ନାରୀ ଶକ୍ତି? ଗୃହିଣୀମାନଙ୍କୁ ପ୍ରତି ମାସ ୧,୦୦୦ ଟଙ୍କା ମିଳିବ, କହିଲା DMK

ଡି.ଏମ୍.କେ. ମୁଖ୍ୟ ଷ୍ଟାଲିନ୍ କହିଛନ୍ତି ଯେ ତାଙ୍କ ଦଳ ଯଦି ତାମିଲ ନାଡ଼ୁରେ ସରକାର ଗଠନ କରେ ତେବେ ତାମିଲ ନାଡୁ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠି କୌଣସି ଗରିବ ଲୋକ ରହିବେ ନାହିଁ । ତାମିଲ ନାଡୁରେ ଏପ୍ରିଲ ୬ରେ ବିଧାନ ସଭା ନିର୍ବାଚନ ହେଉଛି ।

ତାମିଲ ନାଡୁରେ ନାରୀ ଶକ୍ତି? ଗୃହିଣୀମାନଙ୍କୁ ପ୍ରତି ମାସ ୧,୦୦୦ ଟଙ୍କା ମିଳିବ, କହିଲା DMK
ଡି.ଏମ୍.କେ. ମୁଖ୍ୟ ଏମ.କେ. ଷ୍ଟାଲିନ୍ (ଫାଇଲ୍‌ ଫଟୋ)
  • News18 Odia
  • Last Updated: March 7, 2021, 11:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ତାମିଲ ନାଡୁ ବିଧାନ ସଭା ନିର୍ବାଚନ (Tamilnadu Assembly Election 2021) ପାଇଁ ତ୍ରିଚିରେ ପ୍ରଚାର କରିବା ବେଳେ ଡି.ଏମ୍‌.କେ. (DMK) ନେତା ଏମ.କେ. ଷ୍ଟାଲିନ ରବିବାର ସନ୍ଧ୍ୟାରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଯଦି ଡି.ଏମ୍‌.କେ. କ୍ଷମତାକୁ ଆସେ ତେବେ ରାଜ୍ୟର ଅର୍ଥ ବ୍ୟବସ୍ଥାକୁ ଆସନ୍ତା ୧୦ ବର୍ଷ ମଧ୍ୟରେ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିବ, ଯାହା ଦ୍ୱାରା ଏହା ୩୫ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ହୋଇଯିବ । ଏହା ଦ୍ୱାରା ରାଜ୍ୟରେ ପ୍ରତି ବ୍ୟକ୍ତିର ହାରାହାରି ଆୟ ମାସକୁ ୪ ଲକ୍ଷ ଟଙ୍କା ହେବ । ଷ୍ଟାଲିନ କହିଛନ୍ତି ଯେ ଯଦି ତାଙ୍କ ଦଳ ରାଜ୍ୟରେ ସରକାର ଗଠନ କରନ୍ତି, ତେବେ ପ୍ରତ୍ୟେକ ରାସନ କାର୍ଡଧାରୀ ଗୃହିଣୀଙ୍କୁ ମାସକୁ ୧,୦୦୦ ଟଙ୍କା ମିଳିବ ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଯୁବ ଓକିଲଙ୍କ ଜାଲିଆତି: କୋର୍ଟର ନକଲି ଆଦେଶ ଥାନାରେ ଦେଇ ଜେଲ୍ ଗଲେ

ଷ୍ଟାଲିନଙ୍କ ଏହି ଘୋଷଣା ବିଶ୍ୱ ନାରୀ ଦିବସର ଦିନକ ପୂର୍ବରୁ ଆସିଛି । ଏହା ରାଜ୍ୟର ମହିଳା ଭୋଟରମାନଙ୍କ ଉପରେ ପ୍ରଭବ ପକାଇବ ବୋଲି ଆଶା କରାଯାଉଛି । ସେ କହିଛନ୍ତି ଯେ ଡି.ଏମ୍‌.କେ. ସରକାର ତାମିଲ ନାଡ଼ୁର ଅର୍ଥ ବ୍ୟବସ୍ଥାକୁ ଦ୍ୱିଗୁଣିତ କରିବା ସହ ପ୍ରତି ବର୍ଷ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ଓ ଆସନ୍ତା ୧୦ ବର୍ଷ ମଧ୍ୟରେ ୧ କୋଟି ଲୋକଙ୍କୁ ଦାରିଦ୍ର ସୀମାରୁ ବାହାର କରିବ । ସେ କହିଛନ୍ତି ଯେ ତାମିଲ ନାଡୁ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠି କୌଣସି ଗରିବ ଲୋକ ରହିବେ ନାହିଁ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଲୁଟେରା ରାଜ୍‌: ନ୍ୟୁଜ୍୧୮ ସାମ୍ବାଦିକଙ୍କୁ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

DMK ସମର୍ଥକମାନଙ୍କର ଏକ ଭରପୂର ବୈଠକରେ ଷ୍ଟାଲିନ ତାମିଲ ନାଡୁର ତ୍ରିଚିରେ କହିଛନ୍ତି ଯେ ଏଆଇଏଡିଏମକେ (AIADMK) ନେତା ଏଡାପଡ୍ଡୀ ପଲାନିସ୍ୱାମୀ ମୁଖ୍ୟ ମନ୍ତ୍ରୀ ହେବା ପାଇଁ ଶଶିକଳାଙ୍କ ପାଦ ତଳେ ପଡ଼ିଥିଲେ ଓ ନିଜେ ମୁଖ୍ୟ ମନ୍ତ୍ରୀ ଚେୟାରରେ ବସି ବିଜେପିର ଦାସ ହୋଇଥିଲେ ଓ ଶଶିକଳାଙ୍କ ସହ ବିଶ୍ୱାସଘାତକତା କରିଥିଲେ । ଷ୍ଟାଲିନ ମଧ୍ୟ ପ୍ରତିଶୃତି ଦେଇଛନ୍ତି ଯେ ଯଦି ତାଙ୍କ ଦଳ ସରକାରକୁ ଆସେ ତେବେ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟର ବଜେଟ୍ ତିନି ଗୁଣ ବୃଦ୍ଧି ପାଇବ ।

ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ଫୋନ୍ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?

ଡି.ଏମ୍‌.କେ.ର ଭିଜନ ଡକ୍ୟୁମେଣ୍ଟରେ ସମସ୍ତଙ୍କ ପାଇଁ ପାନୀୟ ଜଳ ଉପଲବ୍ଧ କରାଇବା ଓ ରାଜ୍ୟରେ ଭୋକିଲା ଲୋକଙ୍କ ସଂଖ୍ୟା ଶୂନ୍ୟକୁ ଖସାଇ ଆଣିବା ଉପରେ ଜୋର୍‌ ଦିଆଯାଇଛି । ଷ୍ଟାଲିନ କହିଛନ୍ତି ଯେ ଯଦି ଦଳ କ୍ଷମତାକୁ ଆସେ ତେବେ କୃଷିର ବିକାଶ ଉପରେ ଅଧିକ ଧ୍ୟାନ ଦିଆଯିବ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଆତଙ୍କ ରାଜ୍‌: ଦିନ ଦ୍ବିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ମାରିଦେଲେ ଦୁର୍ବୃତ୍ତ

ଏହା ପୂର୍ବରୁ ଶନିବାର ଦିନ କଂଗ୍ରେସ ଓ ଡି.ଏମ୍‌.କେ. ମଧ୍ୟରେ ସିଟ୍ ବଣ୍ଟନ ଚୂଡାନ୍ତ ହୋଇଛି । ଡି.ଏମ୍‌.କେ. ଦଳର ମୁଖ୍ୟ ଷ୍ଟାଲିନଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ କନ୍ୟାକୁମାରୀ ଲୋକସଭା ଉପ-ନିର୍ବାଚନ ସହିତ କଂଗ୍ରେସକୁ ୨୫ଟି ଆସନ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଚୁକ୍ତିନାମା ଅନୁଯାୟୀ କଂଗ୍ରେସ ମଧ୍ୟ ରାଜ୍ୟ ସଭାରେ ଗୋଟିଏ ଆସନ ପାଇବ ।



ଏପ୍ରିଲ ୬ ତାରିଖରେ ତାମିଲ ନାଡୁରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଭୋଟ୍ ଗଣନା ୨ ମଇରେ ହେବ ।
Published by: Anand Shankar Thankur Das
First published: March 7, 2021, 11:10 PM IST