ବାସହୀନ ମହିଳାଙ୍କ ଖୋଲିଲା ଭାଗ୍ୟ; ଦିନେ ନଥିଲା ଘର, ଆଜି ୪୦ କୋଟି ଟଙ୍କାର ମାଲିକାଣୀ

Homeless woman become millionaire: ଜଣେ ଏମିତି ମହିଳା ଯାହାଙ୍କ ପାଖରେ ରହିବା ପାଇଁ ଘର କିମ୍ବା ଖାଇବା ପିଇବା ପାଇଁ ଟଙ୍କା ନଥିଲା, ସେ ଗୋଟିଏ ରାତିରେ ୪୦ କୋଟି ଜିତିବା କଥାଟି ନିହାତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ।

ବାସହୀନ ମହିଳାଙ୍କ ଖୋଲିଲା ଭାଗ୍ୟ

ବାସହୀନ ମହିଳାଙ୍କ ଖୋଲିଲା ଭାଗ୍ୟ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Homeless woman become millionaire: କଥାରେ ଅଛି ଯେତେବେଳେ ଭଗବାନ ଦିଅନ୍ତି, ଛପର ଫାଡ଼ିକି ଦିଅନ୍ତି, ଏହି ପ୍ରବାଦ ଆମେରିକାର ଜଣେ ମହିଳାଙ୍କ ଉପରେ ସମ୍ପୂର୍ଣ୍ଣ ଫିଟ୍ ବସୁଛି। ଥରେ ଚିନ୍ତା କରନ୍ତୁ ଯାହା ପାଖରେ ରହିବା ପାଇଁ ଘର କିମ୍ବା ଖାଇବା ପିଇବା ପାଇଁ ଟଙ୍କା ନଥିଲା, ସେ ଗୋଟିଏ ରାତିରେ ୪୦ କୋଟି ଜିତିବା କଥାଟି ନିହାତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ।

ଆସନ୍ତୁ ଜାଣିବା ପ୍ରକୃତରେ କିପରି ଘଟିଲା ଏମତି ଏକ ଚମତ୍କାର?

ଭାଗ୍ୟ କେତେବେଳେ ବଦଳି ଯିବା କେହି କହିପାରିବେ ନାହିଁ। ଏହି ପ୍ରବାଦ ତ ଆମେ ସମସ୍ତେ ଶୁଣିଛନ୍ତି। ଅନେକ ସ୍ୱପ୍ନ ମଧ୍ୟ ଦେଖିଥାନ୍ତି । କାର୍-ବଙ୍ଗଳା, ବ୍ୟାଙ୍କ ବାଲାନ୍ସ, ସମସ୍ତେ ଜୀବନରେ ଚାହାଁନ୍ତି ହେଲେ ସମସ୍ତଙ୍କ ପକ୍ଷରେ ଏହା କିଣିବା ସମ୍ଭବପର ନୁହେଁ। କିନ୍ତୁ କିଛି କିଛି ଲୋକଙ୍କ ଭାଗ୍ୟ ରାତାରାତି ବଦଳିଯାଏ। ଖାଇବାକୁ ପାଉନଥିବା ମଣିଷ ଜୀବନରେ ଯେତେବେଳେ ଅଚାନକ୍ କୋଟି କୋଟି ଟଙ୍କା ମିଳିଯାଏ ତେବେ ଏହାକୁ କୌଣସି ଯାଦୁଠୁ କମ୍ ନୁହେଁ।

ଆଜ୍ଞା ହଁ, ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ଆମେରିକାର କାଲିଫର୍ନିଆରେ (Carlifonia) ରହୁଥିବା ଜଣେ ମହିଳାଙ୍କ ସହିତ ଏପରି ଘଟିଛି। ଲୁସିଆ ଫୋର୍ସେଥ (Lucia Forseth) ନାମକ ଏହି ମହିଳା ନିକଟରେ ୫ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୪୦.୯୧ କୋଟି ଟଙ୍କା ଲଟେରୀରେ ଜିତିଛନ୍ତି।

ଏହା ସହିତ ସେ ଦୁନିଆର ଏତେ ସଂଖ୍ୟକ ଜ୍ୟାକପଟ୍ ଜିତିଛନ୍ତି ଯାହା ତାଙ୍କୁ ଅନେକଙ୍କ ମଧ୍ୟରେ ଭାଗ୍ୟବାନ କରିବାରେ ସାହାଯ୍ୟ କରିଛି। ଯେତେବେଳେ କାଲିଫର୍ନିଆ ଲଟେରୀ (California Lottery) ଅଧିକାରୀମାନେ ତାଙ୍କ ନାମ ଘୋଷଣା କଲେ ସେତେବେଳେ ସେ କାନ୍ଦି ପକାଇଥିଲେ।

ଅସ୍ଥାୟୀ ଭାବରେ ବିତାଉଛନ୍ତି ଜୀବନ

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଲୁସିଆ ୨୦୧୭ରୁ ରାସ୍ତା କଡ଼ରେ ରହିଆସିଛନ୍ତି। ଯେତେବେଳେ ତାଙ୍କୁ ଲଟେରୀ ଟଙ୍କା ଗ୍ରହଣ କରିବାକୁ ଡକାଗଲା, ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ।

ଲୁସିଆ କହିଛନ୍ତି ଯେ ଯେତେବେଳେ ସେ ୬ ବର୍ଷ ପୂର୍ବେ ବାସହୀନ ହୋଇଥିଲି, ସେ କେବେ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି ଯେ ତାଙ୍କ ସହିତ ଏପରି ଘଟିବ। କିନ୍ତୁ ଉପରବାଲା ସବୁ ଦେଖୁଛି। ଲୁସିଆ କହିଛନ୍ତି, ତାଙ୍କର ଟଙ୍କା ନଥିଲା ଏବଂ ଲଟେରୀ ଇତ୍ୟାଦିରେ ଟଙ୍କା ଲଗାଇବା ତାଙ୍କୁ ଠିକ୍ ମନେ ହେଉନଥିଲି। କିନ୍ତୁ ଦିନେ ହଠାତ୍ ଅନୁଭବ କଲେ ଯେ ଲଟେରୀ ଟିକେଟ୍ ନେଲେ ଭଲ ହୁଅନ୍ତା। ବୋଧହୁଏ ଭାଗ୍ୟ ଖୋଲିଯିବ। ସିଏ କଣ୍ଟ୍ରା କୋଷ୍ଟା ଜିଲ୍ଲାର ୱାଲମାର୍ଟ ଷ୍ଟୋର୍‌ରୁ ଟିକେଟ କିଣିବାକୁ ଚିନ୍ତା କରିଥିଲେ।

ପଢ଼ନ୍ତୁ ପୂରା ଖବର:  ରାସନ କାର୍ଡ଼ଧାରୀଙ୍କୁ ବଡ଼ ଝଟକା; ଏଣିକି ଏହି ଲୋକଙ୍କୁ ଆଉ ମିଳିବନି ଚାଉଳ-ଗହମ

ଆଖି ବନ୍ଦ କରି ଟିକେଟ୍ ଉଠାଇଥିଲେ

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେଠାରେ ପହଞ୍ଚିବା ପରେ ସେ ଚୁପ୍ ହୋଇଗଲେ। ତା’ପରେ ଆଖି ବନ୍ଦ କରି ଟିକେଟ୍ ଉଠାଇ ଥିଲେ। ପରେ ଜାଣିବାକୁ ପାଇଥିଲେ ଯେ ସେ ଭାଗ୍ୟଶାଳୀ ବିଜେତା। ଲୁସିଆ ବର୍ତ୍ତମାନ ଏହି ଟଙ୍କା ସହିତ ପ୍ରଥମ ଘର କିଣିବାକୁ ଯୋଜନା କରୁଛନ୍ତି। ଏହା ପରେ ବିବାହ କରିବାର ଇଚ୍ଛା ଅଛି। ସେ ବର ମଧ୍ୟ ଖୋଜୁଛନ୍ତି। ତେବେ ଏହା ବ୍ୟତୀତ ଲଟେରୀ ଅଧିକାରୀମାନେ ତାଙ୍କ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି। ମୁଖପାତ୍ର କାରୋଲିନ ବେକର କହିଛନ୍ତି ଯେ ଏହି ଭଳି ସଫଳତାର କାହାଣୀ ଦର୍ଶାଉଛି ଯେ ଆମର ଖେଳ ବିଜେତାମାନଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇପାରେ।
Published by:Lipina Das
First published: