News18 Odia Digital
ନୂଆ ଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଶିଳ୍ପପତି ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିବାକୁ ସଂକଳ୍ପ କରିଥିଲେ । ଏହି କାରଣରୁ ଅନେକ ବ୍ୟବସାୟୀଙ୍କ ଧନ ବହୁ ପରିମାଣରେ ବୃଦ୍ଧି ପାଇଥିଲା । ସେଥିମଧ୍ୟରୁ ଜଣକ ନାମ ଜୋଙ୍ଗ ଶାନଶାନ୍ ମଧ୍ୟ ସାମିଲ ଅଛି । ଶାନଶାନଙ୍କ ସମ୍ପତ୍ତି ଚଳିତ ବର୍ଷ ବହୁତ ବୃଦ୍ଧି ପାଇଛି । ତାଙ୍କର ନିଟ୍ ମୂଲ୍ୟ ଚଳିତ ବର୍ଷ ୭୦.୯ ବିଲିୟନ ଡ଼ଲାରରୁ ୭୭.୮ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ଶାନଶାନ୍ ଧନ ବୃଦ୍ଧି ସହିତ ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି । ଜୋଙ୍ଗ ଶାନଶାନ୍ ବର୍ତ୍ତମାନ କେବଳ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ନୁହଁନ୍ତି ବରଂ ଧନ ଦୃଷ୍ଟିରୁ ସେ ଚୀନ୍ର ସବୁଠାରୁ ଧନୀ ବ୍ୟକ୍ତି ଆଲିବାବା ଜ୍ୟାକ୍ ମାଙ୍କୁ ମଧ୍ୟ ଅତିକ୍ରମ କରିଛନ୍ତି ।
ମୁକେଶ ଅମ୍ବାନୀ ଦ୍ୱିତୀୟ ନମ୍ବରଏହି ତାଲିକାରେ ମୁକେଶ ଅମ୍ବାନୀ ଅଛନ୍ତି । ଯାହାଙ୍କର ସମ୍ପତ୍ତି ଚଳିତ ବର୍ଷ ୭୬.୯ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ବ୍ଲୁମବର୍ଗ ତଥ୍ୟ ଅନୁଯାୟୀ ଜୋଙ୍ଗ ଶାନଶାନଙ୍କ ପୂର୍ବରୁ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ । ଚଳିତ ବର୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୧୮ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ଓ ସେ ୭୬.୯ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ଏସିଆର ଟପ୍ ୱାଲଟର ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ଜୋଙ୍ଗ ଶାନଶାନଙ୍କ ବ୍ୟବସାୟଜୋଙ୍ଗ ବୋତଲ ବନ୍ଦ ପାଣି ଓ କରୋନା ଟିକା ଭଳି ବ୍ୟବସାୟ ସହିତ ଜଡିତ । ଜୋଙ୍ଗର ବ୍ୟବସାୟ ସାମ୍ବାଦିକତା, ଛତୁ ଚାଷ ଓ ସ୍ୱାସ୍ଥ୍ୟ କ୍ଷେତ୍ର ପର୍ଯ୍ୟନ୍ତ ବିସ୍ତାର ହୋଇଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ଏକ ନୂତନ ରିପୋର୍ଟ ଅନୁଯାୟୀ ଧନ ବୃଦ୍ଧିରେ ଏହା ସର୍ବ ବୃହତ ରେକର୍ଡ ଅଟେ । ଯଦିଓ ସେ ଚଳିତ ବର୍ଷ ପର୍ଯ୍ୟନ୍ତ ଚୀନ୍ ବାହାରେ ତାଙ୍କୁ ଅଳ୍ପ ଲୋକ ଜାଣିଥିଲେ ।
ଏହି କାରଣରୁ ମିଳିଲା ସଫଳତାଦୁଇଟି କାରଣରୁ ସେ ସଫଳତା ପାଇଲେ । ଏପ୍ରିଲ୍ ମାସରେ ସେ ବେଜିଂ ଭାଣ୍ଟାଇ ବାୟୋଲୋଜିକାଲ ଫାର୍ମାସି ଏଣ୍ଟରପ୍ରାଇଜ୍ କମ୍ପାନୀରୁ ଭେକସିନ ବିକଶିତ କରିଥିଲେ ଓ କିଛି ମାସ ପରେ ବୋତଲ ବନ୍ଦ ପାଣି ଉତ୍ପାଦନ କରୁଥିବା ନଙ୍ଗଫୁ ସ୍ପ୍ରିଙ୍ଗ୍ କମ୍ପାନୀ ହଂକଂର ଅନ୍ୟତମ ଲୋକପ୍ରିୟ ହୋଇପାରିଥିଲା । ନଙ୍ଗଫୁ ସେୟାର ଆରମ୍ଭରୁ ୧୫୫ ପ୍ରତିଶତ ଓ ଭେଣ୍ଟାଇ ୨,୦୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।
ଅମ୍ବାନୀଙ୍କ ପୂର୍ବରୁ ଏସିଆର ଏହି ବ୍ୟକ୍ତି ଧନୀ ଥିଲେଚୀନ୍ର ଟେକ୍ ଜଏଣ୍ଟ୍ ଜ୍ୟାକ୍ ଅମ୍ବାନୀ ପୂର୍ବରୁ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଜଣାଶୁଣା । ଜୋଙ୍ଗ୍ ଠାରୁ ମଧ୍ୟ ବହୁତ ପଛରେ ଅଛନ୍ତି । ତାଙ୍କର ନିଟ୍ ମୂଲ୍ୟ ୫୧.୨ ବିଲିୟନ ଡ଼ଲାର୍ ବୋଲି କୁହାଯାଉଛି । ଅକ୍ଟୋବର ତୁଳନାରେ ଏଥିରେ ହ୍ରାସ ଘଟିଛି । ଅକ୍ଟୋବରରେ ତାଙ୍କର ବ୍ୟବସାୟର ମୂଲ୍ୟ ୬୧.୭ ବିଲିୟନ ଡ଼ଲାର ଥିଲା ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।