Sonali Phogat Murder Case: ସିବିଆଇ ଯାଞ୍ଚ ପାଇଁ ଗୃହ ମନ୍ତ୍ରଣାଳୟର ସୁପାରିଶ

ସୋନାଲି ଫୋଗାଟ ମୃତ୍ୟୁ ମାମଲାରେ ଗୃହ ମନ୍ତ୍ରଣାଳୟ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି। ଗତ ମାସରେ ହରିୟାଣାର ହିସାରର ବିଜେପି ନେତା ସୋନାଲି ଫୋଗାଟଙ୍କ ଗୋଆରେ ଦେହାନ୍ତ ହୋଇଥିଲା ।

ସିବିଆଇ ଯାଞ୍ଚ ପାଇଁ ଗୃହ ମନ୍ତ୍ରଣାଳୟର ସୁପାରିଶ

ସିବିଆଇ ଯାଞ୍ଚ ପାଇଁ ଗୃହ ମନ୍ତ୍ରଣାଳୟର ସୁପାରିଶ

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ: ସୋନାଲି ଫୋଗଟ ମୃତ୍ୟୁ ମାମଲାରେ ଗୃହ ମନ୍ତ୍ରଣାଳୟ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି।ଗତ ମାସରେ ହରିୟାଣାର ହିସାରର ବିଜେପି ନେତା ସୋନାଲି ଫୋଗଟଙ୍କ ଗୋଆରେ ଦେହାନ୍ତ ହୋଇଥିଲା ଏବଂ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ମାମଲାରେ ଗୋଆ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା, ଯେଉଁଥିରୁ ଦୁଇ ଜଣ ଫୋଗଟଙ୍କ ସହଯୋଗୀ। ହତ୍ୟା ଅଭିଯୋଗରେ ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଏହାପୂର୍ବରୁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ଭାରତ ଜନତା ପାର୍ଟି (ବିଜେପି) ନେତା ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାକୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରିବାକୁ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଲେଖିବେ। ଫୋଗାଟଙ୍କ ମୃତ୍ୟୁ ଘଟଣାରେ ଗୋଆ ପୋଲିସ ତଦନ୍ତ କରୁଛି। ସେ ହିସାର, ରୋହତକ ଏବଂ ଗୁରୁଗ୍ରାମ ସମେତ ହରିୟାଣାରେ ମଧ୍ୟ ଅନୁସନ୍ଧାନ କରିଥିଲେ। ଏହି ଘଟଣାର ସିବିଆଇ ତଦନ୍ତ ଦାବିରେ ଫୋଗାଟଙ୍କ ପରିବାର ସଦସ୍ୟ ଜିଦ୍ ଧରିଛନ୍ତି ଏବଂ ଗୋଆ ପୋଲିସର ତଦନ୍ତରେ ଅସନ୍ତୁଷ୍ଟ ଥିବା କହିଛନ୍ତି।
Published by:Soumyashree Mishra
First published: