News 18 Odia Digital
ଭୁବନେଶ୍ୱର; ଆମ ଦେଶରେ ଶ୍ରାବଣ ମାସରେ କାଉଡ଼ି ଯାତ୍ରାର ପରମ୍ପରା ରହିଛି । କାଉଡ଼ିଆ ମାନେ କାନ୍ଧରେ ପାଣି ଭାର ନେଇ ଖାଲି ପାଦରେ ଚାଲି ମହାଦେବଙ୍କ ନିକଟରେ ଜଳଲାଗି କରିଥାନ୍ତି । ଏହି ମାସରେ ମାନସିକ ରଖି ଜଳଲାଗି କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଦୀର୍ଘ ୨ବର୍ଷ ପରେ ଶୈବାଳୟରେ ଭକ୍ତମାନଙ୍କ ଭିଡ଼ ପୁଣି ଜମିବ । ଏହାରି ମଧ୍ୟରେ କାଉଡ଼ି ଯାତ୍ରା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର 'ସତର୍କତା' ଜାରି କରିଛି ।
ସତର୍କତାମୂଳକ ପଦକ୍ଷେପ ଭାବରେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ଗୃହ ସାମରିକ ସୁରକ୍ଷା ବାହିନୀ ନିୟୋଜନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ଚଳିତବର୍ଷ କାଉଡ଼ି ଯାତ୍ରା ଉପରେ ନିମ୍ନ ଲିଖିତ ବିପଦ ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟର ଗୁପ୍ତଚର ବ୍ୟବସ୍ଥାକୁ 'ଆଲର୍ଟ' ଜାରି କରିଛି । ଜାରି କରାଯାଇଥିବା ଆଲର୍ଟରେ ଏହା ମଧ୍ୟ ସୂଚିତ କରାଯାଇଛି ଯେ କାଉଡ଼ି ଯାତ୍ରାରେ ବିଘ୍ନ ଘଟାଇବା ପାଇଁ ବିନାଶକାରୀ ଶକ୍ତି ଦ୍ୱାରା କେଉଁଭଳି ଷଡଯନ୍ତ୍ର କରାଯାଉଛି । କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥାର ଆଲର୍ଟ ପରେ ରାଜ୍ୟଗୁଡିକର ଗୁପ୍ତଚର ବ୍ୟବସ୍ଥା ମଧ୍ୟ ସଜାଗ ହୋଇଯାଇଛି । ରାଜ୍ୟଗୁଡ଼ିକର ଗୁପ୍ତଚର ବ୍ୟବସ୍ଥା ନିଜେ ସତର୍କ ରହିବା ସହିତ ରାଜ୍ୟ ପୋଲିସକୁ ବି ସତର୍କ କରାଇଛି ।
ଏହା ସହିତ କେନ୍ଦ୍ରୀୟ ଗୁପ୍ତଚର ବିଭାଗ ଟ୍ରେନ୍ ଗୁଡ଼ିକ ଉପରେ ଆସୁଥିବା ବିପଦ ସମ୍ପର୍କରେ ମଧ୍ୟ ଏକ ସତର୍କ ସୂଚନା ଜାରି କରିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ ଲେଖିଛି ଯେ ଚଳିତ ଥର କାଉଡ଼ି ଯାତ୍ରା ସମୟରେ ରେଡିକଲ ଏଲିମେଣ୍ଟସ ଦ୍ଵାରା ସମ୍ଭାବ୍ୟ ବିପଦ ବିଷୟରେ ଅଧିକ ସଚେତନ ହେବାକୁ ପଡ଼ିବ । କେନ୍ଦ୍ରୀୟ ଗୁପ୍ତଚର ବିଭାଗରୁ ମିଳିଥିବା ସୂଚନା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଆଡଭାଇଜରି ଜାରି କରିଛି ।
ସୁରକ୍ଷା ବାହିନୀ ନିୟୋଜନ ଉପରେ ପରାମର୍ଶଆଡଭାଇଜରି ମିଳିବା ମାତ୍ରେ ରାଜ୍ୟମାନେ ସେମାନଙ୍କ ପୋଲିସ ଏବଂ ଏହାର ସ୍ଥାନୀୟ ସୂଚନା ବ୍ୟବସ୍ଥାକୁ ମଧ୍ୟ ସଜାଗ କରାଇଛନ୍ତି। ସତର୍କତା ଅବଲମ୍ବନ କରିବା ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଅତିରିକ୍ତ ପାରାମିଲିଟାରୀ ସୁରକ୍ଷା ବାହିନୀ ନିୟୋଜନ କରିବାକୁ ପରାମର୍ଶ ଦେଇଛି । ଏହି ସୁରକ୍ଷା ବଳ ସ୍ଥାନୀୟ ପୋଲିସର ସହାୟତା କରିବେ । ଗୃହ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶାବଳୀକୁ ସମସ୍ତ ରାଜ୍ୟକୁ ପଠାଇଛି । କିନ୍ତୁ ସେହି ରାଜ୍ୟମାନଙ୍କୁ ବିଶେଷ ଭାବେ ସଚେତନ କରାଯାଇଛି, ଯେଉଁଠାରେ କାଉଡ଼ି ଯାତ୍ରାର ପ୍ରଥା ଅଧିକ । ସେହି ରାଜ୍ୟ ଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ।
ରେଳ ସୁରକ୍ଷା ବଳ ମଧ୍ୟ ସତର୍କ ରହିଛିଆଡଭାଇଜରିରେ ଅନେକ ପଏଣ୍ଟରେ ସତର୍କ ରହିବାକୁ ଖୋଲାଖୋଲି ଭାବେ ସୂଚିତ କରାଯାଇଛି । ବିଶେଷ କଥା ହେଉଛି ଏଥର ଟ୍ରେନରେ ଆଣ୍ଟି-ସୋସିଆଲ ଏଲିମେଣ୍ଟସ ମଧ୍ୟ ଦେଖିବାକୁ ମିଳିପାରେ । ଜାରି କରାଯାଇଥିବା ଆଲର୍ଟରେ ଏହା ବିଶେଷ ଭାବରେ ଉଲ୍ଲେଖ କରାଯାଇଛି । ଯାହାଫଳରେ ଟ୍ରେନର ସୁରକ୍ଷାକୁ ନେଇ ଅଧିକ ସତର୍କତା ଅବଲମ୍ବନ କରାଯାଇପାରିବ । ଏହି ସହିତ ସମସ୍ତ ରାଜ୍ୟର ରେଳ ସୁରକ୍ଷା ବଳ ମଧ୍ୟ ସତର୍କ ହୋଇଯାଇଛନ୍ତି । କାରଣ ଦେଶର ଯେକୌଣସି ରାଜ୍ୟ ସୀମାରେ ଟ୍ରେନର ସୁରକ୍ଷା ପ୍ରଥମ ଏବଂ ପ୍ରତ୍ୟକ୍ଷ ଦାୟିତ୍ଵ ରେଳ ପୋଲିସ ଫୋର୍ସ ଉପରେ ରହିଛି । କାଉଡ଼ି ଯାତ୍ରା ପୂର୍ବରୁ ଏପରି ସତର୍କତା କିଛି ନୂଆ କଥା ନୁହେଁ । ବରଂ ନୂଆ କଥା ଯେ, ଏଥର ଦଙ୍ଗାକାରୀଙ୍କ ଆଖି କିମ୍ବା ବିନାଶକାରୀ ଶକ୍ତି ଟ୍ରେନ୍ ଉପରେ ପଡିପାରେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।