News18 Odia Digital
ମସ୍କୋ: ବିବାହ ପରେ ନବ-ବିବାହିତ ଦମ୍ପତି ଜଙ୍ଗଲକୁ ଯାଇଥିଲେ ତ ପିକନିକ୍ ପାଇଁ(Horror Story of Jungle), କିନ୍ତୁ ସେଠି ସେମାନଙ୍କୁ ଯାହା ସାମ୍ନା କରିବାକୁ ପଡୁଥିଲା (Couple spent 10 days on tree) ତାହା ଏକ ଦଃସ୍ୱପ୍ନଠାରୁ କମ୍ ନ ଥିଲା । ଆଣ୍ଟୋନ୍ ଓ ତାଙ୍କ ପତ୍ନୀ ନିନା ବଗଦାନୋଭଙ୍କ (Anton and Nina Bogdanov) ପାଇଁ ସେହି ୧୦ ଦିନ ମୃତ୍ୟୁ ସହ ଲୁଚକାଳି ଖେଳିବା ପରି ଥିଲା । ଏହି ଦମ୍ପତିଙ୍କୁ ଗଛମାନଙ୍କର ସାହାଯ୍ୟ ମିଳିଥିଲା (Hungry bear stalked couple for 10 days), ନହେଲେ ସେମାନଙ୍କୁ ଅନୁସରଣ କରୁଥିବା ଗୋଟେ ବଣୁଆ, ଭୋକିଲା ଭାଲୁ (Hungry bear stalked couple for 10 days) ନିଶ୍ଚୟ ସେମାନଙ୍କୁ ଶିକାର କରିଥାନ୍ତା ।
ଏହି ଲୋମହର୍ଷକ ଘଟଣା ଘଟିଥିଲା ସାଇବେରିଆର କାମଚାଟକା ଅଞ୍ଚଳରେ । ଏହା ବିଷୟରେ ଜାଣି ପରେ ଲୋକେ ଅସ୍ଥିର ହୋଇପଡ଼ିଥିଲେ । ଆଣ୍ଟନ୍ ଓ ତାଙ୍କ ସ୍ତ୍ରୀ ନିନା ବଗଦାନୋଭ୍ ବିବାହ ପରେ ଦୁଃସାହସିକ କାର୍ଯ୍ୟ (ଆଡଭେଞ୍ଚର୍) ପାଇଁ ଜଙ୍ଗଲରେ ଗୋଟିଏ ରାତି କଟାଇବାକୁ ଯୋଜନା କରିଥିଲେ। ଜଙ୍ଗଲକୁ ଯିବା ବେଳେ ତାଙ୍କ କାର୍ ଏକ ଗଭୀର ଗାତରେ ଫସିଯାଇଥିଲା । ସେଠାରୁ ହିଁ ତାଙ୍କର ଭୟଙ୍କର ଯାତ୍ରା ଆରମ୍ଭ ହୋଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଚାଞ୍ଚଲ୍ୟ: ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ସ୍କୁଲ୍ ମାଲିକ ଗୋବିନ୍ଦ ସାହୁ ହତ୍ୟା କରି ପୋଡ଼ିବା ପରେ ପୋତି ଦେଇଥିଲାଯେଉଁ ଜାଗାରେ ଏହି ଦମ୍ପତି ଫସି ରହିଥିଲେ, ସେଠାରେ ନା ତ ମୋବାଇଲ୍ ଫୋନ୍ କଭରେଜ୍ ଥିଲା, ନା କୌଣସି ଯାନ ବାହନ ଦେଖିବାକୁ ମିଳୁଥିଲା । ସେଠାରୁ ସେମାନେ ନିକଟସ୍ଥ ଗୋଟିଏ ପର୍ଯ୍ୟଟନ କେନ୍ଦ୍ରକୁ ଯିବାକୁ ସ୍ଥିର କଲେ ।ସେମାନେ ସେଠାରୁ ଚାଲି ଚାଲି କିଛି ଦୂର ଯିବା ପରେ ଦେଖିଲେ ଗୋଟିଏ ଜଙ୍ଗଲୀ ଭାଲୁ ତାଙ୍କ ପିଛା କରୁଛି । ପ୍ରଥମେ ତ ସେମାନେ ଭାଲୁକୁ ଭୟଭୀତ କରିବାକୁ ଚେଷ୍ଟା କଲେ, ଆଉ ଭାଲୁଟି ସେମାନଙ୍କୁ ଡରିଲା ବି । କିନ୍ତୁ ପରେ ଭାଲୁଟି ସେମାନଙ୍କୁ ପଛରୁ ଗୋଡ଼େଇବା ଆରମ୍ଭ କଲା ।
ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ୨ ସାଙ୍ଗ ହୋଟେଲରେ ଲୁଚିଥିଲେଆଉ କୌଣସ ଉପାୟ ନ ପାଇ ପାଖାପାଖି ୨୦୦ ମିଟର୍ ଦୌଡ଼ି ଆଗକୁ ଯିବା ପରେ ଏହି ଦମ୍ପତି ଗୋଟେ ଗଛକୁ ଚଢ଼ିଗଲେ । ସେମାନଙ୍କୁ ଜଣା ନ ଥିଲା ଯେ ସେହି ଗଛରେ ହିଁ ସେମାନଙ୍କୁ ଆଗାମୀ ଦଶ ଦିନ କଟାଇବାକୁ ପଡ଼ିବ (Couple spent 10 days on tree) ।ନୀନା କହିଛନ୍ତି ଯେ ଭାଲୁଟି (Couple stuck in jungle with wild boar) ସେହି ସମୟ ମଧ୍ୟରେ ଥରେ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବା ସ୍ଥିତିକୁ ଆସିଥିଲା, କିନ୍ତୁ ସେ ତା’ ଉପରକୁ ଗୋଟେ ପାଣି ବୋତଲ୍ ଫିଙ୍ଗି ତାକୁ ବିଭ୍ରାନ୍ତ କରିଥିଲେ ଓ ସେହି ସମୟରେ ତାଙ୍କ ସ୍ୱାମୀ ପୁଣି ସେହି ଗଛ ଉପରକୁ ଚଢ଼ିଯାଇଥିଲେ। ସେମାନେ ସେହି ଗଛରେ ପ୍ରାୟ ଦଶ ଦିନ ସେହି ଗଛ ଉପରେ ରହି ବିତାଇଲେ । ଭାଲୁଟି ତଳେ ଥାଇ ସେମାନଙ୍କୁ ଦେଖୁଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମୋବାଇଲ୍ ଫୋନ୍ ହେଲା କାଳ; ଗେମ୍ ଖେଳିବାକୁ ନ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ରପ୍ରଥମେ ଗଛ ଉପରେ ଦୁଇ ଦିନ ବିତାଇବା ପରେ ଦମ୍ପତି କୌଣସି ପ୍ରକାରେ ଗଛରୁ ଓହ୍ଲାଇ ପାଖରେ ଥିବା ନଦୀର ଆରପାରିକୁ ଯିବାକୁ ସ୍ଥିର କଲେ । ସେମାନେ ନଦୀ ପାର୍ ହୋଇ କୂଳରେ ପହଞ୍ଚିବା ମାତ୍ରେ ଭାଲୁଟି ପୁଣି ଥରେ ସେମାନଙ୍କୁ ଦୌଡ଼ାଇବା ଆରମ୍ଭ କଲା । ତେଣୁ ପୁଣି ଥରେ ସେମାନଙ୍କୁ ଗଛର ସାହାଯ୍ୟ ନେବାକୁ ପଡି଼ଲା ।
ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତା’ ବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘଦମ୍ପତି କହିଛନ୍ତି ଯେ ପରିସ୍ଥିତି ଏମିତି ଥିଲା ଯେ ଭାଲୁ ସେମାନଙ୍କ ଗଛରୁ ଓହ୍ଲେଇବାକୁ ଲଗାତର ଅପେକ୍ଷା କରି ରହିଥିଲା । ଏପରି ପରିସ୍ଥିତିରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଶୋଇଥିବା ବେଳେ ଅନ୍ୟ ଜଣକ ତାଙ୍କ ଉପରେ ନଜର ରଖୁଥିଲେ ।ସେମାନେ ଗୋଟିଏ ଗଛରୁ ଅନ୍ୟ ଗଛକୁ ଯାଇ କୌଣସି ପ୍ରକାର ୧୦ ଦିନ ବିତାଇଥିଲେ । ସେମାନଙ୍କ ପାଖରେ ଖାଇବାକୁ କିଛି ନ ଥିଲା ଓ ଜଙ୍ଗଲରେ ବହୁତ ଥଣ୍ଡା ଲାଗୁଥିଲା ।
ଦଶ ଦିନ ପରେ ଶେଷରେ ଭାଲୁଟି ହାର ମାନିନେଲା ଓ ଅନ୍ୟ କୌଣସି ଶିକାର ତଲାସରେ ସେଠାରୁ ଚାଲିଗଲା । ତା’ ପରେ କୌଣସି ପ୍ରକାରେ ଶକ୍ତିହୀନ ଶରୀରରେ ଏହି ଦମ୍ପତି ନିଜ କାର୍ ପାଖରେ ପହଞ୍ଚିବାରେ ସମର୍ଥ ହେଲେ । ସେଠି ସେମାନଙଅକୁ କିଛି ଅନ୍ ଗାଡ଼ି ବି ଦିଶିଲା । ରେସ୍କ୍ୟୁ ଟିମ୍ ବି ଆସି ପହଞ୍ଚିଲା । ସେତେବେଳେ ଯାଇ ଏହି ଦମ୍ପତିଙ୍କ ଦେହରେ ଜୀବନ ଆସିଲା । ସେମାନଙ୍କୁ ଲୋକେ କହିଲେ ଯେ ସେହି ଜଙ୍ଗଲରେ ଗଲା ବର୍ଷ ଚାରି ଜଣ ଲୋକଙ୍କୁ ଭାଲୁ ଶିକାର କରିଥିଲା । ସେହି ଜଙ୍ଗଲରେ ପ୍ରାୟ ୨୩,୦୦୦ ଭାରୁ ରହନ୍ତି ବୋଲି ସେମାନେ ପରେ ଜାଣିବାକୁ ପାଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।