ଆଇପିଏସଙ୍କ ବରଖାସ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
- News18 Odia
- Last Updated :
News 18 Odia Digital
ନୂଆଦିଲ୍ଲୀ: ଗୁଜୁରାଟ କ୍ୟାଡରର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବରଖାସ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି, କିନ୍ତୁ କୋର୍ଟ ଏହି ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି। ଗୁଜୁରାଟରେ ଇଶ୍ରତ ଜାହାନଙ୍କ ନକଲି ଏନକାଉଣ୍ଟର ମୃତ୍ୟୁ ଘଟଣାର ତଦନ୍ତରେ ସିବିଆଇକୁ ସହାୟତା କରିଥିବା ୧୯୮୬ ବ୍ୟାଚ୍ ଭାରତୀୟ ପୋଲିସ୍ ସେବା (ଆଇପିଏସ୍) ଅଧିକାରୀ ସତୀଶ ଚନ୍ଦ୍ର ଵର୍ମାଙ୍କୁ ଅଗଷ୍ଟ ୩୦ରେ ସେବାରୁ ହଟାଇ ଦିଆଯାଇଥିଲା। ୩୦ ସେପ୍ଟେମ୍ବରରେ ତାଙ୍କର ନିର୍ଦ୍ଧାରିତ ଅବସରର ଏକ ମାସ ପୂର୍ବରୁ ତାଙ୍କୁ ବରଖାସ୍ତ କରାଯାଇଥିଲା।
ତେବେ ଦିଲ୍ଲୀ ହାଇକୋର୍ଟରେ ଗୃହ ମନ୍ତ୍ରଣାଳୟର ଆଦେଶକୁ ବର୍ମା ଚ୍ୟାଲେଞ୍ଜ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ କୋର୍ଟ ସ୍ଥଗିତ ରଖିଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ତାଙ୍କୁ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଜାରି କରିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଯଦି ବର୍ମାଙ୍କ ବରଖାସ୍ତ ଆଦେଶ କାର୍ଯ୍ୟକାରୀ ହୁଏ, ତେବେ ତାଙ୍କୁ ପେନ୍ସନ୍ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ ନାହିଁ। ବରିଷ୍ଠ ପୋଲିସ ଅଧିକାରୀ ବର୍ମାଙ୍କ ଶେଷ ପୋଷ୍ଟିଂ ତାମିଲନାଡୁର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ର ଇନ୍ସପେକ୍ଟର ଜେନେରାଲ ଭାବରେ ହୋଇଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।